ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରାପ୍ତ ଶିକ୍ଷକ ସଂଘର ନୂଆଁଖାଇ ଭେଟଘାଟ୍

ଅବସର ପ୍ରାପ୍ତ ଶିକ୍ଷକ ସଂଘର ନୂଆଁଖାଇ ଭେଟଘାଟ୍

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତେରେସିଂହା ଠାରେ ଅବସର ପ୍ରାପ୍ତ ଶିକ୍ଷା କର୍ମଚାରୀ ସଂଘ, କର୍ଲାମୁଣ୍ଡା ତରଫରୁ ନୂଆଁଖାଇ ଭେଟଘାଟ୍ ୨୦୨୪ ପାଳିତ ହୋଇ ଯାଇଛି l ଏହି ଅବସରରେ ସଂଘର ସଭାପତି ଶ୍ରୀଯୁକ୍ତ ବାଳକୃଷ୍ଣ ସାହୁ ସଭାପତିତ୍ବ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ରିଷିଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ଟର ମୁକେଶ କୁମାର ପଧାନ, ମୁଖ୍ୟବକ୍ତା ଭାବେ ଆଇନଜିବୀ ସୁବାଷ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦାନ ପୂର୍ବକ ଶିକ୍ଷକମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ l କୋଷାଧ୍ୟକ୍ଷ ମୂରଲୀଧର ରଣା ଅତିଥି ପରିଚୟ ଓ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ l ଦିବଙ୍ଗତ ଶିକ୍ଷକମାନଙ୍କର ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା l ବର୍ଷିୟେନ ଶିକ୍ଷକ ଶ୍ୱେତକୁମାର ରଣାଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇ ଥିଲା l ସଂଘ ସମ୍ପାଦକ ହୃଷିକେଷ ସାହୁ ବିବରଣୀ ପାଠ କରିଥିବା ବେଳେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଟ୍ରକ ଓ ଅଟୋ ମୁହଁ।ମୁହିଁ ଧକ୍କା 3 ମୃତ୍ୟୁ ୬ ଗୁରୁତର

masiha

୭୯ ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ନା ହସ୍ତାନ୍ତର ପ୍ରକ୍ରିୟା ଆଗେଇଲା ନା ହେଲା ଛାତ୍ରଛାତ୍ରୀ ଙ୍କ ସମସ୍ୟା ସମାଧାନ

Sunil Chandra Nayak

Leave a Comment

error: Content is protected !!