ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାମେଶ୍ଵର ମହାଦେବ ଜୀଉ ମନ୍ଦିର ପରିସରରେ ୨୯ତମ ପଞ୍ଚ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ସଂପୂର୍ଣ୍ଣ 

ରାମେଶ୍ଵର ମହାଦେବ ଜୀଉ ମନ୍ଦିର ପରିସରରେ ୨୯ତମ ପଞ୍ଚ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ସଂପୂର୍ଣ୍ଣ 

 ଢେଙ୍କାନାଳ (ମନିସ)5/11/25 —  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଇସିଙ୍ଗା ପଞ୍ଚାୟତ ତେନ୍ତୁଳି ସିଙ୍ଗା ଗ୍ରାମ ର ପ୍ରବାହିତ ରାମିଆଳ ନଦୀ ତଟରେ ପ୍ରାୟ ୧୫୦ ଶହ ବର୍ଷ ପୂର୍ବରୁ ପୂଜା ପାଇ ଆସୁଥିବା ଶ୍ରୀ ଶ୍ରୀ ରାମେଶ୍ଵର ମହାଦେବ ଜୀଉ ମନ୍ଦିର ପରିସରରେ ୨୯ତମ ପଞ୍ଚ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗତ ଶୁକ୍ଳପକ୍ଷ ପବିତ୍ର ଅଁଳା ନବମୀ ଠାରୁ ୫ ତାରିଖ ବୁଧବାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରଭୁଙ୍କର ଯଜ୍ଞ କର୍ମ ମହାସମାରୋହରେ ସମାପନ ହୋଇଛି । ଅଁଳା ନବମୀ ଠାରୁ କଳସ ଯାତ୍ରା,ଯଜ୍ଞାଧିବାସ, ସ୍ତମ୍ଭ ତୋରଣାଦିପୂଜନ, ଓ ଅଖଣ୍ଡ ଦ୍ବୀପ ସ୍ଥାପନ, ଶ୍ରୀ ବିଷ୍ଣୁ ସହସ୍ରାର୍ଚ୍ଚନ , ମହାବିଷ୍ଣୁ ଯାଗ, ମହାରୁଦ୍ର ଯାଗ, ବାରୁଣୀ ମଣ୍ଡଳ ପୂଜନ, ତଥା ମହା ଚଣ୍ଡୀଯାଗ ଓ ଦୈନିକ ସୂର୍ଯ୍ଯପୂଜା, ଗୋପୂଜା , ଚଣ୍ଡି ପାଠ କାର୍ଯ୍ୟକ୍ରମ ସମ୍ପାଦନ ହୋଇଛି । ଏଥିରେ ଗ୍ରାମର ସଭାପତି ଉଦୟ ଭାନୁ ପଟ୍ଟନାୟକ, ସମ୍ପାଦକ ଅଭୟ କୁମାର ଖୁଣ୍ଟିଆ, କୋଷାଧ୍ୟକ୍ଷ ଭାସ୍କର ରାଉଳ, ଯଜ୍ଞକୁ ପରିଚାଳନା କରୁଥିବା ବରିଷ୍ଠ ସଦସ୍ୟ ବୀରବର ରାଉତ, ବିମ୍ବାଧର ସାମଲ, ଅକ୍ଷୟ କୁମାର ବିଶ୍ବାଳ,ପୂନ୍ୟଶ୍ଳୋକ ମାହାନ୍ତି, ପ୍ରଦୀପ୍ କୁମାର ସ୍ୱାଇଁ, ପ୍ରମୁଖ କାର୍ଯ୍ୟ ପରିଚାଳନା କରୁଥିଲେ । ଯଜ୍ଞ କାର୍ଯ୍ୟରେ ପଣ୍ଡିତ ଅମର ଚନ୍ଦ୍ର ନନ୍ଦ ଶର୍ମା, ପଣ୍ଡିତ ବିଷ୍ଣୁ ପ୍ରସାଦ କର, ରାମଚନ୍ଦ୍ର କର, ମୁରଲୀଧର ତ୍ରିପାଠୀ, ପ୍ରମୁଖ ୧୫ ଜଣ ପଣ୍ଡିତ ଦୈନିକ ବେଦମନ୍ତ୍ର ପଠନ କରି ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ସମର୍ପିତ ହୋଇଥିଲେ । ଏହି ମହାଯଜ୍ଞରେ ୨୫ଟି ଗ୍ରାମର ଜନସାଧାରଣଙ୍କ ସହଯୋଗ ଓ ଦୈନିକ ୩ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ହରିହାଟରେ ଯୋଗ ଦେଇଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆସନ୍ତା ୧୮ ତାରିଖ ରୁ ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞ 

masiha

ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହେଲା କୋକସରା ଠାରୁ ଡୋକରୀଚଞ୍ଚରା ମଧୁ ମାଧବ ତୀର୍ଥ

Sunil Chandra Nayak

ମା’ସାରଳାଙ୍କ ପୀଠରେ ଦ୍ୱିତୀୟ ବାର୍ଷିକ ଚନ୍ଦନଯାତ୍ରା ମହୋତ୍ସବ ଉଦଘାଟିତ  

Leave a Comment

error: Content is protected !!