ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିର୍ବାଚିତ ତ୍ରିସ୍ତରୀୟ ପଞ୍ଚାୟତ ଓ ଏନ୍ ଏ ସି ସଦସ୍ୟ/ ସଦସ୍ୟାମାନଙ୍କୁ ବି ଏସ ଏ ପକ୍ଷରୁ ସମ୍ବର୍ଦ୍ଧନା

କେସିଙ୍ଗା– ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ଓ ପୈାର ପରିଷଦ ନିର୍ବାଚନରେ କେସିଙ୍ଗା ବ୍ଲକ ଓ ଏନ୍ ଏ ସିରୁ ବିଜେତା ନବ ନିର୍ବାଚିତ ସଦସ୍ୟ/ ସଦସ୍ୟାମାନଙ୍କୁ ଆଜି ସ୍ଥାନୀୟ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠାନର ସଭାଗୃହରେ ଆୟୋଜିତ ସଭାରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦୁ ସିଂଦେଓ, ଏନ୍ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ, ଉପାଧ୍ୟକ୍ଷା ଶ୍ରୀମତୀ ସରସ୍ଵତୀ  ସାହା, ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର, ସମ୍ପାଦକ ଅକ୍ଷୟ ଦାସ ପ୍ରମୁଖ ମଞ୍ଚାସୀନ ଥିଲାବେଳେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଅନୁପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅଧ୍ୟାପକ ସୁଶାନ୍ତ କୁମାର ପାଢ଼ୀ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ଦେଇଥିଲେ। ଏହାପରେ ଅନୁଷ୍ଠାନର ସଭାପତି ଶ୍ରୀ ମହାପାତ୍ର ଓ ସମ୍ପାଦକ ଶ୍ରୀ ଦାସ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଏନ୍ ଏ ସି ଅଧ୍ୟକ୍ଷ/ ଅଧ୍ୟକ୍ଷା ଏବଂ ବ୍ଲକ ଉପାଧ୍ୟକ୍ଷାଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ ସଭ୍ୟା ଏବଂ ଏନ୍ ଏ ସି କାଉନସିଲର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଥମେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଆମକୁ ଯିଏ ଭୋଟ ଦେଉ ଅବା ନଦେଉ ଆମେ ନିଜକୁ କୈାଣସି ଦଳର ପ୍ରତିନିଧି ନ ଭାବି ଜନସାଧାରଣଙ୍କ ପ୍ରତିନିଧି ଭାବେ ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇ ତାଙ୍କୁ ସାହାଯ୍ୟ ସହଯୋଗ କରିବା। ସେହିପରି ଏନ୍ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ କହିଥିଲେ ଯେ ଅନୁଷ୍ଠାନ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇ ଜନସାଧାରଣଙ୍କ ସେବା କରୁଥିଲା ବେଳେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି।

 କେସିଙ୍ଗା ରୁ  ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ ।

Related posts

ଅପର୍ତ୍ତି ସେଠୀ ଙ୍କ କବିତା    ମୁଁ ସମୟ

Sunil Chandra Nayak

କୁସୁମି ତହସିଲ ତରଫରୁ ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ କିସମ ଜମିରେ ପରିବର୍ତ୍ତନ କରିବା ପାଇଁ ଘୁସୁରିଆ ହିଲ୍ ପ୍ରାଙ୍ଗଣରେ ୪ଟି ଗ୍ରାମକୁ ନେଇ ପଲ୍ଲୀସଭା

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ଜଗନ୍ନାଥ

Sunil Chandra Nayak

Leave a Comment

error: Content is protected !!