ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ରେଡକ୍ରସ୍ ଶିକ୍ଷା ଓ ତାଲିମ୍ ଶିବିର ଉଦ୍ଘାଟିତ 

ଜିଲ୍ଲା ସ୍ତରୀୟ ରେଡକ୍ରସ୍ ଶିକ୍ଷା ଓ ତାଲିମ୍ ଶିବିର ଉଦ୍ଘାଟିତ 

ନବରଙ୍ଗପୁର:( ତା ୯.୧.୨୦୨୫)ସହରସ୍ଥିତ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ଠାରେ ସପ୍ତମ ଜିଲ୍ଲା ସ୍ତରୀୟ ରେଡ୍କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ଙ୍କ ସଭାପତିତ୍ବ ରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ବିଧାୟକ ଡ଼ାବୁଗାଁ ମନୋହର ରନ୍ଧାରି, କ୍ରୀଡା ଓ ଶାରୀରିକ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ପଟ୍ଟନାୟକ, ଆର ସି ଡ଼ି ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରୀୟା ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ ରେଶମ ଲାଲ୍ ନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଚିତ୍ତ ରଞ୍ଜନ ପଟ୍ଟନାୟକ, ସୁବାସ ରାୟ, ଗୋଷ୍ଠି ଶିକ୍ଷା ଅଧିକାରୀ ନବରଙ୍ଗପୁର ସମରେନ୍ଦ୍ର ଭୌମିକ, ଗୋଷ୍ଠି ଶିକ୍ଷା ଅଧିକାରୀ, ପାପଡ଼ା ହାଣ୍ଡି, ଜିଲ୍ଲା ରେଡ୍କ୍ରସ ଅଧିକାରୀ ପ୍ରକାସିନି ଚୌଧୁରୀ ଉପସ୍ଥିତ ଥିଲେ। ସର୍ବ ପ୍ରଥମେ ରେଡ୍କ୍ରସ ପତାକା ଉତ୍ତୋଳନ ପରେ ଧୂପ ଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ ପୂର୍ବକ ଅତିଥିଗଣ ମଞ୍ଚାସୀନ ହେଲେ।ଅତିଥିଗଣ ରେଡ୍କ୍ରସ ସ୍ଥାପନର ଉଦ୍ଦେଶ୍ୟ ଓ ଆମ ସମସ୍ତ ଙ୍କ ଦାୟିତ୍ଵ ତଥା ସ୍ବାସ୍ଥ୍ୟ ସେବା ଓ ବିଶ୍ୱ ବନ୍ଧୁତା ବିଷୟ ରେ ଆଲୋଚନା ରଖିଥିଲେ। ପରବର୍ତ୍ତୀ ସମୟରେ ରେଡକ୍ରସ୍ ର ଇତିହାସ ଓ ଜୁନିଅର ରେଡ୍ କ୍ରସ ବିଷୟ ରେ ବଶିଷ୍ଠ କାଉନସିଲ ର ଶ୍ରୀ ନଳିନୀ କାନ୍ତ ପାତ୍ର ବିଶଦ ଆଲୋଚନା ରଖିଥିଲେ। ମଧ୍ୟାହ୍ନ ଅନ୍ତେ ଜିଲ୍ଲା ଅଗ୍ନିଶମ ବାହିନୀର ଅଧିକାରୀ ମାନଙ୍କ ଦ୍ୱାରା ନିଆଁ ର ପ୍ରକାର,ଆୟତ୍ତ କୌଶଳ ତଥା ଅନ୍ୟାନ୍ୟ ଜରୁରୀ କାଳୀନ ସେବା ଉପରେ ଏକ ସଫଳ ମୋକଡ୍ରିଲ ହୋଇଥିଲା l ଛାତ୍ର ଛାତ୍ରୀ ମାନଂକ ଦ୍ବାରା ବିଭିନ୍ନ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ଯକ୍ରମ ହୋଇଥଲା। ତିନିଦିନ ଧରି ହେବାକୁ ଥିବା ଏହି ଶିବିର ରେ ସ୍ଵଚ୍ଛତା, ରକ୍ତଦାନ , ଏଚ ଆଇ ଭି ଏଡ୍ସ, ସଡ଼କ ନିରାପତ୍ତା, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଆଦି ବିଷୟ ରେ ସଚେତନତା କାର୍ଯ୍ୟକ୍ରମ ରହିଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ଚିଲିଗୁଡା ତଫସିଲଭୁକ୍ତ ଜାତି ପଡ।ରେ ନୂଆଖାଇ ଭେଟ ଘାଟ

Sunil Chandra Nayak

ବାସନ୍ତୀ ପାଠାଗାରରେ “ରଜ ଉତ୍ସବ ଓ ମଉଜ ” ପାଳନ

Sunil Chandra Nayak

ବାଲିଗୁଡାରେ ୮୯ ତମ ଉତ୍କଳ ଦିବସ ପାଳିତ

masiha

Leave a Comment

error: Content is protected !!