ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁପିଆ ଠାରେ ମାଣ୍ଡିଆ ମଣ୍ଡି ଉଦଘାଟନ ସମାରୋହ 

ଭାଲୁପିଆ ଠାରେ ମାଣ୍ଡିଆ ମଣ୍ଡି ଉଦଘାଟନ ସମାରୋହ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ ର ଭାଲୁପିଆ ଠାରେ ମାଣ୍ଡିଆ ମଣ୍ଡି ବୁଧବାର ଉଦଘାଟନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ଶ୍ରୀ ଅନ୍ନ ଅଭିଯାନ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଅକ୍ଷୟ କୁମାର ପାତ୍ର, କଳାହାଣ୍ଡି ର ଟିଡିସିସି ଏଏମଓ ସୌଭାଗ୍ୟ ସାହୁ, ପୂର୍ବତନ ଶାଖା ପରିଚାଳକ ଚୈତନ୍ୟ ପାଣିଗ୍ରାହୀ, କର୍ଲାମୁଣ୍ଡା ବ୍ଲକ ଶ୍ରୀ ଅନ୍ନ ଅଭିଯାନ ଯୋଜନା କାର୍ଯ୍ୟକାରୀ ସଂସ୍ଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ, ଭାରପ୍ରାପ୍ତ ଏଓ ଲୋକନାଥ ନାଗ, ମାଣ୍ଡିଆ କିଣାବିକା ପରିଚାଳନା ଅନୁଷ୍ଠାନ ଜୟ ଥୁଆମୁଲ ରାମପୁର ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀ ଲିମିଟେଡ଼ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟଙ୍କ ଧର ନାଏକ, ହିସାବ ରକ୍ଷକ ମଧୁସୂଦନ ସାହୁ, ଦେବାଶିଷ ନାଗ ଯୋଗଦେଇ ମାଣ୍ଡିଆମଣ୍ଡି କୁ ଉଦଘାଟନ କରିବା ସହ ମଣ୍ଡି ରେ କିଭଳି ଉତ୍ତମ ମାନର ମାଣ୍ଡିଆ ଆସିବ, ସେ ଦିଗରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିଆରପି ଭାନୁମତି ପଧାନ, କମଳ ସୁନା, ଜୀବର୍ଦ୍ଧନ ସାହୁ, ଧୁରବନ ବାଗ, ବାଲ୍ମୀକି ଛତ୍ରୀଆ, ପ୍ରବୀଣ ଭୋଇ ଚାଷୀ ଅଗ୍ରଣୀ ଚାଷୀ ବୈଦର ରଣା, କୁଳମଣି ରଣା, ଜୟକୃଷ୍ଣ ରଣା, ରାଜେନ୍ଦ୍ର ନାରାୟଣ ମିଶ୍ର, କୃଷ୍ଣ ନାଗ ସହଯୋଗ କରିଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବିଶୋଇ ଥାନା! ନିଆଁ ରେ ପୋଡ଼ି ମହିଳା ମୃତ

masiha

ଖାଦ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଓ ନିଟ୍ ପ୍ରଶ୍ନ ପତ୍ର ଲିକ୍ ଘଟଣାର ଏସ ଆଇ ଟି ତଦନ୍ତ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ସି ପି ଆଇ ଏମ୍ ର ସ୍ମାରକପତ୍ର ପ୍ରଦାନ

masiha

ସମାଜସେବୀ ବିଶ୍ଵନାଥ କର ଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!