ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କମିଲାଣି ଉତ୍ପାଦନ, ମିଳୁନି ପେପର : ବଢିଲାଣି ଖବରକାଗଜ ଛାପିବା ଖର୍ଚ୍ଚ…

ବିଶ୍ୱବ୍ୟାପୀ ଖବରକାଗଜ ଶିଳ୍ପରେ ଏକ ବଡ଼ ସମସ୍ୟା ଦେଖାଦେଇଛି । ପେପର୍‌ ଛପାଇବା ପାଇଁ ବ୍ୟବହାର ହେଉଥିବା ନ୍ୟୁଜ୍‌ ପ୍ରିଣ୍ଟ୍‌ ଦର ଦ୍ରୁତ ବେଗରେ ବୃଦ୍ଧି ପାଉଛି । ୧୬ ମାସରେ ଏହା ୧୭୫% ମହଙ୍ଗା ହୋଇଗଲାଣି । ଫଳରେ ଖବରକାଗଜ ଛାପିବା ଅତ୍ୟନ୍ତ ବ୍ୟୟବହୁଳ ପାଲଟିଛି ।

ରିପୋର୍ଟ ଅନୁସାରେ ନ୍ୟୁଜ୍‌ ପ୍ରିଣ୍ଟ ଉତ୍ପାଦନ କମିଥିବାବେଳେ ଯୋଗାଣ ହ୍ରାସ ପାଇଛି ।ଫଳରେ ସମଗ୍ର ବିଶ୍ୱରେ ଖବରକାଗଜ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ଯଦି ଭାରତ କଥା ବିଚାରକୁ ନିଆଯାଏ ତେବେ ଦେଶ ଏହାର ଆବଶ୍ୟକତାର ପାଖାପାଖି ୫୦% ନ୍ୟୁଜ୍‌ ପ୍ରିଣ୍ଟ ବାହାର ଦେଶରୁ କିଣିଥାଏ । ଆମଦାନି କରାଯାଉଥିବା କାଗଜ ଦର ୨୦୨୦ ଡିସେମ୍ବର ସୁଦ୍ଧା ମେଟ୍ରିକ୍‌ଟନ ପିଛା ୩୮୦ରୁ ୪୦୦ ଡଲାର ଥିଲା । ଏବେ ଏହା ୧,୦୫୦ରୁ ୧୧୦୦ ଡଲାରରେ ପହଞ୍ଚିଛି । ଅର୍ଥାତ୍‌ ୧୬ ମାସରେ ଦର ୧୭୫%ରୁ ଅଧିକ ବଢ଼ିଗଲାଣି ।

ଭାରତ ଏହାର ଆବଶ୍ୟକତାର ୫୦% କାଗଜ ରୁଷ, କାନାଡା ଏବଂ ୟୁରୋପରୁ ଆମଦାନି କରିଥାଏ । ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଛି । କାନାଡାରେ କୋଭିଡ ଟିକାକରଣ ଅନିବାର୍ଯ୍ୟ କରିବା ଫଳରେ ଟ୍ରକ ଡ୍ରାଇଭର ଆନ୍ଦୋଳନ କରୁଛନ୍ତି । ଫଳରେ ସେଠାରେ ଯୋଗାଣ ବାଧାପ୍ରାପ୍ତ ହୋଇଛି । ମହାମାରୀ ବେଳେ ଅନ୍‌ଲାଇନ୍‌ ସପିଂ ବଢ଼ିବା ଫଳରେ ବ୍ରାଉନ୍‌ ପେପରର ଚାହିବା ବୃଦ୍ଧି ପାଇଛି । କାଗଜ କଳ ବ୍ରାଉନ୍‌ ପେପର ଉତ୍ପାଦନ ବଢ଼ାଉଥିବାବେଳେ ନ୍ୟୁଜ୍‌ପ୍ରିଣ୍ଟ ଉତ୍ପାଦନକୁ କମାଇ ଦେଇଛନ୍ତି । ୨୦୧୭ରେ ବିଶ୍ୱରେ ପ୍ରାୟ ୨.୩୮ କୋଟି ଟନ୍‌ ନ୍ୟୁଜ୍‌ ପ୍ରିଣ୍ଟ ଉତ୍ପାଦନ ହେଉଥିବାବେଳେ ଏବେ ଏହା ୫୦% ହ୍ରାସ ପାଇ ୧.୩୬ କୋଟି ଟନ୍‌ ରହିଛି ।

ମହାମାରୀରେ ରଦି କାଗଜ ମାତ୍ରା କମିଯାଇଛି । ନ୍ୟୁଜ୍‌ ପ୍ରିଣ୍ଟ ପାଇଁ ଏହା ମୁଖ୍ୟ କଞ୍ଚାମାଲ । କିଲୋ ପିଛା ୧୦ରୁ ୧୨ ଟଙ୍କାରେ ବିକ୍ରି ହେଉଥିବା ରଦି କାଗଜ ଏବେ କିଲୋ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି । ଏହା ମଧ୍ୟ ନ୍ୟୁଜ୍‌ ପ୍ରିଣ୍ଟ ମହଙ୍ଗା ହେବାର ଅନ୍ୟ ଏକ କାରଣ ।

ଭାରତୀୟ କାଗଜ କଳରୁ ଚୀନ୍‌କୁ ନ୍ୟୁଜ୍‌ ପ୍ରିଣ୍ଟ ରପ୍ତାନି ବୃଦ୍ଧି ମଧ୍ୟ ନ୍ୟୁଜ୍‌ ପ୍ରିଣ୍ଟକୁ ମହଙ୍ଗା କରିଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ମାଟି ଗାଁ ପ୍ରେମୀୟର ଲିଗ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ତରଂଜା ଚାମ୍ପିଅନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କାଶ୍ମୀରୀ ହିନ୍ଦୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଚିନ୍ତାଶୀଳ ହେବା ଉଚିତ – କୁସୁମ..

Sunil Chandra Nayak

Leave a Comment

error: Content is protected !!