ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଧର୍ମଗଡ ଠାରେ କବିତା ପାଠୋତ୍ସବ

କଳାହାଣ୍ଡି ଉତ୍ସବ ଧର୍ମଗଡ ଠାରେ କବିତା ପାଠୋତ୍ସବ

କବିତା ପାଠୋତ୍ସବ ମାଧ୍ୟମରେ ଅନେକ କବି ଲୋକଲୋଚନକୁ ଆସୁଛନ୍ତି

  କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫ ଅବସରରେ ଧର୍ମଗଡ ପଞ୍ଚାୟତ ପଡିଆ ଠାରେ ଉତ୍ସବର ଦ୍ଵିତୀୟ ଦିବସରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। କବି ବଙ୍କିମ ମୁଣ୍ଡଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠୋତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ସମ୍ମାନନୀୟ ଉପଜିଲ୍ଲାପାଳ ଧୀମାନ ଚକମା , ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବି, ସାହିତ୍ୟିକ ଚିନ୍ତାମଣି ପାତ୍ର, ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର,ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର,ବରିଷ୍ଠ କବି ଭୁବନେଶ୍ୱର ପୁରୋହିତ, ବର୍ଷିଆନ କବି ଜହ୍ନୁ ବିଶି ପ୍ରମୁଖ ଯୋଗଦେଇ କହିଥିଲେ କବିତା ପାଠୋତ୍ସବ ମାଧ୍ୟମରେ ଅନେକ ଲୁକ୍କାୟିତ ପ୍ରତିଭାଙ୍କ ସାରସ୍ବତ ସୃଷ୍ଟି ଲୋକ ଲୋଚନକୁ ଆସିପାରୁଛି। ସଂଜୀବ କୁମାର ମୁଣ୍ଡ ଅତିଥି ପରିଚୟ ପ୍ରଦାନ, ଶାନ୍ତନୁ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ମୋହନ ଚରଣ ବିଶି ସଭା ପରିଚାଳନା କରିଥିଲାବେଳେ ଅର୍ଜୁନ ଗୋପାଳ ଓ ସୁରେନ୍ଦ୍ର କୁମାର ସାହୁ କବିତା ସଂଯୋଜନା କରିଥିଲେ। ରାଜେଶ କୁମାର ମୁଣ୍ଡଙ୍କ ପରିଚାଳନାରେ ଆୟୋଜିତ କବିତା ପାଠୋତ୍ସବରେ ଭୁପେନ୍ଦ୍ର ନାଏକ, ବିଦ୍ୟାସିନୀ ସାହୁ, ଅର୍ଜୁନ ବାଗ, ବୈବସୁତ ବିନବରଗିଆ ସହଯୋଗ କରିଥିଲାବେଳେ କଳାହାଣ୍ଡି ଜିଲ୍ଲା ତଥା ପଡୋଶୀ ଜିଲ୍ଲାରୁ ୮୫ଜଣ କବି ଓ କବୟିତ୍ରୀ କବିତା ପାଠ କରିଥିଲେ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ….

Related posts

ଇ.ଆଇ.ସି.ତରଫରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆସନ୍ତା ୨୩ ରୁ ୨୬ ……

masiha

କୈବର୍ତ୍ତ ମହାସଭା ଯୋବ୍ରା, କଟକର ଜରୁରୀ ସାଧାରଣ ସଭା

Sunil Chandra Nayak

Leave a Comment

error: Content is protected !!