ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଟପାଡ଼ ରେ ପୁସପୁନି ପାଇଁ ସହର କମ୍ପିଲା.

କୋଟପାଡ଼ ରେ ପୁସପୁନି ପାଇଁ ସହର କମ୍ପିଲା.

ନବରଙ୍ଗପୁର:(୧୩|୧)(ରବି ନାରାୟଣ ମହାନ୍ତି)) ବହୁ ବର୍ଷ ପରେ କୋଟପାଡ଼ ମାଟିରେ ଏକ ବଡ଼ ମଞ୍ଚରେ ଆଜି ସହର ର ସମସ୍ତ କଳାକାର ଏକତ୍ରିତ ହୋଇଥିଲେ । ସମସ୍ତ କଳାକାର ଏବଂ ମଞ୍ଚ ରେ ନିଜ ପ୍ରତିଭା ଦେଖେଇବା ପାଇଁ ଛୋଟ ରୁ ବଡ଼ କଳାକାର ନିଜର ପାରଦର୍ଶିତା ଦେଖେଇଲେ lପ୍ରଥମେ ସମସ୍ତ କଳାକାର ମା ଶୀତଳା ଠାକୁରାଣୀ ଙ୍କ ପ୍ରାଙ୍ଗଣରୁ ବାହାରି ସହର ପରିକ୍ରମା କରିଥିଲେ ଏବଂ ପରେ ଶହ ଶହ ଦର୍ଶକ ଙ୍କ ନିକଟରେ ପହଂଚି ନିଜ କଳା ଦେଖେଇ ଥିଲେ । କଟାପା ଅସୁର ବେଶ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା।ଏହି ସୁପ୍ତ ହୋଇ ରହିଥିବା ପ୍ରତିଭା କୁ ଉଜ୍ଜୀବିତ କରିବାର ମୁଖ୍ୟ ବିନ୍ଧାଣି ସାଜିଥିଲେ ଏହି ପୁଷପୁନି କମିଟି ର ସଭାପତି ସମାଜସେବୀ ଗଣେଶ ଚନ୍ଦ୍ର ପଣ୍ଡା । ଏହି ସଫଳତା କୁ କୋଟପାଡ଼ ବାସୀ ଭ୍ରୁୟସି ପ୍ରଶଂସା କରିଛନ୍ତି ଏବଂ ଏହି ଅନୁଷ୍ଠାନ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କୁ ଆଗକୁ ନେବା ପାଇଁ ଶପଥ ନେଇଛନ୍ତି । ସମ୍ପାଦକ ହେମନ୍ତ ପାତ୍ର, ସିନେ କଳାକାର ବରିଷ୍ଟ ଅଭିନେତା ପ୍ରକାଶ ଚନ୍ଦ୍ର ମହାନ୍ତି, ସରୋଜ ପଟନାୟକ, ବାପି ପଟନାୟକ, ବାବୁଲି ନାୟକ, ଧର୍ମେନ୍ଦ୍ର ଭଟ୍ଟ, ସୁଶାନ୍ତ ପ୍ରଧାନ, ସନ୍ତୋଷ ପଣ୍ଡା, ବୁଲୁ ଵକସି, ବୈଦ୍ୟ ବାବୁ, ପଦ୍ମନ ପ୍ରଧାନ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ସମାଜସେବୀ ଆରିଫ ପଟେଲ ମଞ୍ଚ ଏବଂ ସମସ୍ତ ଅନୁସଙ୍ଗିକ କାର୍ଯ୍ୟ ର ମୁଖ୍ୟ ପୁରୋଧା ସାଜିଥିଲେ lନାଟ୍ୟ ପରିବେଷଣ ପରେ ବରିଷ୍ଠ ଅଧିବକ୍ତା ମଣି ପ୍ରସାଦ ପଟ୍ଟନାୟକ କଳାକାର ମାନଙ୍କୁ ପୁରସ୍କାର ଦେବା ର ଶୁଭାରମ୍ଭ କରିଥିଲେ lବିଶେଷକରି ବାହାରଗଡ଼ ସାହି ର ପ୍ରଥମ ନାଟକ ସମସ୍ତଙ୍କ ମନ ମୋହିଥିଲା, ତା ପରେ ସୁନ୍ଦର ଆଦିବାସୀ ଗୀତ ନାଚ ରେ ରଥ ଦାଣ୍ଡ ଦର୍ଶକ ଙ୍କୁ ବାନ୍ଧି ରଖିଥିଲା l ସୁଧୀର ମହାନ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ରବୀନ୍ଦ୍ର ନାଥ ଟେଗୋରଙ୍କ ୧୬୫ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜାତୀୟ ସ୍ତରୀୟ ସଙ୍ଗୀତ ସମାରୋହ ପାଇଁ ସାମ୍ବାଦିକ ସମ୍ମିଳନୀ

ଉତ୍କେଲା ଡାକ୍ତରଖାନା ରେ ବିଦ୍ବୁତ ସମସ୍ୟା , କାମରେ ଲାଗୁନି ବହୁମୁଲ୍ୟ ଯନ୍ତ୍ରପାତି

Sunil Chandra Nayak

ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

Leave a Comment

error: Content is protected !!