ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାର୍ଲିଗାଁ ରେ ଡବଲ ମର୍ଡର ଘଟଣା , ମୁଖ୍ୟ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

କାର୍ଲିଗାଁ ରେ ଡବଲ ମର୍ଡର ଘଟଣା , ମୁଖ୍ୟ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

ସାମ୍ବାଦିକ ସମ୍ମିଳନୀରେ ରେ ସୂଚନା ଦେଲେ ଧର୍ମଗଡ଼ ଏସଡିପିଓ…

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି କାର୍ଲିଗାଁ ରେ ଜମି ବାଡି ବିବାଦ କୁ ନେଇ ନିଜ ବଡ଼ ବାପା ଓ ବଡ ମାଆ କୁ ନୃଶଂସ ପୁତୁରା ହତ୍ୟା କରିବା ଘଟଣା ର ପର୍ଦ୍ଦାଫାସ କରିଛି ପୁଲିସ l ସୂଚନାମତେ ଦୀର୍ଘ ଦିନ ଧରି ମୃତକ ଙ୍କ ପରିବାର ଓ ଅଭିଯୁକ୍ତ ଙ୍କ ମଧ୍ୟରେ ଜମିବାଡ଼ି କୁ ନେଇ ଗଣ୍ଡଗୋଳ ଲାଗିରହିଥିଲା । ଏନେଇ ଉକ୍ତ ପରିବାର ଗତ ଶୁକ୍ରବାର ଦିନ ଦଶପୁର ଫାଣ୍ଡି ର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଅନେକ ବୁଝାସୁଝା କରିବା ପରେ ମଧ୍ୟ ବିଫଳ ହୋଇଥିଲା । ଶେଷରେ ନୃଶଂସ ପୁତୁରା ପ୍ରତିଶୋଧ ପରାୟଣ ହୋଇ ନିଜ ବଡ଼ ବାପା ଓ ବଡ଼ ମା କୁ ଟାଙ୍ଗିଆ ରେ ହାଣି ହତ୍ୟା କରିଥିଲା । କାଳେ ବଞ୍ଚିଯିବେ ବୋଲି ଜାଣି ଏକ ପଥର ସାହାଯ୍ୟରେ ଛେଚି ନିର୍ମମ ଭାବେ ହତ୍ୟା କରିଥିଲା ଜାହାରିଫଳରେ ବୁଡୁ ବାଗ (୫୦), ସଜନେ ବାଗ(୪୫) ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗ କୁ ନେଇ ତଦନ୍ତ ଆରମ୍ଭ କରିଥିଲେ । ଶେଷରେ ହତ୍ୟା ଅଭିଯୁକ୍ତ ପୁତୁରା ବସନ୍ତ ବାଗ କୁ ପୁଲିସ ଗିରଫ କରିବା ସହିତ ତା ଠାରୁ ହତ୍ୟାରେ ବ୍ୟବହୃତ ଏକ ଟାଙ୍ଗିଆ ଓ ପଥର କୁ ଜବତ କରି ଆଜି କୋର୍ଟ ଚାଲାଣ କରିଛି ଗୋଲାମୁଣ୍ଡା ପୁଲିସ l ଏନେଇ ଆଜି ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଏସଡିପିଓ ମନୋଜ କୁମାର ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗୋଲାମୁଣ୍ଡା ଥାନାଧିକାରୀ ଶ୍ୱେତାପଦ୍ମ ସେଠ ,ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା ଉପସ୍ଥିତ ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅଜଣା ଗାଡି ଧକ୍କାରେ ଅଟୋ ଓଲଟି ଜଣେ ମୃତ

Sunil Chandra Nayak

ଗାଁ ଦାଣ୍ଡରେ ଆତଙ୍କ ଦୁଇ ଗିରଫ

Sunil Chandra Nayak

ବେକରେ ଦୌଡି ଦେଇ ଜଣଙ୍କର ଆତ୍ମ ହତ୍ୟା କାରଣ ଅସ୍ପଷ୍ଟ

masiha

Leave a Comment

error: Content is protected !!