ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ

ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ

ରାୟଗଡ ତା ୭/୦୧- ରାୟଗଡ ଜିଲ୍ଲାପ୍ରଶାସନ ଓ କୃଷି ବିଭାଗ ତରଫରୁ ସ୍ଥାନୀୟ ଜେଏସସିଆଇଆର ପଡିଆ ଠାରେ ଚଳିତ ମାସ ତା ୭ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଟିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କୃଷୀ ଯନ୍ତ୍ରପାତି ମେଳା ଆଜିର ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମଝିଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତ ଅଧ୍ୟକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମlନିତ ଅତିଥି ତଥା ଉପାଧ୍ୟକ୍ଷ ଜିଲ୍ଲାପରିଷଦ ରୟାଗଡ଼ ଶ୍ରୀ ସନ୍ତୋଷ ସୁନା ,ପ୍ରକଳ୍ପ ପ୍ରଶାସକ ସମ୍ମନ୍ଵୀତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡା, ଶ୍ରୀ ଚନ୍ଦ୍ର କାନ୍ତ ମlଝି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଶ୍ରୀ ବିଷ୍ଣୁ ପ୍ରସାଦ ଦାଶ,ଵିଷମ କଟକ ପଂଚାୟତ ସମିତି ଅଧ୍ୟକ୍ଷା,ଶ୍ରୀମତୀ ଯୋଷଦା ହୁଇକା,ଅଧ୍ୟକ୍ଷl,ମୁନିଗୁଡା ପଂଚାୟତ ସମିତି, ଶ୍ରୀମତୀ ଦୁଃଖୀନି ନୁଣ୍ଡରୁକା, ଚନ୍ଦ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ, ଶ୍ରୀ କୈନ କିମ୍ଵାକା,ପ୍ରକଳ୍ପ ନିର୍ଦେଶକ ଜଳ ବିଭାଜିକା ମିଶନ ଡ଼ଃ ଦୟାନିଧି ବାଗ,ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଦେବରାଜ ନାଏକ,ଉଦ୍ୟାନ କୃଷି ଉପନିର୍ଦେଶକ ଶ୍ରୀ ଦୟାନିଧି ବାଗ, ଜିଲ୍ଲା ମତ୍ସ୍ଯ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ସେଠୀ ଆଦି ଯୋଗଦlନ କରି ଚାଷୀ ମାନଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ଆଧୁନିକ କୃଷି ୟନ୍ତ୍ରପlତି ବ୍ୟବହାର କରି ଅଧିକ ଲାଭବାନ ହେବାକୁ ଉପଦେଶ ଦେଇଥିଲେ। ଏହି ଅବସରରେ ମେଳା ମଧ୍ୟରେ ଜିଲ୍ଲା କୃଷୀ ବିଭାଗ ତରଫରୁ ଏକ କୃଷୀ ସଚେତନତା ସଭା ଅନୁଷ୍ଟିତ ହୋଇଥିଲା। 

ଏଥିରେ ମୁଖ୍ୟ ଅତିଥି ସୁଶ୍ରୀ ମାଝୀ ଓ ସମ୍ମାନିତ ଅତିଥି କୃଷି ମେଳାର ଉଦେଶ୍ୟ ଓ ଆଧୁନିକ ପ୍ରଣାଳୀରେ ଚାଷୀ କିପରି ଲାଭବାନ ହୋଇପାରିବେ ତା ଉପରେ ଆଲୋକପାତ କରିଥିଲେ। ଏହି ମେଳାରେ ଯୋଗଦେଇ ଥିବା ଅତିଥିମାନେ ଜିଲ୍ଲାର କିଛି କୃଷକ ଆଧୁନିକ ପ୍ରଣାଳୀ ରେ କିପରି ବିଭିନ୍ନ ପ୍ରକାର ଚାଷ ଉତ୍ପାଦନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହେଇଛନ୍ତି ସେ ସମ୍ପର୍କରେ ଉଲ୍ଲେଖ କରି ବର୍ତ୍ତମାନ ଯୁଗରେ କୃଷୀ କ୍ଷେତ୍ରରେ ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର କରି ଚାଷୀ ଅଧିକ ଲାଭବାନ ହୋଇପାରୁଥିବା ହେତୁ ଏବଂ ଏ କ୍ଷେତ୍ରରେ ସରକାର ସବ୍ସିଡି ମାଧ୍ୟମରେ କୃଷକଙ୍କ ଆବଶ୍ୟକ ଯନ୍ତ୍ର ପାତି ଯୋଗାଇ ଦେଉଥିବାରୁ ଜିଲ୍ଲାର କୃଷକ ଭାଇମାନେ ଏହାର ସୁଯୋଗ ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦlଶ ସ୍ଵାଗତ ଭାଷଣ ଦେଇଥିବା ଜିଲ୍ଲା କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ l

