ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀ ର ନୂତନ ଚୂଡାନ୍ତ ଭୋଟର ତାଲିକା-୨୦୨୫ ପ୍ରକାଶନ

ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀ ର ନୂତନ ଚୂଡାନ୍ତ ଭୋଟର ତାଲିକା-୨୦୨୫ ପ୍ରକାଶନ

 ବିଭିନ୍ନ ରାଜନୈତିକ ଦଳ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଙ୍କ ବୈଠକ

 ମୟୂରଭଞ୍ଜ -ତା ୦୬-୦୧- ( ମସିହା)ଆଜି ବାମନଘାଟି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଲତ ଚନ୍ଦ୍ରକାର ଓ ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଙ୍କ ସଭାପତିତ୍ବ ରେ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ଚୂଡାନ୍ତ ଭୋଟର ତାଲିକା-୨୦୨୫ ପ୍ରକାଶନ ସମ୍ପର୍କ ରେ ବିଭିନ୍ନ ରାଜନୈତିକ ଦଳ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି.।

 ପ୍ରାରମ୍ଭ ରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ନିର୍ବାଚନ କମିଶନ ଙ୍କ ନିର୍ଦେଶ କ୍ରମେ ଅକଟୋବର ୨୯ ତାରିଖ ରୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଅଭିଯାନ ପରେ ଆଜି ୨୦୨୫ ମସିହା ପାଇଁ ବୁଥ ୱାରୀ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ହୋଇଛି ବୋଲି ପ୍ରକାଶ କରିବା ସହ ଏହାକୁ ସମସ୍ତ ରାଜନୈତିକ ଦଳ ମାନଙ୍କୁ ଅତିରିକ୍ତ ଜିଲ୍ଳାପାଳ ଓ ଉପ ଜିଲ୍ଲାପାଳ ପ୍ରଦାନ କରିଥିଲେ. ଏହି ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ରେ ଜନସାଧାରଣ ଙ୍କ ଠାରୁ ବିଭିନ୍ନ ପ୍ରକାର ସଂଶୋଧନ ତଥା ଭୋଟର ତାଲିକା ରେ ନୂତନ ଭାବେ ଅନ୍ତର୍ଭୁକ୍ତ ହେବା ପାଇଁ ସାରସକଣା ନିର୍ବାଚନ ମଣ୍ଡଳୀ ରୁ ମୋଟ ୬୮୮୮ ଏବଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ମୋଟ ୫୭୫୪ ଟି ଆବେଦନ ସଂଗୃହିତ ହୋଇଥିବା ବେଳେ ତଥ୍ୟ ଓ ଆବେଦନ ପତ୍ର ଆଧାର ରେ ଏହି ନୂତନ ଭୋଟର ତାଲିକା ପ୍ରକାଶିତ ହୋଇଛି.ଏହି ଆବେଦନ ପତ୍ର ମଧ୍ୟରୁ ନୂତନ ଭାବେ ଭୋଟର ତାଲିକା ରେ ଅନ୍ତର୍ଭୁକ୍ତ ହେବାପାଇଁ ସାରସକଣା ନିର୍ବାଚନ ମଣ୍ଡଳୀ ରୁ ୨୮୭୮ ଟି ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ୨୫୧୭ଟି ଆବେଦନ ପତ୍ର ଗ୍ରହଣ ହୋଇଥିଲା ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିବା ସହିତ ସ୍ୱତନ୍ତ୍ର ସଂଶୋଧନ ଅଭିଯାନ ବ୍ୟତୀତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନିରନ୍ତର ଚାଲୁରହିବ ମାତ୍ର ଏହି ଚୂଡାନ୍ତ ତାଲିକା ପ୍ରକାଶନ ପରେ ସଂଶୋଧନ ପାଇଁ ଆବେଦନ ହୋଇଥିବା ମତଦାତା ଙ୍କ ନାମ ଭୋଟର ତାଲିକା ଭୁକ୍ତ ନହୋଇ ଏକ ପରିଶିଷ୍ଠ ଭାବେ ଭୋଟର ତାଲିକା ରେ ସ୍ଥାନିତ ହେବ ଏବଂ ପରବର୍ତୀ ସମୟରେ ଏହା ଭୋଟର ତାଲିକା ଅନ୍ତର୍ଭୁକ୍ତ ହେବ ବୋଲି ସ୍ପଷ୍ଟ କରିଥିଲେ. ଅନୁଷ୍ଠିତ ଉକ୍ତ ବୈଠକ ରେ ଡେପୁଟି କଲେକ୍ଟର ଶ୍ରୀ ମନୋଜ କୁମାର ମହାନ୍ତ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ବରିଷ୍ଠ ରାଜସ୍ବ ସହାୟକ ଶ୍ରୀ ପ୍ରସାଦ ବେହେରା, କନିଷ୍ଟ ରାଜସ୍ବ ସହାୟକ ଶ୍ରୀ ଦୀପକ କୁମାର ମହାନ୍ତ ଏବଂ ଡି ଇ ଓ ଶ୍ରୀ ଦୁର୍ଗା ପ୍ରାସାଦ ଦାଶ ପ୍ରମୁଖ ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳରୁ ଯଥାକ୍ରମେ କଂଗ୍ରେସ ଦଳ ତରଫରୁ ଶ୍ରୀ ଅଶୋକ ଅଗ୍ରୱାଲ, ଭାରତୀୟ ଜନତା ଦଳ ତରଫରୁ ଶ୍ରୀ ଗୌରୀ ଶଙ୍କର ଦତ୍ତ ଓ ଶ୍ରୀ ସୁରଥ ପଟ୍ଟନାୟକ, ଜେ ଏମ ଏମ ଦଳ ତରଫରୁ ଶ୍ରୀ ସାଲୁ କିସ୍କୁ ପ୍ରତିନିଧି ଭାବେ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ.।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

20 ହଜାର ଦିଅ ଆବାସ ଯୋଜନାରେ ଘର ନିଅ, ଖୋଲା ଖୋଲି ଭାବରେ ସରପଞ୍ଚ ମାଗୁଛନ୍ତି ଟଙ୍କା !

Sunil Chandra Nayak

ଚିତ୍ରଶିଳ୍ପୀ ସଂଘ ର ନୂତନ କର୍ମକର୍ତ୍ତା ଚୟନ

masiha

ରୋଟାରୀ କ୍ଳବ୍ ଅଫ୍ ରାଇରଙ୍ଗପୁର ରୟାଲ ଆନୁକୁଲ୍ୟରେ ଗୋଲେଇ ଛକରେ ଶାନ୍ତି ସ୍ତୁପ ଏବଂ ଭରଣ୍ଡିଆ ୟୂପି ସ୍କୁଲର ଵିଶୁଦ୍ଧ ଜଳ ବ୍ୟବସ୍ଥା ସ୍ଥାପନା ଓ ସମ୍ବର୍ଦ୍ଧନା ଉତ୍ସବ 

masiha

Leave a Comment

error: Content is protected !!