ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

ରାୟଗଡ଼ା: ତା : ୨୪/୦୧/୨୫ // ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଭାରତୀୟ ମଜଦୂର ସଂଘ ର ଜିଲ୍ଲା ଊପସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ବିଦ୍ୟା ନଗର ସ୍ଥିତ ମହିଳା ସଂସ୍କୃତି ଅନୁଷ୍ଠାନ ଗୃହରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘ ର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଏମ ଜଗଦୀଶ୍ଵର ରାଓ ଏବଂ ମୁଖ୍ୟ ବକ୍ତା ଭାବେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ସଂଘର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନିଜର ବକ୍ତବ୍ୟ ରଖିବା ସହ କାର୍ଯ୍ୟରତ ଶ୍ରମିକମାନଙ୍କ ସମସ୍ୟା ଉପରେ ଗଭୀର ଆଲୋଚନା କରିଥିଲେ , ଭାରତୀୟ ମଜଦୂର ସଂଘର ୭୦ ବର୍ଷ ଫୁର୍ତ୍ତିକୁ ଆଧାର କରି ସଂଘ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ଯଥା ରାଜ୍ୟ ର ନିଷ୍ପତ୍ତି କ୍ରମେ ୮ ରୁ ୧୦ ଲକ୍ଷ୍ୟ ଶ୍ରମିକ ସମାଜରେ ଜନସମ୍ପର୍କ ଅଭିଯାନ ସହିତ ମାର୍ଚ୍ଚ ମଧ୍ୟରେ ମହିଳା ସମ୍ମିଳନୀ, ଯୁବା ସମ୍ମିଳନୀ କାର୍ଯ୍ୟକ୍ରମ କରିବା ସହ ଯୁବକ ଏବଂ ଯୁବତୀ ମାନଙ୍କ ମଧରେ ଶ୍ରମିକ ସଂଘ ପ୍ରତି ଆଶା ଶୃଷ୍ଠୀ କରିବା, ନୂତନ ନେତୃତ୍ବ ବିକାଶ କରିବା ପାଇଁ ପ୍ରୟାସ କରିବା , ସାମାଜର ଗଠନ ପାଇଁ ଓ ପରିବର୍ତ୍ତନକୁ ଦୃଷ୍ଟି ରଖି ପଞ୍ଚ ପରିବର୍ତ୍ତନ ତଥା ପର୍ଯ୍ୟାବରଣ, ସ୍ଵେଦେଶି , ଯୈାଥ ପରିବାରର ଆବଶ୍ୟକତା , ସାମାଜିକ ସମର ସତା ଏବଂ ନାଗରିକ କର୍ତ୍ତବ୍ୟ ଉପରେ ଗୁରୁତ୍ଵାରୋପ କରିଥିଲେ। ମୁଖ୍ୟତଃ ସୁପ୍ରିମକୋର୍ଟ ରାୟକୁ ଆଧାର କରି ଅଙ୍ଗନବାଡ଼ି କର୍ମୀଙ୍କୁ ଗ୍ରାଚ୍ୟୁଟି ପ୍ରଦାନ କରିବା , ଅଙ୍ଗନବାଡ଼ି ଏବଂ ଆଶା କର୍ମୀମାନଙ୍କୁ ୱାରର୍କର୍ସ ମାନ୍ୟତା ଦେଇ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାରର୍କର୍ସ ଆସୋସିଏସନ୍ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ , ଜେ କେ ପେପର ମଜଦୂର ସଂଘ , ଇମ୍ପା ଠିକା ମଜଦୂର ସଂଘ , ଉତ୍କଳ ଆଲୁମିନା ଠିକା ମଜଦୂର ସଂଘ , ପାଚିକା ସଂଘ , ସ୍ବାବଲମ୍ବୀ କାରିଗର ସଂଘ , ବ୍ୟବସାୟ ମଜଦୂର ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୂର ସଂଘ , ରାୟଗଡ଼ା ଜିଲ୍ଲା ରାଜ ମେସ୍ତ୍ରୀ ସଂଘ, ବିଶ୍ଵକର୍ମା ମଜଦୂର ସଂଘ , ରାୟଗଡ଼ା ଜିଲ୍ଲା ଅଟୋ ଚାଳକ ସଂଘ , ମାଛ ବ୍ୟବସାୟୀ ସଂଘ , ରାୟଗଡ଼ା ଜିଲ୍ଲା ହୋଟେଲ କର୍ମଚାରୀ ସଂଘ , ରାୟଗଡ଼ା ଜିଲ୍ଲା ହସପିଟାଲ କର୍ମଚାରୀ ସଂଘ ର ସମସ୍ତ ନେତୃବୃନ୍ଦ ମାନଙ୍କ ସହ ଜିଲ୍ଲାର ୧୧ ଟି ବ୍ଳକର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ , ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ , ଉପସଭାପତି ଦୂର୍ଗା ମାଧବ ଘୋଷ , କୋଷାଧ୍ୟକ୍ଷ ଶ୍ରୀମତୀ ଉଷା ରାଣୀ ଦାଶ , ଶ୍ରୀମତୀ ନେହା ସିଂ , ଗୀତା ହିଆଲ , ଏ ତିରୁପତି ରାଓ , ଏସ ଦୂର୍ଗା ପରିଚାଳନା କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନେ ହିଁ ସାଧାରଣ ଜନତା ଙ୍କ ରକ୍ଷା କବଚ ‘ ଉପାନ୍ତ ଖବର ର ଚତୁର୍ଥ ବାର୍ଷିକ ଉତ୍ସବ ରେ ଅତିଥି ମାନଙ୍କ ମତ 

masiha

ହାଇ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ଜୁନାଗଡ଼ ର ସଫଳତା 

Sunil Chandra Nayak

ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ୨୦୨୫ ଆୟୋଜିତ

masiha

Leave a Comment

error: Content is protected !!