ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡ଼ା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

ଖାତିଗୁଡ଼ା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

ତେନ୍ତୁଳିଖୁଣ୍ଟି ୩୦/୦୧/୨୬ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଜାନୁଆରୀ ୩୦ ତାରିଖ ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ପ୍ରାରମ୍ଭ ରେ ନିମନ୍ତ୍ରିତ ବରେଣ୍ୟ ଅତିଥି ମାନଙ୍କ ଦ୍ଵାରା ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଗୌରୀ ଶଙ୍କର ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ତଥା ସମ୍ମାନିତ ଅତିଥି ବି ଇ ଓ ସୁଦୀପ୍ତ କୁମାର ଦାସ, ଏ ବି ଇ ଓ ପ୍ରଫୁଲ ପଟ୍ଟନାୟକ , କୁଳ ରଞ୍ଜନ ସୁନା , ସାହିତ୍ୟିକ ନାରାୟଣ ପଣ୍ଡା,ରମେଶ ଚନ୍ଦ୍ର ଟାକ୍ରୀ ପ୍ରମୁଖ ଙ୍କୁ ଫୁଲ ବୃଷ୍ଟି ପରେ ଉପଢୌକନ ଦେଇ ଛାତ୍ର ଛାତ୍ରୀ ସ୍ବାଗତ କରିଥିଲେ। ବିଦ୍ୟାଳୟ ଛାତ୍ରୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ବିଡ଼ିଓ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। । ବିଦ୍ୟାଳୟ ର ବାର୍ଷିକ ବିବରଣୀ ବିଦ୍ୟାଳୟ ପାଠ କରିବା ସହ ବିଦ୍ୟାଳୟ ର ପ୍ରମୁଖ ସମସ୍ୟା ଉତଥାପନ କରି ସାନି ସମାଧାନ ପାଇଁ ଅନୁରୋଧ କରିଥିଲେ। ମୁଖ୍ୟ ଅତିଥି ଶିକ୍ଷାକୁ ମାପକାଠି କରି ପିତାମାତା ଓ ଗୁରୁଜନମାନଙ୍କୁ ଭକ୍ତିକରି ଚାଲିଲେ ଜୀବନ ସାର୍ଥକ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ବି ଇ ଓ ସୁଦୀପ୍ତ ଦାସ ଛାତ୍ର ଜୀବନ ରେଶୃଙ୍ଖଳା,ସମୟନୁବର୍ତ୍ତିତା ପାଳନ କରିଲେ କୃତିତ୍ୱ ପାଇ ପାରିବେ। ମୁଖ୍ୟ ଅତିଥି ଓ ବରେଣ୍ୟ ଅତିଥି ବୃନ୍ଦ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ଟ୍ରଫି ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ର ପରିବେଷଣ କରିଥିଲେ। ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କ ସମ୍ପର୍କ କିପରି ଗୁରୁ କୂଳ ପରମ୍ପରା ଭଳି ହୋଇ ପାରିବ ବିଡ଼ିଓ ବାର୍ତ୍ତା ଦେଇଥିଲେ। ସି ଆର୍ ସି ସି ପ୍ରମୋଦା ସାମଲ ମଞ୍ଚ ରେ ଆସିଁନ ଥିଲେ। ବିଦ୍ୟାଳୟ ର ଶିକ୍ଷୟତ୍ରୀ ମମତା ପାଣିଗ୍ରାହୀ,ରୀତା ବେହେରା ଶିକ୍ଷକ କୃଷ୍ଣ ଚନ୍ଦ୍ର ଭତ୍ରା କାର୍ଯ୍ୟକ୍ରମ ପରିଚାଳନା ରେ ସହ ଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଦୟାନିଧି ପ୍ରତିଭା ସମ୍ମାନ – ୨୦୨୫ ପାଇଲେ ଶିକ୍ଷାବିତ୍ ପ୍ରଫେସର ମନୋଜ କୁମାର ନାୟକ 

Sunil Chandra Nayak

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସାଂସଦ ଓ ବିଧାୟକ

masiha

କେନ୍ଦୁଝର କଲେଜରୋଡ ମହାଲକ୍ଷ୍ମୀ କଲଚରାଲ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା

Sunil Chandra Nayak

Leave a Comment

error: Content is protected !!