ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରମ୍ଭ ଦିନରୁ ଜେଏସଡ଼ବ୍ଲୁ’ର ସାହାଯ୍ୟ ନାହିଁ,ଦାମସାହି/ଜାମୀତ୍ରାର ସୁଖଦୁଃଖରେ ଯୁବଗୋଷ୍ଠୀ

ଆରମ୍ଭ ଦିନରୁ ଜେଏସଡ଼ବ୍ଲୁ’ର ସାହାଯ୍ୟ ନାହିଁ,ଦାମସାହି/ଜାମୀତ୍ରାର ସୁଖଦୁଃଖରେ ଯୁବଗୋଷ୍ଠୀ

ଯୋଡ଼ା:-ଯୋଡ଼ା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତର ଜାମିତ୍ରା ଏବଂ ଦାମସାହି ଗରିବଙ୍କ ସମସ୍ୟା ଭରପୁର ରହିଛି। ଏହି ନିରୀହ ଗରିବ ଆଦିବାସୀଙ୍କ ନିକଟରେ ଖଣି ଅଛି ବୃହତ ଖଣି କମ୍ପାନୀ ଜେଏସଡ଼ବ୍ଲୁ ବର୍ଷ’ବର୍ଷ ଧରି ଖଣି ଖନନ କାର୍ଯ୍ୟ କରୁଛି ହେଲେ ଗରିବଙ୍କୁ ସାହାଯ୍ୟ କରିବା ସାତ ସ୍ବପ୍ନ ସାଜିଛି ଜେଏସଡ଼ବ୍ଲୁ ନିମନ୍ତେ ବୋଲି ଜାମିତ୍ରା ଏବଂ ଦାମସାହିର ଗରିବଙ୍କ ସମସ୍ୟାକୁ ଦେଖି ସାହାଯ୍ୟର ହାତ ବଢାଇଛନ୍ତି ଅଞ୍ଚଳର କେଇ ଜଣ ଡାକ୍ତର, ବ୍ୟବସାୟୀ, ଠିକା ସଂସ୍ଥାର ମାଲିକ, ଖଣି ଅଧିକାରୀ,ଅଫିସର ଲେବୁଲୟ ବୋଲି ଦେଖିବାକୁ ମିଳେ।ତେବେ ଦେଖିବାକୁ ଗଲେ ଜାମିତ୍ରା ଏବଂ ଦାମସାହି ଗ୍ରାମବାସୀ ପରିବାର ସହ ନାନାଦି ସମସ୍ୟା ଦେଇ ଗତି କରୁଥିବା ବେଳେ ଖଣି କମ୍ପାନୀ ଜେଏସଡ଼ବ୍ଲୁ ପାଖରେ ନିଯୁକ୍ତି ସଂଖ୍ୟା ଶୂନରୁ ଆରମ୍ଭ କରି କେତେକ ସ୍ଥାନରେ ରାସ୍ତାର ସମସ୍ୟା,ସ୍ୱାସ୍ଥ୍ୟକର ପରିବେଶର ଅଭାବ, ଖରା ଦିନରେ ପାନୀୟ ଜଳର ଅଭାବ ବ୍ୟତୀତ ଗ୍ରାମର ଅଧିକାଂଶ ଲୋକ ବାଧ୍ୟ୍ୟ ହୋଇ ଜଙ୍ଗଲ ଜାତୀୟ ଦ୍ରବ୍ୟ ଉପରେ ନିର୍ଭର କରୁଥିବାର ଦେଖିବାକୁ ମିଳନ୍ତି। ତେବେ ନିକଟରେ ବୃହତ କମ୍ପାନୀ ଜେଏସଡ଼ବ୍ଲୁ ରହିଥିବା ସ୍ୱତ୍ୱେ ସାହାଯ୍ୟ”ସହଯୋଗ ଗରିବ ଗ୍ରାମବାସୀଙ୍କ ପ୍ରତି ନଥିବାରୁ ଖଣି ସହରର ଯୋଡ଼ା ଅଞ୍ଚଳର ସାମାଜିକ କ୍ଷେତ୍ରରେ ସାହାଯ୍ୟ”ସହଯୋଗ କରିଆସୁଥିବା କେଇ ଜଣ ଡାକ୍ତର, ବ୍ୟବସୟୀ, ଠିକା ସଂସ୍ଥାର ମାଲିକ, ଖଣି ଅଧିକାରୀ ଏବଂ ଅଫିସର ଶ୍ରେଣୀ ବିଭିନ୍ନ ସମୟରେ ଦାମସାହି ଏବଂ ଜାମିତ୍ରା ବାସୀଙ୍କୁ ବସ୍ତ୍ର, ଶୀତବସ୍ତ୍ର, ଶୁଖିଲା ଖାଦ୍ୟ, ଗ୍ରୋସରୀ ପ୍ରଭୁତି ବଣ୍ଟନ କାର୍ଯ୍ୟ ଗତ ଦୁଇବର୍ଷ ଧରି ଆରମ୍ଭ କରିଥିବାର ଦେଖିବାକୁ ମିଳେ।ତେବେ ଏହି ମହତ କାର୍ଯ୍ୟରେ ଦାମସାହି ଓ ଜାମିତ୍ରାର ଗରିବ ଉପକୃତ ହେବା ସହ ସମଗ୍ର ଖଣି ଅଞ୍ଚଳରେ ଏହି ଯୁବଗୋଷ୍ଠୀ ପ୍ରସଂଶା ସାଉଁଠିଥିବାର ଶୁଣିବାକୁ ମିଳେ।ଏପରିକି ଜେଏସଡ଼ବ୍ଲୁ ଭଳି ବୃହତ କମ୍ପାନୀ ପ୍ରତି ବୁଢ଼ୀଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଉଥିବାର ଜଣାପଡେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

masiha

ଅନ୍ବେଷା ର ସାମୁହିକ ଜନ୍ମ ଦିବସ ପାଳନ

Sunil Chandra Nayak

ଜୟପାଟଣା ବ୍ଲକ ପୁଝାରିଗୁଡା ଠାରେ ବଞ୍ଜରା ସମାଜର ପାରମ୍ପରିକ ବାଲିଯାତ୍ରା ତିଜ୍ ଉତ୍ସଵ ଉଦଯାପିତ

masiha

Leave a Comment

error: Content is protected !!