ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ବନ୍ଦ କରି ଶିକ୍ଷକ ବଣଭୋଜି କୁ ଯିବା ଅଭିଯୋଗ ର ତଦନ୍ତ କଲେ ଗୋଷ୍ଟି ଶିକ୍ଷା ଅଧିକାରୀ

ବିଦ୍ୟାଳୟ ବନ୍ଦ କରି ଶିକ୍ଷକ ବଣଭୋଜି କୁ ଯିବା ଅଭିଯୋଗ ର ତଦନ୍ତ କଲେ ଗୋଷ୍ଟି ଶିକ୍ଷା ଅଧିକାରୀ

ରାୟଗଡା :- କୋଲନରା ବ୍ଲକ ଅନ୍ତର୍ଗତ ରେଖାପଦର ପଞ୍ଚାୟତର ସାଲିବି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗତ ୭ ତାରିଖରେ ବନ୍ଦ କରି ଶିକ୍ଷକ ମାନେ ଛାତ୍ରଛାତ୍ରୀ ଙ୍କୁ ନେଇ ବଣ ଭୋଜି କରିବା ପାଇଁ ମଧ୍ୟାନ ଭୋଜନ ଚାଉଳ ରେ ଭୋଜିରେ କରିଥିବା ଗଣମାଧ୍ୟମ ରେ ପ୍ରକାଶ ହୋଇଥିଲା। କୋଲନରା ବିଇଓ ମଞ୍ଜୁଲତା ଜେନା ଗତକାଲି ୧୫ ତାରିଖରେ ଉକ୍ତ ଅଞ୍ଚଳ କୁ ଗସ୍ତ କରି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ପରେ ଉକ୍ତ ବିଦ୍ୟାଳୟରେ ପହଞ୍ଚି ଥିଲେ। ଗୋଷ୍ଟି ଶିକ୍ଷା ଅଧିକାରୀ ଆସୁଥିବା ଖବର ପାଇ ରେଖାପଦର ସରପଞ୍ଚ, ଏସ ଏମ ସି ଚେୟାରମ୍ୟାନ ଓ ଗ୍ରାମ ବାସୀଙ୍କ ଉପସ୍ଥିତିରେ ତଦନ୍ତ କରିଥିଲେ। ଅନ୍ୟପଟେ ରେଖାପଦର କ୍ଲଷ୍ଟର ର ସିଆରସିସି ଶିବ ପ୍ରସାଦ ବେହେରା ଙ୍କୁ ଏହି ଅଭିଯୋଗ ସଂପର୍କରେ ପଚାରିବାରେ ସେହି ଦିନ ଅର୍ଥାତ ୭ ତାରିଖ ଦିନ ମୋତେ ଶିକ୍ଷକ ମାନେ ଡାକିଥିଲେ।କିନ୍ତୁ ମୁଁ ବି ଏଲ ଓ କାର୍ଯ୍ୟ ଥିବାରୁ ଯାଇ ପାରିନଥିଲି। ବିଦ୍ୟାଳୟର ପଛପଟେ ପିଲାମାନଙ୍କ ସହିତ ଭୋଜି କରିଥିବା ମୋତେ ଜଣାଇଥିଲେ। କିନ୍ତୁ ବିଦ୍ୟାଳୟ ଖୋଲା ଥିଲା ଅଫିସ ରୁମରେ ତାଲା ପଡିଥିବା ଶିକ୍ଷକ ମାନେ ତାଙ୍କୁ ଜଣାଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ରାୟଗଡା ଡିଇଓ ବସନ୍ତ କୁମାର ନାୟକ ବିଦ୍ୟାଳୟ ର ଆଇନ କାନୁନ ଜାଣିଛନ୍ତି ।କେବେ କେମିତି ବିଦ୍ୟାଳୟ ବନ୍ଦ କରି ଭୋଜି ହୋବ ନିଜେ ଭଲ ଭାବରେ ଜାଣିଛନ୍ତି ।କେମିତି ଜାଣି ପାରିଲେ ନାହିଁ କି ନିଜେ ତଦନ୍ତ ନକରି ଥିଲେ ।