ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବଳରାମ ଜୀଉଙ୍କ ମନ୍ଦିର ରେ ମାଘ ମାସ ର ଷଟ୍ ତିଳା ଏକାଦଶୀ ନୀତି ପାଳିତ

ବଳରାମ ଜୀଉଙ୍କ ମନ୍ଦିର ରେ ମାଘ ମାସ ର ଷଟ୍ ତିଳା ଏକାଦଶୀ ନୀତି ପାଳିତ 

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି ମାଘ ମାସ ର ଷଟ୍ ତିଳା ଏକାଦଶୀ ନୀତି ପାଳିତ। ସକାଳୁ ମଙ୍ଗଳ ଆଳତୀ, ମହାସ୍ନାନ, ବସ୍ତ୍ର, ତୁଳସୀ ହାର, ଫୁଲ ହାର ଲାଗି ହୋଇଥଲା । ବଲ୍ଲଭ ଭୋଗ ଲାଗି, ଦଶଟା ବେଳେ ଖେଚୁଡ଼ି ଭୋଗ,ମଧ୍ୟାହ୍ନ ରେ ଅର୍ଣ୍ଣ ଧୂପ, ସଂଧ୍ୟା ବେଳେ ଆଳତୀ, ରାତ୍ର ରେ ରାତ୍ର ଧୂପ, ଏକାଦଶୀ ବେଢ଼ା ମହାଦୀପ ମନ୍ଦିର ଉପରକୁ ଉଠିବ ପରେ ପହଡ଼ ପଡ଼ିବ। ପୂଜକ ମଳୟ କର ଓ ମନସୁମନ୍ ମିଶ୍ର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମୋହନ ମହାପାତ୍ର, କାହାଳୀଆ ଟିକନ ବେହେରା ଓ ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତି ରେ ଏହି ମାଘ ମାସ ର ଷଟ୍ ତିଳା ର ଏକାଦଶୀ ନୀତି ପାଳିତ ହୋଇଯାଇଛି । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ମାରୱାଡ଼ି ସମାଜ ତରଫରୁ ହନୁମାନ ଜୟନ୍ତୀ

Sunil Chandra Nayak

ବହୁ ଆଡମ୍ବର ସହ ରାଇଘର ରେ ରଥ ଟଣା ଶେଷ ହେଲା

Sunil Chandra Nayak

ମାଁ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!