ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୫ ତମ ଜାତୀୟ ମତଦାତା ଦିବସ ପାଳିତ

୧୫ ତମ ଜାତୀୟ ମତଦାତା ଦିବସ ପାଳିତ

ଡାବୁଗାଁ, ୨୫/୧ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ପ୍ରଶାସନ ଦ୍ଵାରା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ୧୫ ତମ ଜାତୀୟ ମତଦାତା ଦିବସ ଅବସରରେ ଏକ ବିରାଟ ରାଲି ଅନୁଷ୍ଟିତ ହୋଇଯାଇଛି l ଉକ୍ତ ରାଲି ବାହାରିବା ପୂର୍ବରୁ ସମ୍ପୃକ୍ତ ବିଦ୍ୟାଳୟରେ ଏକ ସଚେତନତା ର ସଭା ଅନୁଷ୍ଟିତ ହୋଇଥିଲା l ଏଠାରେ ସମ୍ପୃକ୍ତ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ଅଧ୍ୟକ୍ଷତାରେ ରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ ଡି ପ୍ରସାଦ ଙ୍କ ଦ୍ଵାରା ସମସ୍ତ ଛାତ୍ରୀ ଛାତ୍ର ମାନଙ୍କୁ ମତଦାତା କିପରି ଶାନ୍ତି ପୂର୍ଣ୍ଣ ଭାବେ ପ୍ରଲୋଭନ ନ ହୋଇ ମତଦାନ ସାବ୍ୟସ୍ତ କରିପାରିବେ ତା ଉପରେ ବ୍ୟାପକ ଭାବରେ ପ୍ରାଞ୍ଜଳ ଭାବେ ବୁଝାଇ ଥିବା ପରେ ସେଠାରୁ ଉକ୍ତ ବିଦ୍ୟାଳୟରୁ ମହାପଟୁଆରରେ ରାଲି ରେ ବାହାରି ମତଦାତା ର ବାର୍ତ୍ତା ର ନାରା ଦେଇ ପ୍ଲା କାର୍ଡ ଧରି ବଜାର ପଯ୍ୟନ୍ତ ରାଲି ରେ ଆସି ବ୍ଳକ କାର୍ଯ୍ୟାଳୟ ରେ ପହଞ୍ଚି ଗୋଲେଇ ହୋଇ ଠିଆ ହେବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମାଝୀ, ଅଧ୍ୟାପକ ନବୀନ ନାଗେଶ, ଲିପୁ ଚନ୍ଦ୍ର ମାଝୀ, ପଦମ ଭତ୍ରl, କୈଳାଶ ମାଝୀ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଭାଲ୍ଲା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସାଦ ଙ୍କ ଦ୍ଵାରା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯେପରି ମତଦାତା ନିର୍ଭୁଲ ଭାବେ ତାଙ୍କର ମତଦାନ ସାବ୍ୟସ୍ତ କରିପାରିବେ ତା ଉପରେ ଏକ ସପଥ ପାଠ କରାଯାଇ ଥିଲେ l ସମସ୍ତଙ୍କୁ ଏହି ବାର୍ତ୍ତା ଜଣାଇବାକୁ ପରାମର୍ଶ ଦିଆଯାଇଥିଲା l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ପର୍ଯ୍ୟଟନ ଋତୁ ରେ ସରକାରୀ ଉଦାସୀନତା ରେ ତେନ୍ତୁଳିଖୁଣ୍ଟି ବ୍ଲକ ର ଅବହେଳିତ ପର୍ଯ୍ୟଟନ କେନ୍ଦ୍ର ତଥାପି ତେନ୍ତୁଳିଖୁଣ୍ଟି ଡାକୁଛି ଆ…..

Sunil Chandra Nayak

ଏକତ୍ରିଂଶତମ ଜିଜ୍ଞାସା କର୍ମଶାଳା 

masiha

ଡାବୁଗାଁ ବ୍ଲକ ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କୁ ଦାବିପତ୍ର 

Leave a Comment

error: Content is protected !!