ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ମୋଟର ସାଇକେଲ ର।ଲି

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ମୋଟର ସାଇକେଲ ର।ଲି

ଆଜି ଅଦ୍ୟ ତାରିଖ – ୨୩.୦୧.୨୦୨୫ ରିଖ ପ୍ରାତଃ ୮.୦୦ ଘଣ୍ଟିକା ସମୟରେ ରେ ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ମୋଟର ସାଇକେଲ ର।ଲି ଅନୁଷ୍ଠିତ ହୋଇଥିଲା । ଏହି ମୋଟର ସାଇକେଲ ରାଲି କୁ ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନାସାହେବ ଓହୋଲ ଓ ଉପ ବନ ସଂରକ୍ଷକ ଶ୍ରୀ ସଂଦୀପ କୁମାର ପୃଷ୍ଟି ଓ ବନାଞ୍ଚଳ ଅଧିକାରୀ ଶ୍ରୀ କମେଶ୍ଵର ଆଚାରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ମୋଟର ସାଇକେଲ ର।ଲି ଗୁମ୍ମା ସେକ୍ସନ ର ଗୁମ୍ମା ଗ୍ରାମ ଠାରୁ ଆରମ୍ଭ ହୋଇ ରାୟଗଡା ସେକ୍ସନ ର ବୈରାଗିହାଲୁବା ଗ୍ରାମ ଦେଇ କୋମତାଳପେଟା ସେକ୍ସନ ର ମାଳୀଗାଁ ଠାରେ ଶେଷ ହୋଇଥିଲା । 

ଏଥି ମଧ୍ୟରେ କୋଦୁପଡୁ , ହାଲୁବା , ସଂକେଶ , ଶିରିକୋଣ। , ମାଲିପଡ଼। , , ତାଡମ।, ଚିନ୍ତାଳୀଗୁଡା , ପିତମହାଲ, ହଁସା , ପାଣସ।ହି, ଜିମିଡିପେଟା , ବୈରାଗୀ ହାଲୁବା , ପିପିଲିଗୁଡା , ମୀରାବାଲି , ପାଣିଛତ୍ର , ରୁପୁଣି , ଭୋଇମୋଡା , ରେଖାପଦର , କୈଳାଶପୁର , ଲିଂଗାଗୁଡା, ପଦା ଲେକାପାଇ , ଗୌଡ ଲେଲିବାଡି , କୋଲନର , ଅମଲାଭଟ୍ଟା , କଦଳୀଗୁଡା , ଗୌଡଗୁଡା, କନ୍ଧମାଳୀଗାଓଁ ଗ୍ରାମ ଗୁଡିକରେ ବନକର୍ମଚାରୀ ମାନେ ଜଙ୍ଗଲ ନିଆଁ ନିବାରଣ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ବାର୍ତ୍ତା ରେ ଆଗାମୀ ଗ୍ରୀଷ୍ମ ଋତୁ ରେ ଜଙ୍ଗଲ ନିଆଁ କୁ କିପରି ନିୟନ୍ତ୍ରଣ ଓ ନିବାରଣ କରିବା ଓ ଜଙ୍ଗଲ ରେ କିପରି ନିଆଁ ନ ଲାଗିବ ସେ ଉପରେ ପ୍ରୟାସ ଓ ସେଥିରେ ବନ ବିଭାଗ କୁ ସହଯୋଗ କରିବାକୁ ଲୋକମାନଙ୍କୁ ଅନୁରୋଧ କରାଯାଇଥିଲା । ଏହା ସହ ଜଙ୍ଗଲ ନିଆଁ ଦ୍ବାରା ଜଙ୍ଗଲ ର କ୍ଷତି ଓ ତା ଦ୍ବାରା ମାନବ ସମାଜ ଉପରେ କି କୁପ୍ରଭାବ ପଢେ ସେ ଉପରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରାଯାଇଥିଲା ଓ ଆଗାମୀ ଦିନ ମାନଙ୍କରେ ଜଙ୍ଗଲ ନିଆଁ କିପରି ସମ୍ପୂର୍ଣ ବନ୍ଦ କରାଯାଇ ପାରିବ ସେ ବିଷୟରେ ଉପରୋକ୍ତ ଗ୍ରାମବାସୀ ଙ୍କୁ ମାର୍ଗଦର୍ଶନ କରାଯାଇଥିଲା । 

ଏହି ମୋଟର ସାଇକେଲ ର।ଲି ରେ ୫ ଜଣ ବନପାଳ , ୧୧ ଜଣ ବନରକ୍ଷୀ , ୩୦ ଜଣ ପାରା ବନ କର୍ମଚାରୀ ଭାଗ ନେଇଥିଲେ । ଏହି କାର୍ଯକ୍ରମ ଟି ରାୟଗଡା ବନପାଳ ଶ୍ରୀ ଗୌରି ଶଙ୍କର ସାହୁ , ଗୁମ୍ମା ବନପାଳ ଶ୍ରୀ ଡମ୍ବରୁଧର ନାୟକ ଓ କୋମତାଳପେଟ ବନପାଳ ଶ୍ରୀ ପ୍ରଦ୍ୟୁମ୍ନ କୁମାର ବେହେରା ଙ୍କ ଦ୍ବାରା ସୁ ପରିଚାଳିତ ହୋଇଥିଲା । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ହୋଇଯାଇଛି 

Sunil Chandra Nayak

ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଲୋଚନାଚକ୍ର 

Sunil Chandra Nayak

ଆର୍ ଜି ଏଚ୍ କୁ ରାଜଧାନୀ ହସ୍ପିଟାଲର ମାନ୍ୟତା ସହିତ ବିବିଧ ସମସ୍ୟାର ସମାଧାନ ପାଇଁ ବିଜେପିର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

masiha

Leave a Comment

error: Content is protected !!