ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଂଲା ରେ 22ତମ ମକର ମିଳନ -2025 ଉଦଯାପିତ

ସିଂଲା ରେ 22ତମ ମକର ମିଳନ -2025 ଉଦଯାପିତ

ବସ୍ତା, 15/01:ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକ ର ସିଂଲା ସ୍ଥିତ ବଂଶୀଧର ପାଠାଗାର ଓ ପଠନ କେନ୍ଦ୍ର ପକ୍ଷରୁ 22ତମ ମକର ମିଳନ ଗତ 14ତାରିଖ ଦିନ ଦିବସ ବ୍ୟାପି ଅନୁଷ୍ଠିତ ହୋଇଯାଇଛି |ଉକ୍ତ ସାରସ୍ୱତ ଉତ୍ସବକୁ ବିଶିଷ୍ଟ ସମାଜସେବୀ ତଥା ପ୍ରାକ୍ତନ ପ୍ରଶାସକ ଶଙ୍କର କୁମାର କର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରଘୁନାଥ ରାଉଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଦୈନିକ ଅପରାହ୍ନ ର ମୁଖ୍ୟ ବଂଶୀଧର ଜେନା ଯୋଗଦେଇଥିଲେ |ମୁଖ୍ୟ ବକ୍ତା ଭାବରେ ରୁପ୍ସା ନୀଳମଣି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ତପନ କୁମାର ବେହେରା ଯୋଗ ଦେଇ ଅବକ୍ଷୟ ମୁଖି ଯୁବ ସମାଜ କୁ ରକ୍ଷା କରିବା ର ଦିୟିତ୍ୱ ଅଭିଭାବକ ଙ୍କର |ତାହା କେତେ ମାତ୍ରା ରେ ଆମେ ସମ୍ପାଦନ କରିପାରୁଛୁ ଚିନ୍ତା କରିବାର ସମୟ ଆସିଛି ବୋଲି ମତ ବ୍ୟକ୍ତ କରିଥିଲେ |ଏହି ମଞ୍ଚରେ ଅନୁଷ୍ଠାନ ର ସ୍ଥାୟୀ ସଭାପତି ବିଜୟ କୁମାର କର ସ୍ୱାଗତ ଭାଷଣ ଦେଇଥିବାବେଳେ ଯୋଗାଚାର୍ଯ୍ୟ ବଂଶୀଧର ମିଶ୍ର ଉପସ୍ଥିତ ଥିଲେ |ସମ୍ପାଦକ ବ୍ରଜ ମୋହନ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଡ଼ ନିରଞ୍ଜନ ଶୁକ୍ଳ ପ୍ରାରମ୍ଭରେ ଅତିଥି ଙ୍କୁ ମଞ୍ଚ ଆହ୍ୱାନ ସହ ପରିଚୟ ପ୍ରଦାନ କରିଥିଲେ |ଚଳିତ ବର୍ଷ ସୁରେନ୍ଦ୍ର ନାଥ ପରିଡା ଙ୍କୁ ଶରତ ଚନ୍ଦ୍ର କର ବାଣୀଶ୍ରୀ ସମ୍ମାନ, ଶଙ୍କର କୁମାର କର ଙ୍କୁ ଶାରଦା -ଗଣେଶ ସ୍ମାରକୀ ସେବାଶ୍ରୀ ସମ୍ମାନ, ରଘୁନାଥ ରାଉଳ ଙ୍କୁ ପ୍ରଶାନ୍ତ କୁମାର ମହାନ୍ତି ଅନୁଷ୍ଠାନଶ୍ରୀ ସମ୍ମାନଏବଂ ଅନିରୁଦ୍ଧ ମଣ୍ଡଳଙ୍କୁ ଉର୍ବଶୀ -ଶ୍ରୀଧର ଜେନା ନାଟ୍ୟ ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା |ଏହି ମଞ୍ଚରେ ଯୋଗାଚାର୍ଯ୍ୟ ବଂଶୀଧର ମିଶ୍ର ଙ୍କର ସମଗ୍ର ଗ୍ରନ୍ଥାବଳୀ ପୁସ୍ତକ ଏବଂ ଅଧ୍ୟାପକ ନିରଞ୍ଜନ ବେହେରାଙ୍କ ପ୍ରେମ ପୂରବୀ କବିତା ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ |କୁନି ନୃତ୍ୟ ଶିଳ୍ପୀ ବିଦ୍ୟାଶ୍ରୀ ବେହେରା ଓଡ଼ଶୀ ନୃତ୍ୟ ପରିବେଷଣ କରିଥିଲେ |ଦ୍ୱିତୀୟ ଅଧିବେଶନରେ ବିଜୟ କୁମାର ନନ୍ଦ ଙ୍କ ସଭାପତିତ୍ୱ ସ୍ୱରଚିତ କବିତା ଆସର ଅନୁଷ୍ଠିତ ହୋଇ ଥିଲା |ଡା ପ୍ରଦୀପ କୁମାର ମିଶ୍ର ଏବଂ ଅଧ୍ୟାପକ ନିରଞ୍ଜନ ବେହେରା ଙ୍କ ସଂଯୋଜନାରେ 40ରୁ ଉର୍ଦ୍ଧ କବି ନିଜର କବିତା ପାଠ କରିଥିଲେ |ଶେଷରେ ଜୟନ୍ତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସଦସ୍ୟା ସର୍ବଶ୍ରୀ ରମେଶ ଚନ୍ଦ୍ର ନାୟକ, ରବୀନ୍ଦ୍ର କୁମାର ଜେନା, ସୁଧାଂଶୁ ବିଶ୍ବାଳ, ଅଶୋକ କୁମାର ଦାସ, ନବନିତା ରଥ, ରାମଚନ୍ଦ୍ର ରାଉତ, ସୃଷ୍ଟିଧର ପାତ୍ର, ଲଷ୍ମୀପ୍ରିୟା ମିଶ୍ର, ଶ୍ରୀନିବାସ ରାଉଳ ପ୍ରଭୃତି ପରି ଚାଳନା କରିଥିଲେ | 

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଏସ୍ଆରକେ ପବ୍ଲିକ ସ୍କୁଲ, ଥେରୁବାଲି ପକ୍ଷରୁ 77 ତମ ସ୍ବାଧିନତା ଦିବସ ପାଳିତ 

masiha

ବିଜୁ ଶିଶୁ ସୁରକ୍ଷା ଯୋଜନା: ବିବାହ ସହାୟତା ପାଇଁ ଜିଲା ପ୍ରଶାସନ ଦେଲା ୫୦ ହଜାର ଟଙ୍କା

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନରେ ଶ୍ରୀ ଜୟଦେବ ଜୟନ୍ତୀ ଓ ଅକ୍ଷୟ ତୃତୀୟା ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!