ଏହି ଅବସରରେ ମେଳାରେ ଉଦଘାଟନୀ ଦିବସରେ ଜଣ କୃଷକ ଟ୍ରାକ୍ଟର ବୁକିଂ କରି କିଣି ଥିବାରୁ ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ଟ୍ରାକ୍ଟର ଚାବି ପ୍ରଦାନ କରାଯାଇଥିଲା। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ହାସଲ କରିଥିବା ଵିଷମ କଟକ ବ୍ଲକର ଚାଷୀ କୈଳାଶ ୱାଡାକ, କେ . ସୁରେଶ ଚୌଧୁରୀ, ଚନ୍ଦ୍ରପୁର ବ୍ଲକର ବିଜୟ କୁମାର କଦମ୍ବାଳୁ, ମୁନିଗୁଡା ବ୍ଲକର ଚାଷୀ ଶ୍ରୀ ଧାଵା ନୁଣ୍ଡରୁକା,ମୁଖ୍ୟମନ୍ତ୍ରୀ ଅଭିନଵ କୃଷି ଯନ୍ତ୍ରପାତି ବ୍ୟବହାର ନିମନ୍ତେ ଶ୍ରୀ ଗଣେଶ ଝୁଡିଆ, ଅର୍ଜୁନ ମାଝୀଙ୍କୁ ୧୫୦୦୦/-ଟଙ୍କାର ପୁରସ୍କୃତ କରାଯାଇଛି, ପଦ୍ମପୁର ବ୍ଲକର ଚାଷୀ ରତ୍ନାକର ସାହୁ, ମୁନିଗୁଡା ବ୍ଲକର ତରଣୀସେନ ବଡ଼ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲେ l ଏହାପରେ ଚାଷ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ମେଳାରେ ପ୍ରତେକ ଦିନ ସନ୍ଧ୍ୟା ୩ ଟା ରୁ୬ପର୍ଯ୍ୟନ୍ତ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜନସାଧାରଣ ଙ୍କ ମନୋରଞ୍ଜନ ପାଇଁ ଅନୁଷ୍ଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଯୋଗଦାନ କରି ଏହାକୁ ଉପଭୋଗ କରିବା ସହିତ କୃଷି ଯନ୍ତ୍ରପାତି ମେଳା ବୁଲିଦେଖିଥିଲେ lଏହି ମେଳାରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଷ୍ଟଲ ମାନ ଖୋଲାଯାଇ ତାଙ୍କର ଉତ୍ପlଦିତ ଦ୍ରଵ୍ୟ ବିକ୍ରୟ କରିଛନ୍ତି l ଏହି ୪ଦିନିଆ ମେଳାରେ ପ୍ରତେକ ଦିନ ବିଭିନ୍ନ ମାନ୍ୟଗନ୍ୟ ଅତିଥି, ଜନପ୍ରତିନିଧି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରର ଅଷ୍ଟମ ବାର୍ଷିକୋତ୍ସବ ପାଳିତ

Sunil Chandra Nayak

କଲମ ପୁର ବ୍ଲକ ଯାଦବ ମହାସଭା ନିର୍ବାଚନୀ ସଭା ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ‘ମାସା’ ତରଫରୁ ଦାବିପତ୍ର

masiha

Leave a Comment

error: Content is protected !!