ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରକ୍ତ ମୁଖା ପୁତୁରା  କାକା ଓ ଖୁଡି କୁ ହତ୍ୟା କଲା, ଅଭିଯୁକ୍ତ ଅଟକ, ପୋଲିସ ର ତଦନ୍ତ ଜାରି

ରକ୍ତ ମୁଖା ପୁତୁରା 

କାକା ଓ ଖୁଡି କୁ ହତ୍ୟା କଲା, ଅଭିଯୁକ୍ତ ଅଟକ,

ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅନ୍ତର୍ଗତ କାର୍ଲିଗାଁ ରେ ଶନିବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦ କୁ କେନ୍ଦ୍ର କରି ନିଜ ବଡ଼ କାକା ବୁଡୁ ବାଗ ଓ ଖୁଡି ସଜନୀ ବାଗ କୁ ହତ୍ୟା କରିଛି ରକ୍ତମୁଖା ପୁତୁରା ବସନ୍ତ ବାଗ (୪୫)। କାକା ଓ ଖୁଡି ର ରକ୍ତ ଜୁଡୁବୁଡୁ ମୃତଦେହ ଗାଁ ଦାଣ୍ଡରେ ପଡି ରହିଛି। ହତ୍ୟା ପରେ ନିକଟସ୍ଥ ଜଙ୍ଗଲ କୁ ଲୁଚି ରହିଥିଲା ଅଭିଯୁକ୍ତ। ଅନ୍ୟପଟେ ଘଟଣା ର ଖବର ପାଇ ଗୋଳାମୁଣ୍ଡା ଓ ଦଶପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁତୁରା ବସନ୍ତ ବାଗ ଜଙ୍ଗଲ ରୁ କାବୁ କରି ଅଟକ ରଖିଥିବା ନେଇ ପୁଲିସ ସୂତ୍ରରୁ ସୂଚନା ମିଳିଛି । ହତ୍ୟାକାରୀ କୁ ଗିରଫ କରିବା ପରେ ହତ୍ୟାକାଣ୍ଡ ପଛରେ ପାରିବାରିକ ଶତ୍ରୁତା ଓ ଜମିବାଡ଼ି ସମ୍ପର୍କିତ ବିବାଦ ରହିଥିବା ନେଇ ସୂଚନା ମିଳିଛି।ପୁଲିସ ସନ୍ଧାନି କୁକୁର ଓ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା ଙ୍କ ନେତୃତ୍ୱରେ ଗୋଳାମୁଣ୍ଡା ଓ ଦଶପୁର ଫାଣ୍ଡି ପୋଲିସ ଉପସ୍ଥିତ ରହି ତଦନ୍ତ ଜାରି ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଶୋଇ ସାପ୍ତାହିକ ହାଟରେ ବେଆଇନ ଗୋମାଂସ ବିକ୍ରି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ

Sunil Chandra Nayak

ଅପରେସନ ‘ସେଫ୍ ପାସେଜ୍’ର ବଡ଼ ସଫଳତା, ବାଘ ଛାଲ ସହ ୨ ଶିକାରୀ ଗିରଫ: ଶିକାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ବାଘ କରିଡର ସୁରକ୍ଷାକୁ ମିଳିଲା ନୂଆ ଶକ୍ତି

ପୁଅ ପରିବହନ ଓ ପୋଲିସ ହାତରେ ପଡିବାରୁ କୋଟଗଡ଼ ବିଡ଼ିଓ ୨୫ ହଜାର ଟଙ୍କା ତଣ୍ଡ ଗଣିଲେ 

Sunil Chandra Nayak

Leave a Comment

error: Content is protected !!