ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଳବୈଶାଖୀରେ ପ୍ରଭାବିତ ତରାଗାଁ ଓ ବେଣାଖମାର ଗ୍ରାମ

ଥୁଆମୂଳ ରାମପୁର:୨୨/୪- ମ.ନି.ସ:– ପ୍ରକୃତିର ପ୍ରକୋପରେ ଏବେ କବଳିତ ସାରାସଂସାର ଦିନକୁ ଦିନ ମନୁଷ ପ୍ରାକୃତିକ ସମ୍ପଦ ଉପରେ ଅକ୍ତିଆର କରିବା ସହ ଯାହାସବୁ ଅନ୍ଯାୟ କରିଚାଲିଚି ତାହାର କୁପରିଣାମ ମନୁଷ୍ୟ କୁ ହିଁ ଭୋଗିବାକୁ ପଡିଛି, ଅଦିନିଆ ବର୍ଷା ସାଙ୍ଗକୁ କାଳବୈଶାଖୀ ଭଳି ଅନେକ ପ୍ରାକୃତିକ ଦୁର୍ଘଟଣା ଘଟିଚାଲିଛି। ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଅନେକ ସ୍ଥାନରେ ଅନେକ ସମୟରେ କାଳବୈଶାଖୀ ପ୍ରଭାବରେ ଧନଜୀବନ ପ୍ରଭାବିତ ହେଉଅଛି। ଏହି ଭଳି କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର କାଣିଗୁମା ଗ୍ରାମପଞ୍ଚାୟତ ଅଧିନରେ ଥିବା ତରାଗାଁ ଓ ପାଡେପଦର ଗ୍ରାମପଞ୍ଚାୟତ ବେଣାଖମାର ଗ୍ରାମରେ କାଳବୈଶାଖୀ ପଭାବ ପଡିଥିବା ସୂଚନାରୁ ଜଣାପଡିଥିଲା। ତରାଗାଁ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ବିରାଟକାୟ ଗଛ ପଡିବାରୁ କେନ୍ଦ୍ରର କିଛି ଅଂଶ ଭାଙ୍ଗିଯାଇଛି। ଏହି ଘଟଣାକୁ ନେଇ କାଣିଗୁମା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀ ଧ୍ରୃବଚରଣ ମାଝୀ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅଙ୍ଗନବାଡି କେନ୍ଦ୍ରରେ ଭାଙ୍ଗି ପଡି ଯାଇଥିବା ଗଛକୁ ସେଠାରୁ ହଟାଇବାରେ ସକ୍ଷମ ହୋଇଛନ୍ତି। ସେହିପରି କାଳବୈଶାଖୀ ପ୍ରଭାବରେ ବେଣାଖମାର ଗ୍ରାମର ଜୈନକ ବ୍ଯକ୍ତି ତିଳ ଗୌଡଙ୍କ ବାସଗୃହ ଓ ଦୋକାନ ଘରର ଆଜବେଷ୍ଟସ୍ କୁ ପବନରେ ଉଡାଇ ନେଇଯାଇଥିଲା ଯାହାଫଳରେ ଭାଙ୍ଗି ଚୂରମାର ହୋଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ଓ ଘାଗରାମୁଣ୍ଡା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

ମେସିନ କରୁଛି ଏମଜିଏନଆଇଜିଏ କାମ,ଶ୍ରମିକ ଯାଉଛି ଦାଦନ

Sunil Chandra Nayak

ଦୁର୍ଗମ ପିଡିଶାଲ ଗାଁରେ ପହଞ୍ଚିଲା ବ୍ଲକ ପ୍ରଶାସନ ,ପୁଣି ଆରମ୍ଭ ହେଲା ଗାଁକୁ ଚାଲ ଅଭିଯାନ

Sunil Chandra Nayak

Leave a Comment

error: Content is protected !!