ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଭାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଚେରି ଭାଙ୍ଗିଲା, ୨- କାର୍ଯ୍ୟର ମାସେ ନପୂରୁଣୁ ବ୍ରିଜ ପାର୍ଶ୍ୱ ରାସ୍ତା ଓ ସୁରକ୍ଷା ବାଡ କଂକ୍ରିଟ ଫାଟି ଆଁ , ୩- ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ 

ଭାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଚେରି ଭାଙ୍ଗିଲା

ଢେଙ୍କାନାଳ -ଢେ଼ଙ୍କାନାଳ ସଦର ବ୍ଳକ୍ ଭାପୁର ପଞ୍ଚାୟତ ଭାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରି ଲଗାଣ ବର୍ଷାରେ ଭାଙ୍ଗି ପଡ଼ିଛି। ଗତ କାଲି ବିଦ୍ୟାଳୟ ଛୁଟି ରହିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନାହିଁ। ବିଦ୍ୟାଳୟ କ୍ୟାମ୍ପସ୍ ଖୋଲା ହୋଇ ପଡ଼ିଥିବାରୁ ଗୋରୁଗାଈ ପଶିବା ସହ ଅସାମାଜିକ ଯୁବକଙ୍କ ଆଡ୍ଡା ପାଲଟିବା ଆଶଙ୍କା ପ୍ରକାଶ ପାଇଛି। କର୍ତ୍ତୃପକ୍ଷ ତୁରନ୍ତ ବିଦ୍ୟାଳୟ ପାଚେରୀ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

କାର୍ଯ୍ୟର ମାସେ ନପୂରୁଣୁ ବ୍ରିଜ ପାର୍ଶ୍ୱ ରାସ୍ତା ଓ ସୁରକ୍ଷା ବାଡ କଂକ୍ରିଟ ଫାଟି ଆଁ 

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପଶି ବଡ କମର ପୂର୍ତ୍ତ ବିଭାଗ ରାସ୍ତାର ରେଙ୍ଗାଳି ବାମ ପାର୍ଶ୍ଵ ମୁକ୍ତାପଶି ମୁଖ୍ୟ କେନାଲ ର ବ୍ରିଜ କୁ ଲାଗି ଥିବା ସୁରକ୍ଷା ବାଡ ସହିତ ରାସ୍ତା ର କିଛି ଅଂଶ ଫାଟ ଦେଖିବାକୁ ମିଳିଛି l ସରକାର ଙ୍କ କୁଟୀ କୁଟୀ ଟଙ୍କା ବ୍ୟୟ ଅଟକଳ ରେ ବ୍ରିଜ ଓ ରାସ୍ତା ନିର୍ମାଣ ହେଉଥିବା ନେଇ ଠିକାଦାର ମାନେ ତରବରିଆ ଭାବେ କାର୍ଯ୍ୟ କରି ସାରି ଦେଉଛନ୍ତି l ତେବେ କିଛି ଠିକାଦାର ଓ ବିଭାଗୀୟ ଅଧିକାରୀ ମାନେ ଏହାକୁ ନିମ୍ନ ମାନର କାର୍ଯ୍ୟ କରି ବିଲ କରି ମାଲେ ମାଲ ହେଉଛନ୍ତି l ଉକ୍ତ ବ୍ରିଜ ର କାର୍ଯ୍ୟ ଏକ ମାସ ନପୂରୁଣୁରୁ ଫାଟ ଦେଖିବାକୁ ମିଳିବା ସହିତ ଯନ ସାଧାରଣ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଦୈନିକ ଏହି ରାସ୍ତା ଦେଇ ହଜାର ହଜାର ଯାନ ବାହାନ ଗମନା ଗମନ କରିବା ସହିତ ପ୍ରାୟ ୧୦ ଟି ପଞ୍ଚାୟତ ର ପଥ ଚାରି ମାନେ ଯାତାୟତ କରିଥାନ୍ତି l ଏ ନେଇ ତୁରନ୍ତ ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ମାନେ ଦାବୀ କରିଛନ୍ତି l

ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ 

କାମାକ୍ଷାନଗର- କାମାକ୍ଷାନଗର ସହର ସଂନିକଟ ଜିରୀଡମାଳି ସ୍ଥିତ ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟର ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନାରାୟଣ ନାୟକ ଅଧ୍ୟକ୍ଷତା କରି ଚଳିତ ଶିକ୍ଷାବର୍ଷ ରେ ବିଦ୍ୟାର୍ଥୀମାନଙ୍କର ଶିକ୍ଷା ଉପରେ ଅଭିଭାବକ ମାନଙ୍କର ଭୂମିକା ଉପରେ ସୂଚନା ଦେଇଥିଲେ l ଏଇ ଅବସରରେ ନୂତନ ଅଭିଭାବକ ପରିଚାଳନା କମିଟି ଗଠନ କରାଯାଇଥିଲା l ଏଥିରେ ସସ୍ମିତା ଦେହୁରୀ ଚେୟାରମ୍ୟାନ ଓ ରୀନା ବେହେରା ଭାଇସ ଚେୟାରମ୍ୟାନ ଭାବେ ମନୋନୀତ ହୋଇଛନ୍ତି l ସହକାରୀ ଶିକ୍ଷକ ସୂର୍ଯ୍ୟମଣି ସାମଲ ଧନ୍ୟବାଦ ଦେଇଥିଲେ l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି :ବସ୍ତରେନ ମାଉଲିଙ୍କ ‘ଅଷାଢ଼କେନା’ ଯାତ୍ରା ସମ୍ପନ୍ନ କଣ୍ଟା ଦୋଳିରେ ଝୁଲି ଭକ୍ତଙ୍କୁ ଦର୍ଶନ ଦେଲେ ଦେବୀ

Sunil Chandra Nayak

Biswabandini, Police officer in Rayagada excells in performance indicators

Sunil Chandra Nayak

Spiritual Person Bhikari Charan Jena passed away. 

masiha

Leave a Comment

error: Content is protected !!