ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାପାମାଆ ନ ଥିବା ଅସହାୟ ୯ ବର୍ଷର ବାଳିକା ଦେଲା ଜେଜେ ବାପାଙ୍କୁ ମୁଖାଗ୍ନି

ବନ୍ଧୁଗାଁ ତା ୨୪/୮/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ତୁରୁକୁପେଟା ଗାଁରେ ବିଧିର ବିଧାନ ଥିଲା ଅତି ହୃଦୟ ବିଦାରକ ଆଜି ଅନେକ ଦିନ ଧରି ଖଲାସି କାମ କରି ବଞ୍ଚୁଥିବା  କୁସୁରାଯୁ କରା ଙ୍କ ମୃତ୍ୟୁ ପରେ  ଏକମାତ୍ର ୯ ବର୍ଷର ନାତୁଣୀ ଦେଲା ମୁଖାଗ୍ନୀ । ଅନେକ ବର୍ଷ ତଳେ ନିଜର ସ୍ତ୍ରୀ, ପୁଅ ବହୂ ଓ ନାତୁଣୀ ମାନଙ୍କ ମୃତ୍ୟୁ ହୋଇ ଯାଇଥିଲା କିନ୍ତୁ ନିଜ ବହୂ ଜଣକ ୨ ବର୍ଷ ର ଶିଶୁ କନ୍ୟାକୁ ଛାଡି ମୃତ୍ୟୁ ହୋଇଥଲା। ରହିଥବା ଝିଅକୁ ନିଜ ଆଇ ସୁଳଚନା ଫୁଲବଂଗସ ଓ ମାମୁଁ ଶିବ ଫୁଲବଙ୍ଗସ ନେଇ ଲାଳନ ପାଳନ କରି ନିଜ ଘରେ ରଖିଛନ୍ତି। ଆଜକୁ ପ୍ରାୟ ତିନି ବର୍ଷ ହେଉଛି ମୃତ ଖାଲାସି କୁସୁରାଜୁ ଜଣକ ଅଜଣା ଦୁରାରୋଗ୍ୟରେ ଆକ୍ରାନ୍ତ ହୋଇ ଅଣ୍ଟାରୁ ତଳକୁ ସଂପୂର୍ଣ୍ଣ ଅଚଳ ହୋଇ ଯିବାରୁ ନିଜ ଘର ଭିତରେ ଝାଡ଼ା ପରିଶ୍ରା କରି ବହୁ କଷ୍ଟରେ ସଂଗର୍ଷ କରି ରହି ଆସୁଥିଲା। ସାହି ପଡିଶା ଘରର ଲୋକେ ମୁଠେ ଭାତ ଖାଇବାକୁ ଦେଉଥିଲେ। ଆଜି ସେହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି କିଏ ମଧ୍ଯ ନ ଥିବାରୁ ଏକ ମାତ୍ର ନାତୁଣୀ ନନ୍ଦିନୀ କରା ୯ ବର୍ଷ ପାଖରେ ପହଞ୍ଚି ଥିଲା ଓ ମଶାଣି କୁ ଯାଇ ମୁଖଗ୍ନୀ ଦେଇଥିଲା। ଏହି ସମୟରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ପଞ୍ଚାୟତର ଟଙ୍କା ଆସି ନ ଥିଲେ ମଧ୍ୟ ୨୦୦୦ ଟଙ୍କା ପ୍ରଦାନ କରିଛନ୍ତି। ଏହି ପ୍ରକାର ଅସହାୟ ଲୋକଙ୍କ ମୃତ୍ୟୁ କିମ୍ବା ଘରର ମୂଖ୍ୟ ମୃତ୍ୟୁ ହେଲେ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ପଞ୍ଚାୟତ ତରଫରୁ ସହାୟତା ଯୋଗାଇବା ପାଇଁ ହାତରେ ଟଙ୍କା ଆକାରରେ ୧୫ ହଜାର ଟଙ୍କା ଥିବା ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲେ। କିନ୍ତୁ ଆଜି ବନ୍ଧୁଗାଁ ପଞ୍ଚାୟତ କାର୍ଯ୍ୟାଳୟରେ୨୦୨୧ ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୩୫ ଜଣଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସରପଞ୍ଚ ହାତରେ ଟଙ୍କାଟିଏ ନାହି ଓ ପଞ୍ଚାୟତ ଅନ ଲାଇନ କରିଥଲେ ମଧ୍ୟ ଜଣକୁ ମଧ୍ୟ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ନ ମିଳିବା ହରିଶ୍ଚନ୍ଦ୍ର ଯୋଜନାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଆମ ବନ୍ଧୁଗାଁ ପଞ୍ଚାୟତ ନିବାସୀ ଅନୁରୋଧ ହରିଶ୍ଚନ୍ଦ୍ର ଯୋଜନା ରେ ମୃତ ବ୍ୟକ୍ତି ପାଖକୁ ସହାୟତା ଟଙ୍କା ପାଇବା ବ୍ୟବସ୍ଥା କରନ୍ତୁ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ନିଶା କାରବାର ରୋକିବାରେ ସଫଳ ଥାନା ଅଧିକାରୀ ସମ୍ବର୍ଦ୍ଧିତ

Sunil Chandra Nayak

ଗରିମା ପରିବାରର କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା 

ସଡକ ସୁରକ୍ଷା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!