ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର କାର୍ଯ୍ୟକାରିଣୀ ବୈଠକ, ସମାନ ନାଗରିକ ସଂହିତା କୁ ବିରୋଧ

ବଲାଙ୍ଗିର ତା 09.07  ବଲାଙ୍ଗିର ଠାରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଶ୍ୟାମ ସୁନ୍ଦର ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଭାରତ ରେ ୟୁନିଫର୍ମ ସିଭିଲ କୋଡ଼ ବା ସମାନ ନାଗରିକ ସଂହିତା କୁ ଦୃଢ଼ ବିରୋଧ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଜାତୀୟ ଆଇନ ଆୟୋଗ ଦ୍ୱାରା “ୟୁନିଫର୍ମ ସିଭିଲ କୋଡ଼” ବିଷୟରେ ଆପତ୍ତି, ଅଭିଯୋଗ, ମତାମତ ଦେବା ପାଇଁ ବିଭିନ୍ନ ସଂଗଠନ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି l ଏହି କୋଡ଼ ଲାଗୁ ହେଲେ ଆଦିବାସୀ ମାନଙ୍କ ସ୍ୱତନ୍ତ୍ର ପ୍ରଥା,ପରମ୍ପରା, ରୀତିନୀତି, ସଂସ୍କୃତି ଲୋପ ପାଇଯିବ l ସମାନ ନାଗରିକ କୋଡ଼ ଲାଗୁ ହେଲେ ଆଦିବାସୀ ମାନଙ୍କ ପାଇଁ ଶିକ୍ଷା, ନିଯୁକ୍ତି, ପଦୋନ୍ନତି, ରେ ସଂରକ୍ଷଣ ଉଠିଯିବ ବୋଲି ଆଦିବାସୀ ମାନେ ଆଶଙ୍କା କରିଛନ୍ତି l ଆଦିବାସୀ ମାନଙ୍କ ସ୍ୱତନ୍ତ୍ର ସାମାଜିକ ବିବାହ,ବନ୍ଦାପନା, ମୃତାହ, ଛାଡ଼ପତ୍ର, ଦେବଦେବୀ ପୂଜାପାଠ ନିୟମ ଅଛି l ଏହି କୋଡ଼ କାର୍ଯ୍ୟକାରୀ ହେଲେ ଆଦିବାସୀ ସମ୍ପ୍ରଦାୟ ର ଲୋକ ବିଶେଷ ଭାବରେ ପ୍ରଭାବିତ ହେବେ ବୋଲି ଆଦିବାସୀ ନେତାମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ l ପ୍ରତି ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ କେନ୍ଦ୍ର ସରକାର ଙ୍କ ଅବହେଳା ମନୋଭାବ କୁ ଆଦିବାସୀ ନେତାମାନେ ତୀବ୍ର ସମାଲୋଚନା କରିଥିଲେ l କେନ୍ଦୁପତ୍ର ରୁ ୧୮ ପ୍ରତିଶତ ଜିଏସଟି ପ୍ରତ୍ୟାହାର କରିବାରେ କେନ୍ଦ୍ର ସରକାର ଚରମ ଉଦାସୀନତା ଯୋଗୁଁ ୮ ଲକ୍ଷ ରୁ ଉର୍ଦ୍ଧ ଆଦିବାସୀ ଙ୍କ ବିକାଶ ବାଧାପ୍ରାପ୍ତ ହେଉଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବନ୍ଦ କରାଯାଇଛି l ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଅର୍ଥନୈତିକ କ୍ଷେତ୍ରରେ ଆଦିବାସୀ ମାନେ ଦେଶର ଶେଷ ଧାଡିରେ ଅଛନ୍ତି l ବିକାଶ କୁ ଅଣଦେଖା କରି ୟୁନିଫର୍ମ ସିଭିଲ କୋଡ଼ ପାଇଁ ଉଦ୍ୟମ କରିବା ଦୁର୍ଭାଗ୍ୟ ଜନକ ବୋଲି ଆଦିବାସୀ ନେତାମାନେ ଉଦବେଗ ପ୍ରକାଶ କରିଥିଲେ l ପ୍ରତ୍ୟେକ ବ୍ଲକ ତରଫରୁ ଏହି ଆଦିବାସୀ ବିରୋଧୀ କୋଡ଼ ବିରୁଦ୍ଧରେ ଆଦିବାସୀ ମହାସଂଘ ଆନ୍ଦୋଳନ କରିବାକୁ ନିଷ୍ପତ୍ତି କରାଯାଇଥିଲା lବୈଠକ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ଉପସଭାପତି ଅକ୍ଷୟ କୁମାର ଭୋଇ,ଭାନୁ ପ୍ରତାପ ସିଂମାଝି, ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର,ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ କିସିଣ୍ଡା ସଭାପତି ରୋହିତ ଭୋଇ, ଯୁବରାଜ ଭୋଇ, ମହେନ୍ଦ୍ର କୁଅଁର, ରମାକାନ୍ତ ଖଡ଼ିଆ,ନୂଆପଡା ର ସୋମନାଥ ଶବର, ଭକ୍ତ ଧରୁଆ,ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ବଲାଙ୍ଗିର ବ୍ଲକ ସଭାପତି ନିମାଇଁ ଝାଙ୍କର,ଗୁଡଭେଲା ବ୍ଲକ ସଭାପତି ଘନଶ୍ୟାମ ପ୍ରଧାନୀ,ଲୋଇସିଂହା ସଭାପତି ଦଶରଥ ଛତ୍ରିଆ, ଟିଟିଲାଗଡ଼ ନଗର ସଭାପତି ନିତ୍ୟାନନ୍ଦ ମାଝି, ପୁଇଁତଲା କାର୍ଯ୍ୟକାରୀ ସଭାପତି ବନଳତା ମାଝି,ଦେଓଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆ,ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା,ପାଟଣାଗଡ ସମ୍ପାଦକ ସାରଥୀ ବାଗ, ଖପ୍ରାଖୋଲ ସହ ସମ୍ପାଦକ ସୁଦାମ ବରିହା, ତୁରେକେଲା ଉପସଭାପତି ଭୂମିସୁତା ସମରଥ,ଟଙ୍କଧର ଧରୁଆ, ସଂଗଠକ ଥବିର ପୂଝlରୀ, ଘନ ଭୋଇ, ଦେବସିଂ ମାଝି, କୋଷାଧକ୍ଷ ପ୍ରଫୁଲ୍ଲ ତୁମୁନିଆଁ, ବିକ୍ରମ ଭୋଇ, ସୁନୀଲ ମାଝି, ଦିଲୀପ ମାଝି, ରାଜୁ ଖଡ଼ିଆ, ଚୈତନ୍ୟ ମାଝି ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ବାଧୀନତା ଦିବସ ପାଳିତ 

Sunil Chandra Nayak

ନରେନ୍ଦ୍ର ମୋଦୀ,ନବୀନ ବାବୁଙ୍କ ଆଦର୍ଶରେ ନୂତନବର୍ଷ ଭେଟଘାଟ

Sunil Chandra Nayak

ରାଜ୍ୟ ରାଜପଥ ଉପରେ ସାପ୍ତାହିକ ବିଜାତଳା ହାଟ;ରାସ୍ତା ଗହଳି ନେଇ ବାରମ୍ବାର ଦୁର୍ଘଟଣା; ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀଙ୍କ ଦାଵି

Sunil Chandra Nayak

Leave a Comment

error: Content is protected !!