ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନ ନାଗରିକ ମଞ୍ଚ ର ବିବେକାନନ୍ଦଙ୍କ ଜୟନ୍ତୀ ପାଳନ ଓ ପ୍ରସ୍ତୁତି ବୈଠକ 

ସଚେତନ ନାଗରିକ ମଞ୍ଚ ର ବିବେକାନନ୍ଦଙ୍କ ଜୟନ୍ତୀ ପାଳନ ଓ ପ୍ରସ୍ତୁତି ବୈଠକ 

ରାଉରକେଲା: ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାଗଣ ସେକ୍ଟର ୩ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଖଡ୍ଗ ଭବନ ଠାରେ ଆଗାମୀ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଓ ସ୍ବାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ପାଳନ କରିଥିଲେ। ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟମାନେ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ । ସମସ୍ତଙ୍କ ମଧ୍ୟରେ ମାନବୀୟ ମୂଲ୍ୟବୋଧ, ଭାଇଚାରା ଓ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରି ଦେଶକୁ ଆଗେଇ ନେବାରେ ବ୍ରତୀ ରହିଲେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ହୋଇପାରିବ ବୋଲି ମତ ରଖିଥିଲେ। ପରେ ଆଗାମୀ ଫେବୃଆରି ମାସ ୯ ତାରିଖ ଦିନ ହେବାକୁ ଥିବା ମଞ୍ଚର ୧୧ ତମ ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏକ ସ୍ମରଣିକା ଉନ୍ମୋଚନ, ସମ୍ବର୍ଦ୍ଧିତ ବ୍ୟକ୍ତିତ୍ବଙ୍କ ସହ ଅତିଥି ମାନଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଯେହେତୁ ଚଳିତ ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଓ ପ୍ରାକ୍ତନ ରାଜ୍ୟ ଅର୍ଥମନ୍ତ୍ରୀ ଙ୍କ ସହ ସ୍ଥାନୀୟ ବିଧାୟକ ଯୋଗଦେଇଛନ୍ତି, ତେବେ ଏହି କାର୍ଯ୍ୟକ୍ରମରକୁ ସରସ ସୁନ୍ଦର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ବିକଶିତ ଓଡ଼ିଶାରେ ରାଉରକେଲା ର ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋଚନା କରିବେ। ଏହି ପ୍ରସ୍ତୁତି ବୈଠକରେ ସଭାପତି ଶ୍ରୀ ବିଶି, ସାଧାରଣ ସମ୍ପାଦକ ଶ୍ରୀ ରାୟଙ୍କ ବ୍ୟତୀତ କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା, ଉପେନ୍ଦ୍ର କୁମାର ନାୟକ, ବୈଦ୍ୟନାଥ ଦାସ, ଶଶଧର ପାତ୍ର, ଜଟାଧାରୀ ମାଝୀ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ସସ୍ମିତା ପ୍ରଧାନ,ଡା ବସନ୍ତ କୁମାର ଦାସ, ସୁବ୍ରତ ମଲ୍ଲିକ, ଜଗନ୍ନାଥ ରାଉତ, ରମେଶ ଚନ୍ଦ୍ର ସେଠୀ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ମତାମତ ରଖିଥିଲେ। ଶେଷରେ ଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରକାର କଲେ ପ୍ରତାରଣା : ନର୍ଲା ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା

masiha

ରାଉରକେଲା ମ୍ଯୁନିସପାଲ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଡ. ଅଜୟ ମିଶ୍ରଙ୍କୁ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

masiha

ଅବସରପ୍ରାପ୍ତ ପୁଲିସ ଅଫିସର୍ ସଂଘର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!