ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସଙ୍ଗ ରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ରାଜ୍ୟସଭା ସାଂସଦ 

କୁସଙ୍ଗ ରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ରାଜ୍ୟସଭା ସାଂସଦ 

ବଲାଙ୍ଗିର ତା 14.01 ଲୋଇସିଂହା ବ୍ଲକ ର କୁସଙ୍ଗ ଗାଁ ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ସକାଶେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ଭୂମି ପୂଜନ ଅବସରରେ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା l ବୃନ୍ଦାବନ ପୁଟେଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଗୋବିନ୍ଦ ଅଗ୍ରୱାଲ, ପ୍ରଫୁଲ୍ଲ କୁମାର ତୁମୁନିଆଁ, ରାଧେ କୃଷ୍ଣ ମିଶ୍ର ମଞ୍ଚାସିନ ଥିଲେ l ସାଂସଦ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି ରୁ ସାଂସଦ ଶ୍ରୀ ବିଶି ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି l କୁସଙ୍ଗ ଗ୍ରାମବାସୀ ଙ୍କ ସହଯୋଗ ରେ ଗ୍ରାମ ରେ ଏକ ଭବ୍ୟ କଲ୍ୟାଣ ମଣ୍ଡପ ହେବ l ଏହାଦ୍ୱାରା ଗାଁ ର ସାଂସ୍କୃତିକ, ସାମାଜିକ,ବିବାହ ବ୍ରତ, ପର୍ବ ପର୍ବାଣୀ କାର୍ଯ୍ୟକ୍ରମ ସୁବିଧା ରେ ହୋଇପାରିବ l କଲ୍ୟାଣ ମଣ୍ଡପ ପାଖରେ ଦେବୀ ବନ୍ଧ ଓ ଦେବୀ କଟା ଥିବାରୁ ଏହାର ସୌନ୍ଦର୍ଯ୍ୟ କରଣ ପାଇଁ ଗାଁ ବାସୀ ଦାବୀ କରିଥିଲେ l ଗାଁ ର ବିକାଶ ରେ ହିଁ ଭାରତ ର ବିକାଶ ହେବ l ତେଣୁ ଗାଁ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ ବିକାଶ ଜରୁରୀ ବୋଲି ସାଂସଦ ଶ୍ରୀ ବିଶି ମତ ପ୍ରକାଶ କରିଥିଲେ l

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପି ଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳରେ ସମର କବି ବ୍ରଜନାଥ ବଡ଼ଜେନା ଓ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ଆମ୍ବେଦକରଙ୍କ ଜୟନ୍ତୀ – ୨୦୨୫ ପାଳିତ

masiha

ଆର ଜି ଏଚ କୁ ଜିଲ୍ଲାର ମାନ୍ୟତା ସହ ରାଉରକେଲା ରେ ଏକ ମେଡ଼ିକାଲ କଲେଜ ସ୍ଥାପନା ଦାବିରେ ମୁଖ୍ୟମତ୍ରୀଙ୍କୁ ବିଧାୟକ ଦୁର୍ଗା ତନ୍ତୀଙ୍କ ସ୍ମାରକପତ୍ର ପ୍ରଦାନ

masiha

ବନ୍ଧୁଗାଁ ବ୍ଲକରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି 

masiha

Leave a Comment

error: Content is protected !!