ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୫ତମ ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

୧୫ତମ ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଭବାନୀପାଟଣା, ତା. ୧୦.୦୧.୨୦୨୫ : ୧୫ ତମ ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ,କଳାହାଣ୍ଡି ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ୨୦୧୧ ମସିହା ଠାରୁ ଜାନୁୟାରୀ ୨୫ ତାରିଖ ( ନିର୍ବାଚନ କମିଶନ ପ୍ରତିଷ୍ଠା ଦିବସ ) କୁ ଜାତୀୟ ମତଦାତା ଦିବସ ରୂପେ ପାଳନ କରିବା ପାଇଁ ଭାରତର ନିର୍ବାଚନ କମିଶନ ସ୍ଥିର କରିଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାମ ପଞ୍ଜୀକରଣ ବୃଦ୍ଧି କରିବା ଏବଂ ସାବାଳ ମତଦାନ ଅଧିକାର କୁ ଏହି ଉତ୍ସବ ମାଧ୍ୟମରେ ବାସ୍ତବ ରୂପରେଖ ଦେବା ସହିତ ଭାରତୀୟ ଗଣତନ୍ତ୍ରର ଗୁଣାତ୍ମକ ମାନ ବୃଦ୍ଧି କରିବା । ଏହି ଦିବସ ମାଧ୍ୟମରେ ଗଣତନ୍ତ୍ର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ମତଦାତା ମାନଙ୍କ ମଧ୍ୟରେ ସଚେତନତା ପ୍ରସାର କରିବା ଉଦ୍ଦେଶ୍ୟରେ ତା. ୨୫ ଜାନୁୟାରୀ ୨୦୨୫ କୁ ୧୫ ତମ ଜାତୀୟ ମତଦାତା ଦିବସ ରୂପେ ଜିଲ୍ଲା ସମେତ ଉପଖଣ୍ଡ ମହକୁମା ଏବଂ ମତଦାନ କେନ୍ଦ୍ରରେ ପାଳନ କରାଯିବ । ଏହି ପରିପେକ୍ଷିରେ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ତା. ୨୫.୦୧.୨୦୨୫ ରିଖ ସକାଳ ୮:୦୦ ଘଣ୍ଟା ଠାରୁ ୯:୦୦ ଘଣ୍ଟା ମଧ୍ୟରେ ପଦଯାତ୍ରା କାର୍ଯ୍ୟକ୍ରମ କରାଯିବ । ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ବକ୍ତୃତା, ରଚନା ଓ ଚିତ୍ରକଳା ପ୍ରତିଯୋଗିତା ତା.୨୦.୦୧.୨୦୨୫ ଏବଂ ତା. ୨୧.୦୧.୨୦୨୫ ରିଖରେ ଅନୁଷ୍ଠିତ ହେବ । ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ତା. ୨୫.୦୧.୨୦୨୫ ରିଖ ଦିନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ଜାତୀୟ ଭୋଟର ଦିବସ ୨୦୨୫ ର ଥିମ ହେଉଛି “ମତଦାନର ନାହି ବିକଳ୍ପ, ଭୋଟ ମୁଁ ନିଶ୍ଚୟ ଦେବୀ କଲି ସଂକଳ୍ପ” । ଜାତୀୟ ଭୋଟର ଦିବସ ୨୦୨୫ କାର୍ଯ୍ୟକ୍ରମକୁ ଉପଖଣ୍ଡ ଓ ଜିଲ୍ଲା ସ୍ତରରେ ସୂଚାରୁ ରୂପେ ଆୟୋଜନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ ) ବଇତୁରା ଦୀପ, ଉପଜିଲ୍ଲାପାଳ ଭବନୀପାଟଣା ପ୍ରଭାତ କୁମାର ପରିଡା, ଉପଜିଲ୍ଲାପାଳ ଧର୍ମଗଡ଼ ଧିମାନ ଚାକମା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ସହକାରୀ ଜିଲ୍ଲାପାଳ ନିର୍ବାଚନ ଶାଖା ସୁଶାନ୍ତ ନାଏକ, ଭାରତୀୟ ଜାତୀୟ କଂଗ୍ରେସ ଦଳର ଜିଲ୍ଲା ଉପସଭାପତି ଉଚ୍ଛବ ସାହୁ, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ, ବିଜୁ ଜନତା ଦଳର ଜିଲ୍ଲା ଯୁବ ସମ୍ପାଦକ ସେନାପତି ନାଏକ ଙ୍କ ସମେତ ଆମ ଆଦମୀ ପାର୍ଟି ଓ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

( ମ ନି ସ ) 

Related posts

ସିଭିଲ ଜଜ୍ କୋର୍ଟ ସ୍ଥାନାନ୍ତରକୁ ନେଇ ଅସନ୍ତୋଷ

ଇମ୍ଫା-ଥେରୁବାଲି ରେ ଅପତ୍କାଳୀନ ଉଦ୍ଧାର ଅଭ୍ୟାସ ଅଭିଯାନ 

masiha

ରିଲ୍ସ କୁଇନ୍ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା କବର ଖୋଳିବାକୁ ବିରୋଧ କଲେ ମା’ ଓ ଭଉଣୀ। ହୋଇ ପାରିଲାନି ଶବ ବ୍ୟବଚ୍ଛେଦ,ମାଜିଷ୍ଟ୍ରେଟ୍, ପୁଲିସ ଅଧିକାରୀ ଫେରିଲେ….

masiha

Leave a Comment

error: Content is protected !!