ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରକ୍ତ ମୁଖା ପୁତୁରା  କାକା ଓ ଖୁଡି କୁ ହତ୍ୟା କଲା, ଅଭିଯୁକ୍ତ ଅଟକ, ପୋଲିସ ର ତଦନ୍ତ ଜାରି

ରକ୍ତ ମୁଖା ପୁତୁରା 

କାକା ଓ ଖୁଡି କୁ ହତ୍ୟା କଲା, ଅଭିଯୁକ୍ତ ଅଟକ,

ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅନ୍ତର୍ଗତ କାର୍ଲିଗାଁ ରେ ଶନିବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦ କୁ କେନ୍ଦ୍ର କରି ନିଜ ବଡ଼ କାକା ବୁଡୁ ବାଗ ଓ ଖୁଡି ସଜନୀ ବାଗ କୁ ହତ୍ୟା କରିଛି ରକ୍ତମୁଖା ପୁତୁରା ବସନ୍ତ ବାଗ (୪୫)। କାକା ଓ ଖୁଡି ର ରକ୍ତ ଜୁଡୁବୁଡୁ ମୃତଦେହ ଗାଁ ଦାଣ୍ଡରେ ପଡି ରହିଛି। ହତ୍ୟା ପରେ ନିକଟସ୍ଥ ଜଙ୍ଗଲ କୁ ଲୁଚି ରହିଥିଲା ଅଭିଯୁକ୍ତ। ଅନ୍ୟପଟେ ଘଟଣା ର ଖବର ପାଇ ଗୋଳାମୁଣ୍ଡା ଓ ଦଶପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁତୁରା ବସନ୍ତ ବାଗ ଜଙ୍ଗଲ ରୁ କାବୁ କରି ଅଟକ ରଖିଥିବା ନେଇ ପୁଲିସ ସୂତ୍ରରୁ ସୂଚନା ମିଳିଛି । ହତ୍ୟାକାରୀ କୁ ଗିରଫ କରିବା ପରେ ହତ୍ୟାକାଣ୍ଡ ପଛରେ ପାରିବାରିକ ଶତ୍ରୁତା ଓ ଜମିବାଡ଼ି ସମ୍ପର୍କିତ ବିବାଦ ରହିଥିବା ନେଇ ସୂଚନା ମିଳିଛି।ପୁଲିସ ସନ୍ଧାନି କୁକୁର ଓ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା ଙ୍କ ନେତୃତ୍ୱରେ ଗୋଳାମୁଣ୍ଡା ଓ ଦଶପୁର ଫାଣ୍ଡି ପୋଲିସ ଉପସ୍ଥିତ ରହି ତଦନ୍ତ ଜାରି ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିତ୍ତୀୟ ଅନୁଷ୍ଠାନ ରେ ଋଣ ସୁନା ହେରଫେର,ଦୁଇ ନିଲମ୍ବନ,ଯୋଡ଼ାରେ ଚର୍ଚ୍ଚା 

masiha

ପ୍ଲାଷ୍ଟିକ ବର୍ଜ୍ୟ ଗଦା କରିବା ଅଭିଯୋଗରେ ଗୋତମା ଛକ ହୋଟେଲ ମାଲିକଙ୍କୁ ୧୦ ହଜାର ଟଙ୍କା ଜରିମାନା

Sunil Chandra Nayak

ରାଇରଙ୍ଗପୁର ଅବକାରୀ ବିଭାଗର ଚଢ଼ାଉ !ତେଣ୍ଟପୋଷୀ ଗ୍ରାମରେବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଆନୁମାନିକ .୩ ଲକ୍ଷ ୫୦ ହଜାର ଟଙ୍କାର ସାମଗ୍ରୀ ଜବତ

masiha

Leave a Comment

error: Content is protected !!