ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁଡ଼ାଇ ଗୁଡ଼ାଇ ଚପଲ ରେ ମାଡ଼ ମାରିବା ଘଟଣାର ଉପଯୁକ୍ତ ନ୍ୟାୟ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ରେ ଉପଖଣ୍ଡ ସ୍ବାସ୍ଥ୍ୟ କର୍ମଚାରୀ ଥାନାର ଦ୍ଵାରସ୍ତ

 ନୂଆପଡା -:  ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁଡ଼ାଇ ଗୁଡ଼ାଇ ଚପଲ ରେ ମାଡ଼ ମାରିବା ଘଟଣାର ଉପଯୁକ୍ତ ନ୍ୟାୟ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ରେ ଉପଖଣ୍ଡ ସ୍ବାସ୍ଥ୍ୟ କର୍ମଚାରୀ ଥାନାର ଦ୍ଵାରସ୍ତ ହୋଇଛନ୍ତି। ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ.ଦୀନବନ୍ଧୁ ମହାନନ୍ଦ ଙ୍କୁ ଖଡ଼ିଆଳ ବ୍ଲକ ଛକ ଠାରେ ମୋର ପୁଅ କୁ ମାରିଦେଲୁ କହି ଚପଲ ଚପଲ ମାଡ଼ ମାରିଥିବା ବେଳେ  ଗୁଡ଼ାଇ ଗୁଡ଼ାଇ ଧାରୁଆ ଅସ୍ତ୍ରର ଆକ୍ରମଣ କରିଥିଲେ। ଫଳରେ ଡକ୍ଟର ମହାନନ୍ଦ ଙ୍କୁ ବେକରେ ଆଘାତ ହୋଇଥିବା ପ୍ରକାଶ କରିଛନ୍ତି। ଆଜି ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀମାନେ ପହଞ୍ଚି ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଚେତ ଆନ୍ଦୋଳନ କରିବୁ ବୋଲି ସ୍ବାସ୍ଥ୍ୟ କର୍ମୀ ଏବଂ ସମସ୍ତ କର୍ମଚାରୀ ମାନେ ମତଵ୍ୟକ୍ତ କରିଛନ୍ତି।ସେହିପରି ଇଂଜେସନ ଛାଡ଼ ଏବଂ କଲମ ଛାଡ଼ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି।ସେହିପରି ଖଡ଼ିଆଳ ଥାନା ରେ ଦୋଷୀଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଖଡ଼ିଆଳ ବାରେଶବାହେଲି ଗ୍ରାମର ବୋଲି ଜଣାପଡିଅଛି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ମାଟିର ମହକ 

Sunil Chandra Nayak

ଓଡ଼ିଶା କୃଷକ ସଭା ର ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ଅବରୋଧ

Sunil Chandra Nayak

ପ୍ରିୟଙ୍କା ସାହୁ ଙ୍କ କବିତା ଶାମୁକା

Sunil Chandra Nayak

Leave a Comment

error: Content is protected !!