ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଲମଣ୍ଡା ଠାରେ ୪ ଟି ଅଭିଯୋଗ ଶୁଣାନୀ 

 ଆଲମଣ୍ଡା ଠାରେ ୪ ଟି ଅଭିଯୋଗ ଶୁଣାନୀ 

ବନ୍ଧୁଗାଁ ତା, ୬/୧/୨୫, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ଆଲମଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଜନ ଶୁଣାନୀ ଶିବିର ବନ୍ଧୁଗାଁ ବ୍ଲକର ବିଡ଼ିଓ ଶ୍ରୀ ଅଭିନାସ ବିଶ୍ବଜିତ ସେଠିଙ୍କ ସଭାପତିତ୍ୱରେ ହୋଇଥିଲା I ଏଥିରେ ପଞ୍ଚାୟତର ନିର୍ବାହୀ ଅଧିକାରୀ ଶ୍ରୀ ପ୍ରବିଣ କୁମାର ସାହୁକାର କାର୍ଯ୍ୟକ୍ରମର ଦାୟୀତ୍ୱ ତୁଳାଇଥିଲେ I ଆଜିର ଶିବିରରେ ମୋଟ ୪ ଟି ଅଭିଯୋଗ ବିଡ଼ିଓ ଶ୍ରୀ ସେଠି ଶୁଣିଥିଲେ I ଏଥିରେ ମୁଖ୍ୟତ ଥିଲା ୪ ଗୋଟି ସାମୂହିକ ଥିଲା I ଏଠିରୁ ଥିଲା ପରୀକ୍ଷା ପାଖେଇ ଆସୁଥିବାରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଅଭାବ, ନୂତନ ଅଙ୍ଗନ ୱାଡି ଗୃହ, ପଞ୍ଚାୟତ ର ଅଧିନରେ ଥିବା ଷ୍ଟଲ ମରାମତି, ଆଲମଣ୍ଡା ଗ୍ରାମର ବସ୍ତି ବାସିନ୍ଦା ମାନଙ୍କ ପାଇଁ ପଟା ପାଈଁ ଅଭିଯୋଗ କୋରାଯାଇଥିଲା I ଏଥିରୁ ଷ୍ଟଲ ମରାମତି ଓ ଅଙ୍ଗନ ବାଡ଼ି ଗ୍ରୁପ ଅଙ୍ଗନ ୱାଡି କର୍ମୀଙ୍କୁ ନୂତନ ଗୃହ ହସ୍ଥାନ୍ତର କରାଯାଇଥିଲା ଓ ବଳକା ଦୁଇଟି ବସ୍ତି ପଟ୍ଟା ଓ ଶିକ୍ଷକ ଅଭାବ ଦୁଇ ଅଭିଯୋଗକୁ ଜିଲ୍ଲାପାଳ ଙ୍କ ନିକଟକୁ ଅଭିଯୋଗ କରାଯିବ ବଲି ବିଡ଼ିଓ ଶ୍ରୀ ସେଠି କହିଥିଲେ I ଆଜିର ଏହି ସଚେତନ ଓ ଅଭିଯୋଗ ଶୁଣାନିରେ ଆଲମଣ୍ଡା ପଞ୍ଚାୟତ ର କନିଷ୍ଟ ଯନ୍ତ୍ରୀ, ବ୍ଲକ ଜଳ ଯଗାଣ ଅଧିକାରୀ ଶ୍ରୀ ସନ୍ତୋଷ ବେହେରା,ବ୍ଲକର ସମ୍ପରସାରଣ ଅଧିକାରୀ ଶ୍ରୀ ଚନ୍ଦନ କୁମାର ସ୍ୱାଇଁ,ସରପଞ୍ଚ ମେଲେକା ଗୌରୀ, ନାୟବ ସରପଞ୍ଚ ସୁରେଶ କଟଲା ଓ ଅତିରିକ୍ତ ତହସିଲଦାର ଶ୍ରୀ ପ୍ରଶାନ୍ତ ନାଗ, ଏ.ଇ ଶ୍ରୀ ସୌରବ ନାୟକ, ଜି.ଆର.ଏସ ବନ ବିଭାଗ, ବିଜୁଳି ବିଭାଗ, ଶିକ୍ଷା ବିଭାଗ, ଓ ଶିଶୁ ବିକାଶ ବିଭାଗର ସୁପର ବାଇଜର, ଓ ଅନ୍ୟାନ୍ୟ ବିଭାଗର କର୍ମଚାରି ମାନେ ଉପସ୍ଥିତ ରହିଥିବା ବେଳେ ବନ୍ଧୁଗାଁ ଥାନା ଅଧିକାରୀ ଶ୍ରୀ ପ୍ରସନ କୁମାର ମିଶ୍ର ଓ ଥାନା ଷ୍ଟାଫଙ୍କ ସହ ଉପସ୍ଥିତ ରହିଥିଲେ I 

   ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଜାତୀୟ ଖାଉଟି ଦିବସ ପାଳିତ

Sunil Chandra Nayak

ମୋଟର ସାଇକେଲ ଦୁର୍ଘଟଣା ୩ ଯୁବକ ଗୁରୁତ୍ତର

masiha

ବିଜାତଳା ବିଡିଓ ଙ୍କୁ ଦାବି ପତ୍ର 

masiha

Leave a Comment

error: Content is protected !!