ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ମଧ୍ୟରେ ବୃକ୍ଷରୋପଣ ଓ ସଚେତନତା

ନର୍ଲା (ମନିସ) ସପ୍ତାହ ବ୍ୟାପୀ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଓ ବନୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଅନ୍ତିମ ଦିନରେ ନର୍ଲା ବ୍ଲକ ଘଣ୍ଟମାଳ ପଞ୍ଚାୟତ ପରୁଆଭାଡି ଜଙ୍ଗଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ଶାନ୍ତପୁର ବନଖଣ୍ଡ ଘଣ୍ଟମାଳ ପଞ୍ଚାୟତରେ ରେଞ୍ଜର ପଦ୍ମନାଭ କୁମାରଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ ଯୋଗଦେଇଥିବା ବେଳେ ଘଣ୍ଟମାଳ ସରପଂଚ ଦେବେନ୍ଦ୍ର ସା, ଫରେଷ୍ଟର ଭବାନୀ ଶଙ୍କର ପରିଚ୍ଛା , ଫରେଷ୍ଟ ଗାର୍ଡ ତୁଳସୀ ସ୍ଵାଇଁ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

୧- ଅସୁସ୍ଥ ଦନ୍ତା ହାତୀର ଚିକିତ୍ସା କରାଇଲା ବନବିଭାଗ,୨- ଢେଙ୍କାନାଳ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

ଓଡ଼ିଶା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ରାଉରକେଲା ଗ୍ରସ୍ତ

masiha

ଆଦର୍ଶ ଶିକ୍ଷକ ସତ୍ୟାନନ୍ଦ ଦାସଙ୍କ ପରଲୋକ 

masiha

Leave a Comment

error: Content is protected !!