ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇଁ ଚୟନ

ଶିକ୍ଷା ଅଧିକାର ଆଇନ ୨୦୦୯ ଅନ୍ତର୍ଗତ ଧାରା୧୨(୧)(ଗ) ଅନୁଯାୟୀ ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନେ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇପାରିବେ।ଏଥିପାଇଁ ଆରଟିଇ(RTE)ପାରଦର୍ଶି ପୋର୍ଟାଲ ରେ ଆବେଦନ ଗ୍ରହଣ କରାଯାଇ ଥିଲା ଏବଂ ଛାତ୍ର ଛାତ୍ରୀ ମାନେ ଫେବୃଆରୀ୨୨ ତାରିଖ ଠାରୁ ଆରମ୍ଭ କରି ଏପ୍ରିଲ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିଥିଲେ।୪୪୭୦ ବେସରକାରୀ ବିଦ୍ୟାଳୟ ଗୁଡିକରେ ୩୯୮୫୦ ସିଟ ପାଇଁ ସମୁଦାୟ ୧୩୭୦୦ ଅନଲାଇନ ଆବେଦନ କରାଯାଇଥିଲା ଓ ଓପେପା ହେଲ୍ପ ଲାଇନ ନମ୍ବର ମାଧ୍ୟମରେ ୨୫୦୦ ଆବେଦନ କରାଯାଇଥିଲା ଏବଂ ଏହା ମଧ୍ୟରୁ ବ୍ଲକ ଶିକ୍ଷା ଅଧିକାରୀ ମାନେ ମୂଳ ପ୍ରମାଣ ପତ୍ର ଯାଞ୍ଚ କରି ୧୦୪୫୭ ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରିଥିଲେ।

ଯୋଗ୍ୟ ଆବେଦନ ପତ୍ର ଗୁଡିକକୁ ପାରଦର୍ଶି ପୋର୍ଟାଲ ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ କର।ଯାଇଥିଲା। ସେଥି ମଧ୍ୟରୁ ୯୨୫୬ ଜଣ ଛାତ୍ରଛାତ୍ରୀ ଙ୍କ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି।ସମ୍ପ୍ରତି ବ୍ଲକ ଶିକ୍ଷାଧିକାରୀ ମାନେ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟ ଗୁଡିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ନାମ ପ୍ରଦାନ କରିବେ।ବେସରକାରୀ ବିଦ୍ୟାଳୟ ଗୁଡିକରେ ୨୦.୪.୨୦୨୨ ଠାରୁ ୩୦.୪.୨୦୨୨ପର୍ଯ୍ୟନ୍ତ ନାମ ଲେଖାଯିବ। ଏହି ନାମଲେଖା ସମ୍ପୁର୍ଣ୍ଣ ନିଶୁଳ୍କ ଅଟେ ଏବଂ ବେସରକାରୀ ବିଦ୍ୟାଳୟ ଗୁଡିକ କୌଣସି ଅର୍ଥ ଅଭିଭାବକ ମାନଙ୍କ ଠାରୁ ନେଇ ପାରିବେ ନାହିଁ।ଯଦି କୌଣସି ବିଦ୍ୟାଳୟ ଏହା ନ ମାନନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଦ୍ଵିତୀୟ ପର୍ଯ୍ୟାୟରେ ଚୟନ ପାଇଁ ପୁଣି ଥରେ ବେସରକାରୀ ବିଦ୍ୟାଳୟ ଗୁଡିକରେ ଖାଲି ଥିବା ସିଟ ପାଇଁ ମଇ ମାସ ଠାରୁ ପାରଦର୍ଶି ପୋର୍ଟାଲ ରେ ଆବେଦନ ଗ୍ରହଣ କରାଯିବ ବୋଲି ଓସେପା ପକ୍ଷରୁ କୁହାଯାଇଛି।

ଓସେପା ହେଲ୍ପଲାଇନ: ୧୮୦୦୩୪୫୬୭୨୨

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପୁଣି ଭାଙ୍ଗିଲା ଅପ୍ରୋଚ  ରୋଡ଼,, ଜୁନାଗଡ -ଧର୍ମଗଡ ଜାତୀୟ ରାଜପଥ ରେ ଯାତାୟତ ଠପ, ଅସ୍ଥାୟୀ ପୋଲ ଉପରେ ୨ରୁ ୩ଫୁଟ ପାଣି

Sunil Chandra Nayak

ବାବା ସାହେବ ଙ୍କ ୬୬ତମ ମହା ପରି ନିର୍ବାଣ ଦିବସ ପାଳିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ତ ସବୁଠୁ ବଡ

Leave a Comment

error: Content is protected !!