ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ 

ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ 

  ମୟୂରଭଞ୍ଜ – ୨୧/୦୧ // ମୟୂରଭଞ୍ଜ ଜିଲ୍ଲାର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଏବଂ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ମହାନ୍ତି ହୋଟେଲରେ (ୱାର୍ଡ଼ ନଂ-୦୯) ଚଢ଼ାଉ କରାଯାଇ ୫.୮୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ଅଁଳାଡୁବା ଗ୍ରାମର ବିଚିତ୍ର ମହାନ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୬୦,୦୦୦ /- ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ଶବର, ଉପ-ନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ଜେନା, ବିପ୍ଳବ କୁମାର ମଲ୍ଲିକ, ବୁଦ୍ଧଦେବ ମହନ୍ତ, ତମନ ପରିଡ଼ା, ସଂଜୀବ ମହାପାତ୍ର, ରାଜେନ୍ଦ୍ର ସେନାପତି, ପ୍ରିୟଙ୍କା ମହନ୍ତ, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ କେସ ନଂ: ୭୯/୨୦୨୪-୨୫ ମୂଳେ ମାମଲା ରୁଜ୍ଜୁ କରାଯାଇଛି lରାଇରଙ୍ଗପୁର ଭଳି ଶାନ୍ତ ପରିଵେଶ ଥିବା ସହରରେ ନିଶା ବେପାରୀଙ୍କ ଦୌରାତ୍ମ୍ଯ ବୃଦ୍ଧି ଯୋଗୁଁ ପରିବେଶ ଅଶାନ୍ତ ହେବାକୁ ଯାଉଛି । ଯୁବ ଗୋଷ୍ଠୀ ଛୋଟ ନଥିବାରୁ ବଡ଼ ନିଶା ସେବନ କରି ନିଜର ଅମୂଲ୍ୟ ଜୀବନକୁ ନଷ୍ଟ କରିବା ସହ ଘରେ ବାହାରେ ଛୋଟ ବଡ଼ ଗଣ୍ଡଗୋଳ,ଅଶ୍ଳିଳ ଭାଷା,ଗାଳି ଗୁଲଜ କରୁଛନ୍ତି । ଅବକାରୀ ପ୍ରଶାସନ ତରଫରୁ ନିଶା ବେପାରୀଙ୍କ ଉପରେ ତିକ୍ଷଣ ନଜର ରଖିବା ପାଇଁ ସାଧାରଣରେ ଦାବି ହେଉଛି ତଦସହ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।କାହା ଆଶୀର୍ବାଦରେ ସେମାନେ ରାଇରଙ୍ଗପୁର ସହରରେ ନିଶା କାରବାର କରୁଛନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଦରକାର ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଧର୍ମଗଡ଼ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

Sunil Chandra Nayak

ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇଲେ ଯୁବକ 

masiha

ଆଜି ଦ୍ଵିତୀୟ ଦିନରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନେ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା  

Leave a Comment

error: Content is protected !!