ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଟଣାଗଡ଼ ଅଞ୍ଚଳରେ ପୁଣି ଏକ ଦାଦନ ଶ୍ରମିକ ର ମୃତ ଶରୀର ଫେରିଛି

ପାଟଣାଗଡ଼ ଅଞ୍ଚଳରେ ପୁଣି ଏକ ଦାଦନ ଶ୍ରମିକ ର ମୃତ ଶରୀର ଫେରିଛି

ପାଟଣାଗଡ଼ (ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ବେଆଇନ ଦାଦନ ଶ୍ରମିକ ଚାଲାଣ ହୋଇଥିବା ଶୁଣିବାକୁ ମିଳୁଛି। ହେଲେ ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ଚେଷ୍ଟା କଲେ ନାହିଁ କିଛି ପୋଲିସ ଅଧିକାରୀ। ସର୍ଦ୍ଦାର ପୀରତି ରେ ଭାସି ଭୁଲିଗଲେ ନିଜ ଦାୟିତ୍ବ ଓ କର୍ତ୍ତବ୍ୟ। ଯାହାକି ଏବେ ନିରିହ ଦାଦନ ଶ୍ରମିକ ଉପରେ କୁପ୍ରଭାବ ପଡ଼ିଛି। ବଲାଙ୍ଗିର ଜିଲ୍ଲାର ଅନେକ ଗୁଡ଼ିଏ ଦାଦନ ଶ୍ରମିକ ଅମାନବୀୟ ନିର୍ଯାତନା ପାଇବା ସହ ମୃତ୍ୟୁବରଣ କରୁଥିବା ଖବର ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବେଆଇନ ଦାଦନ ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟାକ୍ସଫୋର୍ସ ଗଠନ କରାଯାଇଥିଲା ଓ‌ ତା’ର ଦାୟିତ୍ବ ନିଜେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଓଡ଼ିଶାର ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମହୋଦୟ ନେଇଥିଲେ। କିନ୍ତୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ସର୍ଦ୍ଦାର ବେଆଇନ ଦାଦନ ଶ୍ରମିକ ଚାଲାଣ କରିଥିବା କଥା ସବୁଆଡେ ଚର୍ଚ୍ଚା ହେଉଛି। ଚଳିତ ବର୍ଷ ପାଟଣାଗଡ଼ ପୋଲିସ ମାତ୍ର ଦୁଇ ଥର ଦାଦନ ଶ୍ରମିକ ଉଦ୍ଧାର କରିଛନ୍ତି ହେଲେ ଲରମ୍ଭା ପୋଲିସ ଦାଦନ ଶ୍ରମିକ ଉଦ୍ଧାର କୁ ଶୂନ୍ୟ କରିଦେଲେ। ହେଲେ ଅନେକ ଗୁଡ଼ିଏ ଲରମ୍ଭା ଅଞ୍ଚଳର ଦାଦନ ଶ୍ରମିକ ନିର୍ଯାତନା ପାଉଥିବା ବେଳେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି।ଗତଦୁଇ ଦିନତଳେ ଖପ୍ରାଖୋଲ ବ୍ଲକ ନାନ୍ଧୁପଳା ଗାଁ ହେମାନ୍ଦରୀ ବରିହା ସେ ତେଲେଙ୍ଗାନା ରେ ବନ୍ଧା ପଡିଛି ଉଦ୍ଧାର ପାଈଁ ଗଣମାଧ୍ୟମ ରେ ଖବର ପ୍ରସାରଣ ହେଲା ପରେ ମଧ୍ୟ୍ୟ କିଛି ସଫଳ ମିଳିନି ଠିକ କିଛି ଦିନ ତଲେ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗିଆବାହଲ ଗାଁ ର ଜଣେ ଦାଦନ ଶ୍ରମିକଙ୍କ ବାହାର ରାଜ୍ୟ ରେ ମୃତ୍ୟୁ ଘଟିଥିଲା। ସେହି ଦାଦନ ଶ୍ରମିକ କୁ ବେଲ ପଡ଼ା ଥାନା ବେହେରା