ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ ବିଭାଗରେ ଶକ୍ତି ଅପଚୟ

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ଟାଣ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏ ଭଳି ପରିସ୍ଥିତିରେ ସନ୍ଧ୍ୟା ସମୟରେ ବିଦ୍ୟୁତ କାଟ ଲୋକଙ୍କୁ ଅତିଷ୍ଠ କରୁଛି। ବିଦ୍ୟୁତ ବିଭାଗର ଅଣଦେଖା ଯୋଗୁଁ ବିଦ୍ୟୁତ ଶକ୍ତି ମଧ୍ୟ ଅପଚୟ ହେଉଛି। ନର୍ଲା ଚାରିଛକକୁ ଆଲୋକିତ କରୁଥିବା ବିଦ୍ୟୁତ ଖମ୍ବରୁ ନିରନ୍ତର ଭାବେ ଦିବାରାତ୍ରି ବିଦ୍ୟୁତ ବଲବ ଗୁଡିକ ଜଳୁଛି। ଏ ନେଇ ଜନସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଏଥିପାଇଁ କାହାରି ନଜର ରହୁ ନ ଥିବା ବେଳେ ଶକ୍ତି ସଞ୍ଚୟ କ୍ଷେତ୍ରରେ ବିଦ୍ୟୁତ ବିଭାଗର ଅବହେଳା ଏଠାରେ ଫୁଟି ଉଠୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ପୁଅକୁ ଟାଙ୍ଗିଆରେ ହାଣିବା ପରେ ଜୀବନ ହାରିଲା ବାପ

Sunil Chandra Nayak

ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଥର ଥୁଆମୂଳ ରାମପୁର ବ୍ଳକ ଗ୍ରସ୍ତ

Leave a Comment

error: Content is protected !!