ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ତାଲିମ 

ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ତାଲିମ 

ଡାବୁଗାଁ, ୧୭/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମହିଳା ସଶକ୍ତିକରଣ ନେଇ ଆବଶ୍ୟକ ପଦକ୍ଷେପ, ସଶକ୍ତିକରଣ ରେ ଉପୁଜୁଥିବା ବାଧା ବିଘ୍ନ, ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ଆଇନ ଉପରେ ତାଲିମ ଦିଆଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ନବରଙ୍ଗପୁର ଡିପିଆରସି ରୁ ବ୍ରଜେନ୍ଦ୍ର କୁମାର ସେନାପତି, ହାଇଦ୍ରାବାଦ ଏନଆଇଆରଡିରୁ ସତ୍ୟଜିତ ପାତ୍ର, ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ, ଅର୍ଜୁନ ଭତ୍ରା, ହଳଧର ଜାନୀ, ଦିବ୍ୟଶଙ୍କର ପୂଜାରୀ, ରୂପାଲୀ ମଣ୍ଡଳ ଓ କାମିନୀ ହରିଜନ, ସମସ୍ତ ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଏମବିକେ, ଏସିଡିଓ ଓ ଗ୍ରାମ ରୋଜଗାର ସେବିକା ସେବକ ମାନେ ତାଲିମ ନେଇଥିଲେ | ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଜିଠୁ ଖଡ଼ିଆଲ ମହୋତ୍ସବ ୨୦୨୩

Sunil Chandra Nayak

ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ

Sunil Chandra Nayak

ଏନ୍.ସି.ସି. କମାଣ୍ଡିଙ୍ଗ୍ ଅଫିସର୍ ଙ୍କ କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ପରିଦର୍ଶନ

masiha

Leave a Comment

error: Content is protected !!