ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଛେଣ୍ଡିଆ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ଛେଣ୍ଡିଆ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ଗାଁ ରେ ରବିବାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି। ଛେଣ୍ଡିଆ ମାଝୀ କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ କ୍ରିକେଟ ର ଆଜି ଉଦଯାପିତ ହୋଇଯାଇଛି । ଉଦଜାପନୀ ମ୍ୟାଚ ଟି ଚିଚିଆ ବନାମ ବୋରଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଚିଚିଆ ଦଳ ୧୦ ଓଭର ରେ ୭୩ ରନ କରିଥିବା ବେଳେ ବୋରଗୁଡା ଦଳ ଚିଚିଆ ଦଳ କୁ ହରାଇ ବିଜୟୀ ହୋଇଥିଲା। ଏହି ଉଦଜାପନୀ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ ଉପସ୍ଥିତ ରହି ମଞ୍ଚାସିନ ହୋଇଥିଲେ।ଏଥିରେ ଉଭୟ ଖେଳାଳିଙ୍କୁ ନିୟମ ମାନି ଖେଳିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ତଥା କ୍ରୀଡ଼ାର ବହୁବିଧି ଉପାଦେୟତା ଉପରେ ଉପସ୍ଥିତ ଅତିଥି ମାନେ ଆଲୋକପାତ କରିଥିଲେ । ଉଭୟ ବିଜେତା ଓ ଉପ ବିଜେତା ଦଳକୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଏହି ଖେଳ ଶୃଙ୍ଖଲିତ ଓ ନିରପେକ୍ଷ ଭାବରେ ହୋଇଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକ ଉତ୍ସାହିତ ସହ ମନଭରି ଉପଭୋଗ କରିଥିଲେ । ଏଥିରେ ଅମପେୟାର ଭାବରେ ଆକବର ଶବର ଏବଂ ଅଞ୍ଜନ ନାଗ ପରିଚାଳନା କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଜବାହାର ଉଚ୍ଚ ବିଦ୍ୟାଳୟର ୨ ଛାତ୍ର ରାଜ୍ୟ କ୍ରିକେଟ ଚାମ୍ପିୟନସିପ ପାଇଁ ମନୋନୀତ

Sunil Chandra Nayak

ସି ପି ଏମ ପ୍ରିମିୟମ ଲିଗ୍ ଫାଇନାଲ ମ୍ୟାଚ ଅନୁଷ୍ଠିତ 

Sunil Chandra Nayak

କ୍ରିକେଟ ପ୍ରତିଯୋଗୀତା : ଗୁରୁନାନକ ପବ୍ଲିକ ସ୍କୁଲ ଏବଂ ସେଣ୍ଟ୍ ଆରନୋଲଡସ୍ ସ୍କୁଲ ବିଜୟୀ

Sunil Chandra Nayak

Leave a Comment

error: Content is protected !!