ମୁଣ୍ଡା ଗ୍ରାମ ପଞ୍ଚାୟତ ର‌ ଜୈନିକ ସର୍ଦ୍ଦାର ବେଆଇନ ଭାବେ ଚାଲାଣ କରିଥିଲା। ତାର ମୃତ ଶରୀରକୁ ଗାଁ କୁ ଆଣିଥିଲେ କିନ୍ତୁ ପରିବାର ବର୍ଗଙ୍କୁ ଲୋଭ ଦେଖାଇ ଘଟଣା କୁ ଚାପି ଦିଆଗଲା। ଏତେ ବଡ଼ ଘଟଣା ରେ ଲରମ୍ଭା ପୋଲିସ ର ନୀରବତା କୁ ଦେଖି ତାଜୁବ ଲାଗୁଛି। କେଉଁ ଉଦ୍ଦେଶ୍ୟରେ ଲରମ୍ଭା ପୋଲିସ ଖୋଳତାଡ଼ କଲାନାହିଁ କି ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ଚେଷ୍ଟା କଲାନାହିଁ। ପୁଣି ଥରେ ସେହି ଅଞ୍ଚଳର ବେଆଇନ ଭାବେ ଚାଲାଣ ହୋଇଥିବା ଜଣେ ଦାଦନ ଶ୍ରମିକ ରେଲ ଲାଇନ୍ ରେ ମୃତ୍ୟୁବରଣ କରିଥିବା ବେଳେ ତାର ଶବ ଗାଁ କୁ ଫେରିଛି। ସୂଚନାଯୋଗ୍ୟ ଯେ ବେଲ ପଡ଼ା ଥାନା ମୁନାପାଲି ଗାଁ ର ଜୈନିକ ସର୍ଦ୍ଦାର କିଛି ଟଙ୍କା ଅଗ୍ରୀମ ଦେଇ ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଗାଁ ର ଦାଦନ ଶ୍ରମିକ ଭାଗବତ ବରିହା ଓରଫ୍ ଛୁଆ ବାବୁ (୪୦) କୁ ବାହାର ରାଜ୍ୟ କୁ ବେଆଇନ ଭାବେ ଚାଲାଣ କରିଥିଲା।ସେଠାରେ‌ କୌଣସି କାରଣବସତଃ ଟ୍ରେନ ଲାଇନ ରେ କଟି ଯାଇ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ମୃତ ଶରୀରକୁ ଗାଁ କୁ ଅଣାଯାଇଛି। ଗାଁ ରେ ଶ୍ରୀଘ୍ର ମୃତ ଦେହ କୁ ପୋଡାଇ ଦେବା ସହ ଥାନା ରେ ଅଭିଯୋଗ ନକରିବା ପାଇଁ ପରିବାର ବର୍ଗଙ୍କୁ କୁହାଯାଉଛି।ଘଟଣାକୁ ଦବାଇ ଦେବା ପାଇଁ ରାତାରାତି ଶବ ଟିକୁ ପୋଡ଼ି ଦେଇଥିବା ବେଳେ ସେଥିରେ ସରକାର ଙ୍କ ଅଣପଞ୍ଜିକୃତ ତଥା କଥାକଥିତ ସାମ୍ବାଦିକ ମାନେ ମଧ୍ୟ ସହଯୋଗ କରିଥିବା ଶୁଣିବାକୁ ମିଳୁଛି।ଏ ବିଷୟରେ ଆମେ ଲରମ୍ଭା ଥାନା ଅଧିକାରୀ ସୂର୍ଯ୍ୟଭାନୁ ଯାଦବ ଙ୍କୁ ପଚାରିବାରୁ ସେ କହିଲେ କି ଏମିତି କିଛି ଅଭିଯୋଗ ଆସିନାହିଁ ଯଦି ଆସେ ମୁଁ ଜଣାଇବି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଆସିକା ଓକିଲ ସଂଘ କର୍ମକର୍ତ୍ତାଙ୍କ ଶପଥଗ୍ରହଣ

masiha

ଉଦଯାପିତ ହେଲା ସୁଣ୍ଢିରା ଦୋଳ ମହୋତ୍ସବ

masiha

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଳାର ୩୯ ଗୋଟି ସ୍ଥାନରେ ଡା.ସାମୁଏଲ ଫେଡ୍ ରିକ୍ ହାନିମ୍ୟାନଙ୍କ ୨୭୧ ତମ ଜନ୍ମଜୟନ୍ତୀ ତଥା ବିଶ୍ୱ ହୋମିଓପାଥି ଦିବସ -୨୦୨୬ ମହା ସମାରୋହରେ ପାଳିତ 

Sunil Chandra Nayak

Leave a Comment

error: Content is protected !!