ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଓଡିଶାଙ୍କ ରାୟଗଡ ଜିଲ୍ଲା ଗସ୍ତ ଓ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା 

ମାନ୍ୟବର ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଓଡିଶାଙ୍କ ରାୟଗଡ ଜିଲ୍ଲା ଗସ୍ତ ଓ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା 

ରାୟଗଡ:-ତା.୨୪/୦୧/୨୦୨୫ ରିଖ, ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ତଥା ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ତିନି ଗୋଟି ବିଭାଗର ବିଭିନ୍ନ ସରକାରୀ ଯୋଜନାର ପ୍ରଗତି ବିଷୟରେ ସମୀକ୍ଷା କରିଥିଲେ l ପ୍ରାଣୀ ସମ୍ପଦ ବିକାଶ ବିଭାଗର – ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ଗୋପାଳନ, ଘାସ ଚାଷ ତଥା ପ୍ରାଣୀ ସମୃଦ୍ଧି ଯୋଜନା ମାଧ୍ୟମରେ କୁକୁଡା ପାଳନ ଓ ଅଣ୍ଡା ଉତ୍ପାଦନ କୁ ପ୍ରଧ୍ୟାନ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ମତ୍ସ୍ୟ ବିଭାଗର ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କ ଆୟ କୁ ବହୁଗୁଣିତ କରିବା ସହ ସମସ୍ତ ଯୋଜନା ମାନଙ୍କୁ ଚାଷୀ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସଚେତନତା ଶିବିର ର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ପଦ୍ମପୁର ବ୍ଲକ, କେନ୍ଦୁଗୁଡା ଠାରେ ଥିବା, ଜଳଭଣ୍ଡାର ରେ ପଞ୍ଜୁରୀ ମାଧ୍ୟମରେ ମାଛ ଚାଷ କରିବା ପାଇଁ କହିଥିଲେ l ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ଲୋକ ମାନଙ୍କର ଆୟ କୁ ବୃଦ୍ଧି କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ବୈଠକରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରି, ସଭାପତିତ୍ବ କରିଥିବା ବେଳେ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଦେବରାଜ ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜ୍ଞାନ ରଞ୍ଜନ ସେଠି ଏବଂ ସାଧାରଣ ପରିଚାଳକ ଜିଲ୍ଲା ଶିଳ୍ପକେନ୍ଦ୍ର, ରାୟଗଡା ବିଜୟ କୁମାର ସାହୁ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ର ଏଗାର ଗୋଟି ବ୍ଲକ ରୁ ଆସିଥିବା. ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ସହକାରୀ ମତ୍ସ୍ୟ ଅଧିକାରୀ, ଜୀ. ଏମ୍. ଓମଫେଡ୍ ଏବଂ ଆଇ ପି ଓ, ମଧ୍ୟ ଉପସ୍ଥିତ ଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

Renowned Lawyer Sai Prasad Felicitated on Completing 25 Years in Profession  

masiha

ସତନାମୀ ସମାଜ ପକ୍ଷରୁ ଟେମରା ଗ୍ରାମରେ ଜୈତସ୍ତମ୍ବରେ ଧ୍ଵଜାରୋହଣ ଓ ସନ୍ଥ ସମାବେଶ ଉତ୍ସଵ ଅନୁଷ୍ଠିତ

masiha

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ଦ୍ବାଦଶତମ ସମାବର୍ତ୍ତନ ଉତ୍ସବ ୨୦୨୫ ନଭେମ୍ବର ୧୩ ତାରିଖରେ ବିପିୟୁଟିର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଓଡିଶା ରାଜ୍ଯପାଳ ଡକ୍ଟର ହରି ବାବୁ କମ୍ଭମପତି ଯୋଗଦେବେ

Sunil Chandra Nayak

Leave a Comment

error: Content is protected !!