ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଲାଞ୍ଜିଗଡ଼, ୨୩/୦୧(ମନିସ)- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ, କାଉଗୁଡାର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ନନ୍ଦକିଶୋର ତାଣ୍ଡି, ମୁଖ୍ୟବକ୍ତା ଭାବେ ଯୁବ ଗାଳ୍ପିକ ଡିଲେଶ୍ଵର ରଣା, ସମ୍ମାନିତ ଅତିଥି ଭାବେ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନ, ମଧୁପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରିଧାରୀ ବାରିକ, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ, ଲାଞ୍ଜିଗଡ ରୋଡ଼ ସରପଞ୍ଚ ମମତା ଶବର, ସ୍କୁଲ ପରିଚାଳନା କମିଟି ସଭାପତି କଳାକୃଷ୍ଣ ଶବର ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ସନ୍ଦୀପ ମିଶ୍ର ସ୍ୱାଗତ ଅଭିଭାଷଣ ଓ ବିବରଣୀ ପାଠ କରିଥିବାବେଳେ ଲମ୍ବୋଦର ସାହୁ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନରେଶ କୁମାର ସାହୁ, ଅଞ୍ଜଳୀ ସାହୁ, ଗୋକୁଳ ପାତ୍ର, ଗୌର ପଟ୍ଟନାୟକ, ସୂର୍ଯ୍ୟ ପଣ୍ଡା, ରଶ୍ମିତା ସାହୁ, ଲମ୍ବୋଦର ସାହୁ, ଜଗନ୍ନାଥ ନାଏକ, ଅରୁଣ ପଣ୍ଡା, ସବିତା ଜଗତ, କୋକିଳ ଶବର, ବିବେକ ମହାପାତ୍ର, ପୁଷ୍ପାଞ୍ଜଳି ପଣ୍ଡା, ପରମାନନ୍ଦ ସାହୁ, ଆଲୋକ ମହାଖୁଡ଼, ପ୍ରଶାନ୍ତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସମାଜ ଶବର, କ୍ଷୀରାବ୍ଧି ଜୁଆଡ଼, ସୁନା ମାଝୀ, ସୁଦର୍ଶନ ପାତ୍ର, ଚମ୍ପା ମାଝୀ, ଗୋପୀ ଶବର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଇଣ୍ଡିଆନ ଡେଟୋନେଟର ମଜଦୂର ସଭା ର ଶ୍ରମିକ ଦିବସ ପାଳନ 

ବିଶିଷ୍ଟ ସମାଜସେବୀ ତଥା ୪୨ ମୌଜା ଗୌରବ ଡକ୍ଟର ସେକ୍ କଲିମୁଲ୍ଲା ସମ୍ବର୍ଧିତ

ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

Leave a Comment

error: Content is protected !!