ନିଜେ ନିର୍ଦ୍ଦେଶ କରିଥିଲେ କି କୋଲନରା ବିଇଓ ଶ୍ରମତୀ ଜେନା ତଦନ୍ତ କରିବେ ବୋଲି ସେହି ଆଦେଶ କୁ ପାଳନ କରି ଗତକାଲି ଏହି ଘଟଣାର ତଦନ୍ତ କରିଛନ୍ତି। ପିଲାମାନେ ବାହାରକୁ କୁଆଡେ ଯାଇ ନଥିବା ବେଳେ ସ୍କୁଲ ପଛପଟେ ଭୋଜି କରିଛନ୍ତି,ଯଦି ବାହାରକୁ ଯାଇଥାନ୍ତେ ଅଫିସ ଅନୁମତି ଆବଶ୍ୟକ ହୋଇଥାନ୍ତା ବୋଲି କହିଛନ୍ତି।ଯଦି ଆଦେଶ ନାହିଁ ତେବେ କେମିତି ବିଦ୍ୟାଳୟ ବନ୍ଦ ଥିଲା । ତେବେ ଏସ ଏମ ସି ଚେୟାରମ୍ୟାନ ଙ୍କୁ ଜଣାଇ ତାଙ୍କ ଅନୁମତି ନେଇଥିବା ବିଷୟ ଗଣମାଧ୍ୟମକୁ ସେ କହିଛନ୍ତି। ଏହି ସମୟରେ ରେଖାପଦର ସରପଞ୍ଚ ଗୋପାଳ ପିର୍ବାକା, ଏସ ଏମ ସି ଚେୟାରମ୍ୟାନ ରାମଚନ୍ଦ୍ର ମାଣ୍ଡାଙ୍ଗି ଓ ସ୍ଥାନୀୟ ଗାଁ ଲୋକ ଉପସ୍ଥିତ ଥିଲେ।ରେଖାପଦର ଗ୍ରାମ ପଞ୍ଚାୟତ ର ସାଲିବି ନିଜ ଗ୍ରାମର ସରପଞ୍ଚ ଗୋପାଳ ପିର୍ବ।କା ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କି ବୋଲି ଅଭିଯୋଗ ହୋଇଛି ।ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏଁ ୩୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏଥିରୁ ଜଣା ପଡୁଛି କି ବିଦ୍ୟାଳୟ ର କର୍ତ୍ତୃପକ୍ଷ ଯଦି ବିଦ୍ୟାଳୟ ର କମିଟି କହିଲେ ବି ଭୋଜି ଭାତ ରେ ବ୍ୟସ୍ତ ରହିବେ ତେବେ ତେବେ କେମିତି ଜନଜାତି ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କି ଭଳି ଅଗ୍ରସର ହେବ ବୋଲି ବୁଦ୍ଧି ଜୀବୀ ମହଲରେ ଚର୍ଚ୍ଚା ଜୋର ଧରଛି ।ଏହାର ତଦନ୍ତ ଜିଲ୍ଲାପାଳ ରାୟଗଡ଼ା ନିରପେକ୍ଷ ତଦନ୍ତ କରିବାକୁ ସାଧାରଣ ରେ ଦାବି ହୋଇଛି । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍‌ସିପ୍ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା 

ପ୍ରାଧ୍ୟାପିକା ବିଷ୍ଣୁପ୍ରିୟା ରାଉତରାୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।। “ଶିକ୍ଷାଦାନ କ୍ଷେତ୍ରରେ ଅବସର ନାହିଁ ” 

masiha

ନିମ୍ନମାନର କାମ ବର୍ଷାରେ ଭୁଷୁଡ଼ି ପଡ଼ିଲା ରାସ୍ତାର ସୁରକ୍ଷା ବାଡ଼, ତଦନ୍ତ ପାଇଁ ଦାବି

Leave a Comment

error: Content is protected !!