ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁଥ୍ ହଷ୍ଟେଲର ବାର୍ଷିକୋତ୍ସବ ଆସନ୍ତା ୧୨ ରେ……

ୟୁଥ୍ ହଷ୍ଟେଲର ବାର୍ଷିକୋତ୍ସବ ଆସନ୍ତା ୧୨ ରେ……

ରାଉରକେଲା: ୟୁଥ୍ ହଷ୍ଟେଲ ଅଫ୍ ଇଣ୍ଡିଆ ରାଉରକେଲା ର ୪୬ତମ ବାର୍ଷିକ ଉତ୍ସବ ତଥା ଏହି ଅନୁଷ୍ଠାନର ସର୍ବଭାରତୀୟ ସ୍ତରରେ ୭୫ତମ ବାର୍ଷିକୋତ୍ସବ ଆସନ୍ତା ୧୨ ତାରିଖ ଦିନ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ହଷ୍ଟେଲ ର କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର ସଭାପତି ପ୍ରତାପ କୁମାର ସ୍ବାଇଁ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ଏହି ଅବସରରେ ପୂର୍ବରୁ ଆୟୋଜିତ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ଅବସରରେ ସଭାପତି ଶ୍ରୀ ସ୍ବାଇଁ ଅନୁଷ୍ଠାନର ନବୀକରଣ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଅମିତାଭ ଠାକୁର, ସମ୍ପାଦକ ନିରଞ୍ଜନ ବେହେରା, କାର୍ଯ୍ୟକାରୀ ସମ୍ପାଦକ ସରୋଜ କୁମାର ପଟ୍ଟନାୟକ, ନୀଳମଣି ମହାପାତ୍ର, ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ କର୍ମକର୍ତ୍ତା ସର୍ବଶ୍ରୀ ମଣ୍ଟୁ ସ, ଏସ୍ ଏନ୍ ଲେଙ୍କା,ପି ସି ମିଶ୍ର,ସମରକାନ୍ତ ମଲ୍ଲିକ, ଉପେନ୍ଦ୍ର ସ୍ବାଇଁ, ପ୍ରଦୀପ ମହାନ୍ତି,କାପ୍ରା ହାଁସଦା, କାମିନୀ ମହନ୍ତ, ଶ୍ରଦ୍ଧାଶ୍ରୀ ପଟ୍ଟନାୟକ, ସୁପ୍ରିୟା ସମାସୀ,ଲୁସି ଦାଶ, ଇନ୍ଦିରା ପଟ୍ଟନାୟକ, ସୁଲୋଚନା ମିଶ୍ର, ମୀନାକ୍ଷୀ ପାଢ଼ୀ, ମୋନାଲିସା ଗୈାଡ, କୃଷ୍ଣଚନ୍ଦ୍ର ପାଢୀ, ସମୀର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦଶ ବର୍ଷ ହେଲା ପକ୍ଷାଘାତ ରେ ପୀଡ଼ିତ ଥିବା ମାନସ ନାଏକଙ୍କ ପାଖକୁ ପହଂଚିଲେ ପ୍ରଶାସନ

masiha

ଅଖିଳ ଭାରତୀୟ ତେରପନ୍ଥ ମହିଳା ମଣ୍ଡଳ ଙ୍କ ନିର୍ଦ୍ଦେଶ ଅନୁଯାୟୀ ତେରପନ୍ଥ ମହିଳା ମଣ୍ଡଳ ନବରଙ୍ଗପୁର ଦ୍ୱାରା ଅବଚେତନ ମନ ର ଶକ୍ତି କାର୍ଯ୍ୟକ୍ରମ 

masiha

ଗୋଳାମୁଣ୍ଡା ବ୍ଲକ ଘୋଟିଆ ରୁ ଆରମ୍ଭ ହେଲା ଚଳିତ ବର୍ଷ ଖରିଫ ଧାନ ମଣ୍ଡି 

masiha

Leave a Comment

error: Content is protected !!