ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ମଧୁପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଲାଞ୍ଜିଗଡ଼, ୨୪/୦୧(ମନିସ)-ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଲାଞ୍ଜିଗଡ଼ ବ୍ଲକ ମଧୁପୁରସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଧାରୀ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରା, ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ସପୁର ଛତର, ମଧୁବନ ପରଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷକ ସନ୍ତୋଷ ପାତ୍ର ସ୍ୱାଗତ ଅଭିଭାଷଣ ଦେବାସହିତ ସଭା ପରିଚାଳନା କରିଥିଲେ। ସଭା ଶେଷରେ ଶିକ୍ଷକ ଚିତ୍ତରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ସହିତ ପୁରସ୍କୃତ କରିଥିଲେ। ଏହାପରେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଶିକ୍ଷକ ମଧୁସୂଦନ ରାଉତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିବାବେଳେ ଲଳିତା ହରପାଲ, ଅନୀଲ ଧଙ୍ଗଡାମାଝୀ, ଚାରୁଲତା ଦୁବେଙ୍କ ସମେତ ଅଣଶିକ୍ଷକ କର୍ମଚାରୀ କାହ୍ନୁ ଛତର, ମନ୍ଦାକିନୀ ମାଝୀ, ଶକୁନ୍ତଳା ମାଝୀ, କ୍ଷିତିସୂତା ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଠିକାଦାର ପ୍ରତି ବିମୁଖ ଆଉଟସୋର୍ସିଂ କର୍ମଚାରୀ ବ୍ୟାଙ୍କ ନିୟନ୍ତ୍ରଣରେ କର୍ମନିଯୁକ୍ତି ପାଇଁ ଦାବି

masiha

ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ହେଲା ଜମି ଚିହ୍ନଟ 

masiha

ଗୋ ସମ୍ମାନ,ଆହ୍ବାନ ଅଭିଯାନ ବୈଠକ

Sunil Chandra Nayak

Leave a Comment

error: Content is protected !!