ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଝରିଆଗୁଡା ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଚିଲିଗୁଡାକୁ ହରାଇ ବେହେରା ଦଳ ଚାମ୍ପିୟନ

ଝରିଆଗୁଡା ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଚିଲିଗୁଡାକୁ ହରାଇ ବେହେରା ଦଳ ଚାମ୍ପିୟନ

କୋକସରା,୨୭/୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମର ସ୍ୱାମୀ ବିବେକାନନ୍ଦ ଯୁବ ଅନୁଷ୍ଠାନ ଆନୁକୂଲ୍ୟରେ ସ୍ଥାନୀୟ ରାଧା ମାଧବ ଖେଳ ପଡ଼ିଆରେ ଗତ ୧୫/୦୧ ରୁ ଆରମ୍ଭ ହୋଇଥିବା ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଯୁବ ଉଦ୍ୟୋଗୀ ବିକ୍ରମ କୁମାର ଗୁପ୍ତା, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ପୂର୍ବତନ ସରପଞ୍ଚ ଜୟଲାଲ ନାଏକ, ସମାଜସେବୀ କୁରୁକ୍ଷେତ୍ର ପାଣିଗ୍ରାହୀ, ରାଜ କିଶୋର ସାହୁ, ବିଜେଡି ପଂଚାୟତ ସଭାପତି ଅରବିନ୍ଦ ପଟ୍ଟନାୟକ, କେଶରୀ ବଚ୍ଛା, ସୁରେଶ ପାଣିଗ୍ରାହୀ, ନାରାୟଣ ରାଉତ ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳର ଖେଳାଳିଙ୍କ ସହ ପରିଚୟ ପର୍ବରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଅମ୍ପିଆର ଭାବେ ଅଶ୍ୱିନୀ ମହାନ୍ତି, ଶୁଭେନ୍ଦୁ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ଖେଳର ଧାରା ବିବରଣୀ ପ୍ରଦୀପ ପଟେଲ, ପିଣ୍ଟୁ ପଟ୍ଟନାୟକ କରିଥିଲେ। କ୍ରିକେଟ ଫାଇନାଲରେ ଚିଲିଗୁଡା ଦଳକୁ ହରାଇ ବେହେରା ଦଳ ଚାମ୍ପିୟନ ହୋଇଥିଲେ। ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ସ୍ୱାମୀ ବିବେକାନନ୍ଦ କ୍ଲବ ପକ୍ଷରୁ ବାବୁ ସାହୁ, ରାଜା ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ଗହୀର, ବିକ୍ରମ ସାହୁ, ଆଶିଷ ନିଆଲ, ବିନୋଦ ପାଣିଗ୍ରାହୀ, ଅଜିତ ନିଆଲ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଟେମରି ଖେଳ ପଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମାଂଝରି ଦଳ ବିଜୟୀ

Sunil Chandra Nayak

୪୪ତମ ଜାତୀୟ ଥ୍ରୋ ବଲ୍‌ ପ୍ରତିଯୋଗିତାରେ ଓଡିଶା ରାଜ୍ୟ ଦଳରେ ପ୍ରତିନିଧ୍ତ୍ବ କରି  ବ୍ରୋଞ୍ ପଦକ ଜିତିଲେ ଢେଙ୍କାନାଳର ଦୁଇ ପ୍ରତିଯୋଗୀ 

Sunil Chandra Nayak

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!