ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁଙ୍ଗଟା ମାଲିକଙ୍କ ସରଳତାରେ କମ୍ପାନୀର ଅସାଧୁ ଅଫିସର କୋଟିପତି

ରୁଙ୍ଗଟା ମାଲିକଙ୍କ ସରଳତାରେ କମ୍ପାନୀର ଅସାଧୁ ଅଫିସର କୋଟିପତି

ଯୋଡ଼ା:-ରାଜ୍ୟର ପ୍ରମୁଖ ଦୁଇ ଅଞ୍ଚଳ ଯୋଡ଼ା ଏବଂ କୋଇଡା ଖଣି କ୍ଷେତ୍ର ବେସ ପ୍ରସିଦ୍ଧ ଖଣି ମଣ୍ଡଳ। ହେଲେ ବିଗତ ବର୍ଷ ମଧ୍ୟରେ ଖଣି’ଖାଦାନ ଅପେକ୍ଷା ଦୁର୍ନୀତି କ୍ଷେତ୍ରରେ ତାଠାରୁ ବେସ ଅଧିକ ପ୍ରସିଦ୍ଧି ହାସଲ କରିବାରେ ରୋକ ଯେପରି ନାହିଁ।ପୂର୍ବେ ଖଣି ମାଲିକଙ୍କ ଧନୀଶାଳି ବନୁଥିଲେ,ହେଲେ ଏଇ କିଛି ବର୍ଷ ମଧ୍ୟରେ କ୍ଷୀପ୍ର ବେଗରେ ଅସାଧୁ ସରକାରୀ ଖଣି ଅଫିସର ବ୍ୟତୀତ କେଇ କମ୍ପାନୀର ଅଫିସରଙ୍କ ଦୁର୍ନୀତି ବାଟରେ ପାଦ ଦେଇ ମାଲେମାଲ ବନି କୋଟିପତିର ଅଧିକାରୀ ଅତି ସହଜରେ ବାନିବା ହୋଇପାରିଛି। ତେବେ ଏହା କେବଳ ସମ୍ଭବ ହୋଇପାରିଛି ଖଣି କମ୍ପାନୀ ମାଲିକଙ୍କ ମହାନତା ତଥା ସାଧୁତା ସରଳ ଗୁଣରେ ବୋଲି ଜଣାପଡେ। ସେଭଳି ଦେଖିବାକୁ ଗଲେ ଅଞ୍ଚଳର ଜଣାଶୁଣା ତଥା ପ୍ରତିଷ୍ଠିତ ଖଣି ମାଲିକ ଶ୍ରେଣୀରେ ପରିଚତ ହାସଲ କରିଥିବା ତଥା କମାଣ୍ଡୋ ପ୍ଲାଣ୍ଟର ମୂଳ ରୁଙ୍ଗଟା ମାଲିକଙ୍କ ସାଧୁତା ଉଚ୍ଚକୋଟିର ହୋଇଥିବାରୁ,ଏହି କମ୍ପାନୀର ପ୍ଲାଣ୍ଟରୁ କେଇ ଅସାଧୁ ଅଫିସର କ୍ରମାଗତ ଭାବରେ ବର୍ଷ କେଇଟାରେ ଅସତ ବାଟରେ ଧନୀ ବନିବା ଏକ ସରଳ ପକ୍ରିୟା ହୋଇଛି ଲୁହା’ଚୋରୀ।ଆଉ କମ୍ପାନୀ ଉକ୍ତ ଅସାଧୁ ଅଫିସରଙ୍କ ଅନୀତି କାର୍ଯ୍ୟ କେଇ ଗୁଡ଼େ ପଦାକୁ ଆସୁଥିବା ବେଳେ ଅନେକ ଏଯାଏ ତ୍ରାହି ପାଇଥିବାରୁ କୋଟିପତି ଯାହାଙ୍କୁ ନିକଟ ସହରଦ୍ବୟରେ ଦେଖିବାକୁ ମଧ୍ୟ ସହଜରେ ମିଳନ୍ତି। ତେବେ ଦେଖାଯାଉ, କମ୍ପାନୀ ମାଲିକଙ୍କ ସରଳତାର ଅପବ୍ୟବହାର ଆଉ କେତେ କରିବା ହୋଇବ କମ୍ପାନୀର ଏହି ଅସାଧୁ ଅଫିସରଙ୍କ ଦ୍ୱାରା ଯଦ୍ୱାରା ମାଲିକଙ୍କ ଜ୍ଞାନଉଦୟ ଯଥାସମ୍ଭବ ନିହାତି ହୋଇଯିବା ଆବଶ୍ୟକ ନଚେତ ପ୍ରତିଷ୍ଠିତ ରୁଙ୍ଗଟା କମ୍ପାନୀର ମାନ’ମହତ ଏହି କେତେକ ଦୁର୍ନୀତିଖୋର ଅଫିସର ଏବଂ କର୍ମଚାରୀ ମାଟିରେ ମିଶାଇ ଦେବେ ବୋଲି ସାଧାରଣରେ ଜୋର ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଏସ ଆଇ ଆର୍ ଉପରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ

Sunil Chandra Nayak

ବେଦବ୍ୟାସ ବିକାଶ ମଞ୍ଚର ଦାବି 

Sunil Chandra Nayak

ଓଡ଼ିଶା ଡ଼୍ରାଇଭର ସଂଘ,ରାଇରଙ୍ଗପୁର ତରଫରୁ ଵିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

masiha

Leave a Comment

error: Content is protected !!