ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓସା ର ୧୫ତମ ରାଜ୍ୟସମ୍ମିଳନୀ ରେ ପୁଣି ଚମକିଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

ଓସା ର ୧୫ତମ ରାଜ୍ୟସମ୍ମିଳନୀ ରେ ପୁଣି ଚମକିଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

ଭୁବନେଶ୍ୱର ସ୍ଥିତ ବୁଦ୍ଧବିହାର ଠାରେ ଆୟୋଜିତ ଓଡିଶା ସୂଚନା ଅଧିକାର ଅଭିଯାନର ୧୫ ତମ ରାଜ୍ୟ ସମ୍ମିଳନୀ ରେ ସୂଚନା ଅଧିକାର କର୍ମୀ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ପୁରସ୍କୃତ। ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବରେ ଆଇନ,ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ପୂର୍ବତନ ମୁଖ୍ୟ ସାଶନ ସଚିବ ଶ୍ରୀଯୁକ୍ତ ସହଦେଵ ସାହୁ,ଏନସିପିଆରଆଇ ଆବାହକ ଶ୍ରୀମତୀ ଅଞ୍ଜଳି ଭରତଦ୍ୱାଜ ମୁଖ୍ୟ ବକ୍ତା ଓ ଏନସିପି ଆର ଆଇ ସହ ଆବାହକ ଅମ୍ରିତା ଲୋରି,ଓସା ରାଜ୍ୟ ଆବାହକ ଶ୍ରୀଯୁକ୍ତ ପ୍ରଦୀପ ପ୍ରଧାନ,ବରିଷ୍ଠ ସାମ୍ବାଦିକ ରବି ଦାସ ଓ ସତ୍ୟ ପ୍ରକାଶ ନାଏକ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଓଡିଶା ସୂଚନା ଅଧିକାର ଅଭିଯାନର ମାଧ୍ୟମରେ ପ୍ରଶାସନ ଓ ସରକାର ଙ୍କୁ ଅନେକ ତଥ୍ୟ ମାଗିବା ସହ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରି ପର୍ଦାଫାସ କରିଥିଲେ । ପ୍ରଶାସନ ଓ ରାଜନେତା ମାନେ ପ୍ରତିଶୋଧ ପରାୟଣ ହୋଇ ବିନ୍ଦୁ ମହାନନ୍ଦ ଙ୍କୁ ବାରମ୍ବାର ମିଛ କେଶ ରେ ଛନ୍ଦି ଦେଇ ଜେଲ କୁ ପଠେଇଦେଇଥିଲେ । ଯାହାରିଫଳରେ ଶ୍ରୀ ମହାନନ୍ଦ ଜେଲ ରୁ ବାହାରିବା ପରେ ମଧ୍ୟ ଅନେକ ଗୁଡିଏ ସରକାରୀ ଅର୍ଥ ର ଦୁର୍ନୀତି ଓ ଜିଲ୍ଲା ପ୍ରଶାସନ ର ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରି ଦୁର୍ନୀତି ର ପର୍ଦାଫାସ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ତାଙ୍କୁ ଓସା ୧୫ତମ ରାଜ୍ୟସ୍ତରୀୟ ସମ୍ମିଳନୀରେ ପୁରସ୍କୃତ କରାଯାଇଛି । ପୁରସ୍କୃତ ହେବା ପରେ ଶ୍ରୀ ମହାନନ୍ଦ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।

ଜଗ ଜୀବନ ସାଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ର ଶିବ ପ୍ରସାଦ ହେଲେ ମିଷ୍ଟର କୋରାପୁଟ ୨୦୨୪

masiha

ବିକାଶ ଭାରତ ସଂକଳ୍ପ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

masiha

ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିରେ ସ୍ୱଚ୍ଛତା ହି ସେବା ଅଭିଯାନ

masiha

Leave a Comment

error: Content is protected !!