ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁଥ୍ ହଷ୍ଟେଲର ବାର୍ଷିକୋତ୍ସବ ଆସନ୍ତା ୧୨ ରେ……

ୟୁଥ୍ ହଷ୍ଟେଲର ବାର୍ଷିକୋତ୍ସବ ଆସନ୍ତା ୧୨ ରେ……

ରାଉରକେଲା: ୟୁଥ୍ ହଷ୍ଟେଲ ଅଫ୍ ଇଣ୍ଡିଆ ରାଉରକେଲା ର ୪୬ତମ ବାର୍ଷିକ ଉତ୍ସବ ତଥା ଏହି ଅନୁଷ୍ଠାନର ସର୍ବଭାରତୀୟ ସ୍ତରରେ ୭୫ତମ ବାର୍ଷିକୋତ୍ସବ ଆସନ୍ତା ୧୨ ତାରିଖ ଦିନ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ହଷ୍ଟେଲ ର କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର ସଭାପତି ପ୍ରତାପ କୁମାର ସ୍ବାଇଁ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ଏହି ଅବସରରେ ପୂର୍ବରୁ ଆୟୋଜିତ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ଅବସରରେ ସଭାପତି ଶ୍ରୀ ସ୍ବାଇଁ ଅନୁଷ୍ଠାନର ନବୀକରଣ କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଅମିତାଭ ଠାକୁର, ସମ୍ପାଦକ ନିରଞ୍ଜନ ବେହେରା, କାର୍ଯ୍ୟକାରୀ ସମ୍ପାଦକ ସରୋଜ କୁମାର ପଟ୍ଟନାୟକ, ନୀଳମଣି ମହାପାତ୍ର, ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ କର୍ମକର୍ତ୍ତା ସର୍ବଶ୍ରୀ ମଣ୍ଟୁ ସ, ଏସ୍ ଏନ୍ ଲେଙ୍କା,ପି ସି ମିଶ୍ର,ସମରକାନ୍ତ ମଲ୍ଲିକ, ଉପେନ୍ଦ୍ର ସ୍ବାଇଁ, ପ୍ରଦୀପ ମହାନ୍ତି,କାପ୍ରା ହାଁସଦା, କାମିନୀ ମହନ୍ତ, ଶ୍ରଦ୍ଧାଶ୍ରୀ ପଟ୍ଟନାୟକ, ସୁପ୍ରିୟା ସମାସୀ,ଲୁସି ଦାଶ, ଇନ୍ଦିରା ପଟ୍ଟନାୟକ, ସୁଲୋଚନା ମିଶ୍ର, ମୀନାକ୍ଷୀ ପାଢ଼ୀ, ମୋନାଲିସା ଗୈାଡ, କୃଷ୍ଣଚନ୍ଦ୍ର ପାଢୀ, ସମୀର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୁଡାହାଣ୍ଡି ମଞ୍ଚରେ କୋକସରା ବ୍ଲକ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ

masiha

ରାଇରଙ୍ଗପୁର କେରଳା ପବ୍ଲିକ ଆସିଏସଇ ଇଂଲିଶ ମିଡିୟମ ସ୍କୁଲର ୧୦ ମ ବୋର୍ଡର ଶତପ୍ରତିଶତ ଛାତ୍ରଛାତ୍ରୀଙ୍କ ସଫଳତା 

Sunil Chandra Nayak

ଜାମଦା ବ୍ଲକ ; ମହିଷ କୁଦର- ରାଧା ନଗର ବାଲି ସୁଦୂରାପୋଲ  ଅଣଓସାରିଅ ପୋଲକୁ ଉଚ୍ଚ କରିବା ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!