ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ମେଗାଁ ପଞ୍ଚାୟତରେ ନୂତନ ଡାକଘର ଉଦଘାଟନ

ରୁପ୍ରା, (ମନିସ ) : ନର୍ଲା ବ୍ଳକ ଅଧିନ କର୍ମେଗାଁ ଗ୍ରାମ ପଞ୍ଚାୟତ ଠାରେ ଶନିବାର ଦିନ ନୂତନ ଡାକଘର ଶାଖା ଉଦଘାଟନ ହୋଇଯାଇଛି। ଏହିକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦାନ କରି ନୂତନ ଶାଖାକୁ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ କଳାହାଣ୍ଡି ଡାକ ବିଭାଗର ଏ.ଏସ୍.ପି ମୋହନ ସୁନା, ସମ୍ମାନୀତ ଅତିଥି ଭାବେ ଉକ୍ତ ପଞ୍ଚାୟତ ସରପଞ୍ଚ ମନୋଜ ମହାନନ୍ଦ, ପିଇଓ ଥବିର ରଣା, ଯୋଗାଣ ସହାୟକ ନରୋତ୍ତମ ଗଡତିଆ ଓ ସାମ୍ବାଦିକ ଅଜୟ କୁମାର ସେନାପତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବାବଦରେ ଡାକଘର ମାଧ୍ୟମରେ ଜନସାଧାରଣଙ୍କ ପାଇଁ କେଉଁ କେଉଁ ସୁବିଧା ଉପଲବ୍ଧ ହୋଇପାରିବ ସେ ସମ୍ପର୍କରେ ଅତିଥି ଗଣ ଅବଗତ କରାଇଥିଲେ।

ଡାକ ବିଭାଗ ତରଫରୁ କର୍ମେଗାଁ ଗ୍ରାମ ପଞ୍ଚାୟତର ନୂତନ ଶାଖାର ବ୍ରାଞ୍ଚ୍ ପୋଷ୍ଟ୍ ମାଷ୍ଟର୍ ନମ୍ରତା ସାହୁ, ରୁପ୍ରା ପୋଷ୍ଟ ମାଷ୍ଟର ଭରତ ଚନ୍ଦ୍ର ସାହୁ, ଭୀମକେଲା ପୋଷ୍ଟ ମାଷ୍ଟର ତୁମେଶ୍ବର ସାହୁ, ମୁସ୍କୁଟି ପୋଷ୍ଟ ମାଷ୍ଟର ରାମେଶ୍ଵର ସା ଓ ସରିଆଁ ପୋଷ୍ଟ ମାଷ୍ଟର ସୁବ୍ରମଣ୍ୟମ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶ୍ରୀପୁର ପୋଷ୍ଟ ମାଷ୍ଟର ପ୍ରକାଶ ନାଏକ ମଞ୍ଚ ପରିଚାଳନା କରିଥିଲେ।

ଉକ୍ତ ପଞ୍ଚାୟତର ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ମଧ୍ଯରେ ଅର୍ଜୁନ ପଧାନ, ଭଗବାନ ମହାନନ, ସୁଶାନ୍ତ ଭୋଇ, ଅଜିତ ଭୋଇ ଓ ବିଦୁ ମାଝୀଙ୍କ ସମେତ ୱାର୍ଡ଼ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ। ଶେଷରେ ପିଇଓ ଥବିର ରଣା ଧନ୍ୟବାଦ ଅର୍ପଣ କରିଥିଲେ।

ରୂପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଏ କେଉଁ ପ୍ରକାର ମୋହ ।।

Sunil Chandra Nayak

ରାଉରକେଲା – କବି ସୁଶାନ୍ତ କୁମାର ନାୟକଙ୍କ ଭିନ୍ନ ଏକ ପୃଥିବୀ ଲୋକାର୍ପିତ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ପ୍ରାର୍ଥନା

Sunil Chandra Nayak

Leave a Comment

error: Content is protected !!