ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ରେ ଭୀମଭୋଇ ଭୀମଭୋଇ ସାମର୍ଥ୍ୟ ଶିବିର

ଡାବୁଗାଁ, ୧୮/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ଭୀମଭୋଇ ସାମର୍ଥ୍ୟ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ | ଏଥିରେ ଶିଶୁ ବିଶେଷଜ୍ଞ ଡା. ସନ୍ତୋଷ କୁମାର ପଣ୍ଡା, ଚକ୍ଷୁ ବିଶେଷଜ୍ଞ ଡା. ଦେବାଶିଷ ମହାପାତ୍ର ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଅଶୋକ ମହାପାତ୍ର ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ଚିକିତ୍ସା କରିଥିଲେ | ଏହା ସହ ଏଡିଏମଓ (ପିଏଚ) ଡା. ସୁକାନ୍ତ ଶତପଥି, ସାଇକୋଲୋଜିଷ୍ଟ ବିଭୂଦତ୍ତ ସେଠୀ, ଅଡିୟଲୋଜିଷ୍ଟ ଶିବପ୍ରସାଦ ସାହୁ, ଫିଜିଓଥେରାପିଷ୍ଟ ଘନଶ୍ୟାମ ବେହେରା ପ୍ରମୁଖ ଚିକିତ୍ସାରେ ସହାୟତା କରିଥିଲେ | ଏଥିରେ ପୂର୍ବରୁ ଅନଲାଇନ ମାଧ୍ୟମରେ ମୋଟ ୩୬୭ ଜଣ ହିତାଧିକାରୀ ପଞ୍ଜୀକୃତ କରିଥିଲେ | ସେଥିରୁ ୧୭୪ ଜଣ ଚିକିତ୍ସା କରାଇଛନ୍ତି | ମୋଟ ୧୬ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ଓ ୧୦୯ ଜଣ ହିତାଧିକାରୀ ଙ୍କୁ ୟୁଡି ଆଇଡି କାର୍ଡ ପ୍ରଦାନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ଜିଲାପରିଷଦ ସଭ୍ୟ ଜୋନ -୧ ଧନସିଂ ଭତ୍ରା ଓ ଜୋନ -୨ ଗୁପ୍ତ ବିଶୋଇ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଯବିଡିଓ ଶରତ ମାଝି, ଝରିଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପାର୍ଥଜିତ ମଣ୍ଡଳ ସମସ୍ତ ସରପଞ୍ଚ ଓ ସମିତିସଭ୍ୟା ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି. ପ୍ରସାଦ ପ୍ରରିଚାଳନା କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ, ଅମୂଲ୍ୟ ଦଳାଇ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ୭୬ ତମ ସ୍ବାଧିନତା ଦିବସ, ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଜିଲ୍ଲାପାଳଙ୍କ ଖବର ଦାତା ସମ୍ମିଳନୀ ରେ ବିବୃତ୍ତି

Sunil Chandra Nayak

ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର ,ପୋଲିସ ତଦନ୍ତ ଜାରି

Sunil Chandra Nayak

ପାୟୋନୀୟର ବିହନ କମ୍ପାନୀ ତରଫରୁ ଚାଷୀ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!