ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀଙ୍କ କେସିଙ୍ଗା ଗସ୍ତ

କେସିଙ୍ଗା – ଆଜି ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ସଞ୍ଜୀବ କୁମାର ମିଶ୍ର ( ଆଇ ଏ ଏସ) କଳାହାଣ୍ଡି ଗସ୍ତରେ ଆସି କେସିଙ୍ଗା ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ବାରା ସମ୍ପାଦିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରି ଉଚ୍ଚ ପ୍ରଶଂସିତ କରିଥିବା ଜଣାପଡିଛି। ଦିନ ୧୧ ଠାରେ ପ୍ରଥମେ ରେଳଓ୍ବେ ଭୂତଳ ପୋଲ ଲାଗି ବାସଚ୍ୟୂତ ହୋଇଥିବା ପରିବାର ପାଇଁ ବୋରିଙ୍ଗ ପଦର ମାଝୀପଡା ଠାରେ ନବ ନିର୍ମିତ ନୂତନ ବିଜୁ ଆଦର୍ଶ କଲୋନୀ ପରିଦର୍ଶନ କରିଥିଲେ। ଏହି ସମୟରେ ସେଠାରେ ଥଇଥାନ ହୋଇଥିବା ଲୋକଙ୍କୁ ସାକ୍ଷାତ କରି ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଏହାପରେ ୫ ଟି ଅନ୍ତର୍ଗତ ଆଦର୍ଶ କେସିଙ୍ଗା ବିଦ୍ୟାପୀଠ ପରିଦର୍ଶନ କରିବା ପରେ ଅମାଠସ୍ଥିତ ମାଛଚାଷ ପ୍ରକଳ୍ପ ବୁଲି ଦେଖିଥିଲେ। ଏହାପରେ ସିର୍ଜାପାଲିର କୋଟାଦେଓ ପ୍ରଡ୍ୟୁସର ଗ୍ରୁପ ଦ୍ବାରା ପରିଚାଳିତ ବାଉଁଶ ହସ୍ତକଳା ପ୍ରକଳ୍ପ ପରିଦର୍ଶନ କରି ଉଚ୍ଚ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ପିଡି, ଡିଆରଡିଏ ସୋମେଶ ଉପାଧ୍ୟାୟ, ଏନ୍ ଏ ସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରା, ବିଡିଓ ପ୍ରଫୁଲ୍ଲ କୁମାର ଓଡୁ, ଏନ୍ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ, ଉପାଧ୍ୟକ୍ଷା ସରସ୍ବତୀ ସାହା ପ୍ରମୁଖ ସହଯୋଗ କରିଥିଲେ।

  କେସିଙ୍ଗା ରୁ ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ ।

Related posts

ଶ୍ରଦ୍ଧାଶକ୍ତିସେବା ସଂଗଠନର ୭ମ ଅଧିବେଶନ ଅନୁଷ୍ଠିତ

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଘରେ ଚାପିହୋଇ ବୃଦ୍ଧ ମୃତ

Sunil Chandra Nayak

ସଙ୍କଟରେ ପହରିଆ ସମ୍ପ୍ରଦାୟର ଲୋକେ, ନିଜ କୌଳିକ ବୃତ୍ତି ହରାଇବାକୁ ବସିଛନ୍ତି !

Sunil Chandra Nayak

Leave a Comment

error: Content is protected !!