ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧିତ ଭତ୍ତା ବିତରଣ ସମାରୋହ

ବନ୍ଧିତ ଭତ୍ତା ବିତରଣ ସମାରୋହ

ଆସିକା,୧୫/୧/ ୨୫ ଏନ୍‌ ଏ ଏସ୍ ଜନସେବା ଦିବସରେ ଆସିକା ବ୍ଳକ ଓ ଏନ୍‌ଏସି ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସରୁ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ଓ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବଦ୍ଧିତ ମାସିକ ଭତ୍ତା ୩୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ମଧୁବାବୁ ପେନସନ୍ ଯୋଜନାରେ ଆସିକା ବ୍ଳକ ପରିସରଭୁକ୍ତ ଅଞ୍ଚଳର ୩୭୮ ଜଣ ହିତାଧିକାରୀ ଓ ଏନ୍‌ଏସି ଅଧୀନସ୍ଥ ଅଞ୍ଚଳର ୩୮ ଜଣ ହିତାଧିକାରୀଙ୍କୁ ବର୍ଷିତ ଭତ୍ତା ବଣ୍ଟନ କରିବା ପାଇଁ ଚିହ୍ନଟ କରାଯାଇଥିଲା। ଆଜିଠାରୁ ଏହି ବର୍ଷିତ ଭତ୍ତା ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆସିକା ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସମାରୋହରେ ବିଧାୟକ ସରୋଜ କୁମାର ପାଢୀ, ଆସିକା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍, ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗରିକା ଷଡଙ୍ଗୀ, ଏନ୍‌ଏସି ନଗରପାଳିକା ବିନେତା ସ୍ୱାଇଁ, ଉପନଗରପାଳିକା ଜୟନ୍ତୀ ବିଷୋୟୀ, ଆସିକା ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଆକାଶିନୀ ନାୟକ, ଆସିକା ବ୍ଳକ ସାମାଜିକ ସୁରକ୍ଷା ବିଭାଗର କାର୍ଯ୍ୟକ୍ରମ ସହାୟକ ସଂଜୟ କୁମାର ବେହେରାଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ହିତାଧୁକାରୀମାନେ ବର୍ଷିତ ଭତ୍ତା ପାଇ ବେଶ୍ ଖୁସି ଅନୁଭବ କରିଥିଲେ। ଭତ୍ତା ପାଉଥିବା ୮୦ ବର୍ଷ ବା ତଦୁର୍ଷ ବୟସର ହିତାଧିକାରୀ ଓ ୮୦ ପ୍ରତିଶତ ବାତା ଠାରୁ ଅଧିକ ଭିନ୍ନକ୍ଷମଙ୍କ ହିତାଧିକାରୀମାନେ ଏହି ବନ୍ଧିତ ଭତ୍ତା ପାଇବେ ବୋଲି ଜଣାପଡିଛି। ଭତ୍ତା ବିତରଣ ସମାରୋହ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଏନ୍‌ଏସି କର୍ମଚାରୀ ଙ୍କ ଲକ୍ଷ୍ମୀ ସିଂ, ସୁମନ୍ତ କୁମାର ସେନାପତି, କିଶୋର ଚନ୍ଦ୍ର ପାଣିଗ୍ରାହୀ, ରାଜେନ୍ଦ୍ର କୁମାର ମିଶ୍ର, ହରଜିତ୍ ସାଠୁଆ, ସୁଚିସ୍ମିତା ତ୍ରିପାଠୀ, ଭଗବାନ ସାହୁଙ୍କ ସମେତ ବହୁ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ l   

ଆସିକା ରୁ ଶିବ ଶଙ୍କର ମିଶ୍ର ମସୀହା ନ୍ୟୁଜ

Related posts

ଲୋକସାହିତ୍ୟ କଳାହାଣ୍ଡି ଜନଜୀବନର ଏକ ଓ ଅଭିନ୍ନ ଅଙ୍ଗ

Sunil Chandra Nayak

ଅଟୋ ବାଇକ ମୁହାଁ ମୁହିଁ ଧକ୍କା ଜଣେ ଆହତ , ୨ ଗୁରୁତର,୧ ଆହତ 

Sunil Chandra Nayak

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରଙ୍କ ଆୟୁଷ୍ମାନ ଜନ ଆରୋଗ୍ୟ ମନ୍ଦିର ପରିଦର୍ଶନ ସହ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ

masiha

Leave a Comment

error: Content is protected !!