ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାରାଗାଁ,ବାବା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ରେ ଝରିଗାଁ ବିଧାୟକ:ଯୋଗ ଦେଲେ ବିଦ୍ୟାଳୟ ପରିଚାଳନା କମିଟି ସଭାରେ 

କାରାଗାଁ,ବାବା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ରେ ଝରିଗାଁ ବିଧାୟକ:ଯୋଗ ଦେଲେ ବିଦ୍ୟାଳୟ ପରିଚାଳନା କମିଟି ସଭାରେ 

ନବରଙ୍ଗପୁର:(୫|୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ କାରାଗାଁ ଗ୍ରାମରେ ଥିବା ବାବା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନରେ ଝରିଗାଁ ବିଧାୟକ ନରସିଂ ଭତ୍ରl ଆଜି ଯାଇ ଥିଲେ l ବିଧାୟକ ପହଁଞ୍ଚିବା କ୍ଷଣି ପୁଷ୍ପ ତୋଡ଼ା ଦେଇ ସ୍ୱାଗତ କରିଥିଲେ ପ୍ରଧାନଶିକ୍ଷକଙ୍କ ସହ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ବୃନ୍ଦ lଆଜି ବିଦ୍ୟାଳୟ ପରିଚାଳନା କମିଟି ସଭାରେ ଯୋଗ ଦେଇ ବିଦ୍ୟାଳୟ ର ସମସ୍ୟା ଉପରେ ଅବଗତ ହୋଇଥିଲେ lଏହି ଅବସରରେ ଉକ୍ତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଝରିଗାଁ ବିଧାୟକ ନରସିଂ ଭତ୍ରl ଙ୍କ ସଭାପତିତ୍ବରେ କାରାଗାଁ ଗ୍ରାମ ପଞ୍ଚାୟତ ସମିତି ସଭ୍ଯ ବିକ୍ରମ ସିଂ, ସରପଞ୍ଚ ଶ୍ୟାମଳୀ ଭତ୍ରl, ଉଦୟ ସିଂ ଭତ୍ରl, କମଳୁ ଭତ୍ରl, ଆଶାୟି ଭତ୍ରl, ନରେଶ ଚୌଧୁରୀ, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଷ୍ନୁ ଚନ୍ଦ୍ର ପଟ୍ଟନାୟକ ଙ୍କ ସହ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ରହି ସର୍ବପ୍ରଥମେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଫଟୋ ଚିତ୍ର ନିକଟରେ ଧୂପ ଦୀପ ପ୍ରଜ୍ଜ୍ଵଳନ କରାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ସମସ୍ତ ସଦସ୍ୟ ବୃନ୍ଦ ବିଦ୍ୟାଳୟରେ ଛାତ୍ରାବାସ ଓ ପାନୀୟ ଜଳର ସମସ୍ୟା ଉପରେ ଅବଗତ କରାଇଥିଲେ l ବିଧାୟକ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେବା ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଷ୍ଟି ଦେବେ ବୋଲି କହିଥିଲେ l ବିଧାୟକଙ୍କ ସହ ବିଜେପି କର୍ମୀ ବୃନ୍ଦ ସହଯୋଗ କରିଥିଲେ l 

( ମ ନି ସ )

Related posts

ହୃଷିକେଶ ରାୟ ମହାବିଦ୍ୟାଳୟ ର ୩୭ତମ ବାର୍ଷିକୋତ୍ସବ

Sunil Chandra Nayak

ଚାଷୀଙ୍କ ବିଭିନ୍ନ ସମସ୍ୟା କୁ ନେଇ ବିଜେଡ଼ି ପକ୍ଷରୁ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର

Sunil Chandra Nayak

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ନାରୀ କବି ସମ୍ମିଳନୀ ଓ କବିତା ପାଠୋତ୍ସବ 

masiha

Leave a Comment

error: Content is protected !!