ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଯୋଜନା ପକ୍ଷରୁ ସଡ଼କ ନିରାପତ୍ତା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

ଜାତୀୟ ସେବା ଯୋଜନା ପକ୍ଷରୁ ସଡ଼କ ନିରାପତ୍ତା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ, ସୋମବାର ସଡ଼କ ନିରାପତ୍ତା ଉପରେ ଏକ ଦିବସୀୟ ଶିବିରର ଆୟୋଜନ କରାଯାଇଥିଲା । ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ରବର୍ଟ ଉଇଲସନ୍ ଭତ୍ରା ଓ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ବିଦୁସି ମଧୁସ୍ମିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ତଥା ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

       ଏହି ଅବସରରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା, ଯାହା ସକାଳ ୯ ଘଟିକା ସମୟରେ ମହାବିଦ୍ୟାଳୟର ପରିସର ମଧ୍ୟରୁ ବାହାରି, ସହର ପରିକ୍ରମା କରିଥିଲା । ଏହାପରେ ସଡ଼କ ନିରାପତ୍ତା ଉପରେ ଅଧିକ ଜ୍ଞାନ ଆହରଣ ପାଇଁ, ଏକ ପାଠଚକ୍ର ର ଆୟୋଜନ କରାଯାଇଥିଲା, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ରବର୍ଟ ଉଇଲସନ୍ ଭତ୍ରା ଏହି ଅବସରରେ ସ୍ବାଗତ ଭାଷଣ ରଖିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମ ଉପରେ ସ୍ୱେଚ୍ଛାସେବୀଙ୍କୁ ଆଲୋକପାତ କରାଇବା ସହ , ମହାବିଦ୍ୟାଳୟର ଉଭୟ ଜାତୀୟ ସେବା ଯୋଜନା ଶାଖାକୁ ଏହିଭଳି ସ୍ୱାଗତ ଯୋଗ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ। ଏହାପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଢେଙ୍କାନାଳର ଅତିରିକ୍ତ ପରିବହନ ଅଧିକାରୀ ଶ୍ରୀ ଶିବାଶିଷ ସାହୁ , ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି , “ସଡ଼କ ନିରାପତ୍ତା”ର ବିଭିନ୍ନ ଦିଗ ଓ ନିୟମ ଉପରେ ସ୍ୱେଚ୍ଛାସେବୀଙ୍କୁ ଆଲୋକପାତ କରାଇଥିଲେ।

 ଦ୍ୱିତୀୟ ନିର୍ଘଣ୍ଟରେ ପରିବହନ କାର୍ଯ୍ୟାଳୟର ରକ୍ଷକ କାର୍ଯ୍ୟକ୍ରମର ପ୍ରଶିକ୍ଷକ ଶ୍ରୀଯୁକ୍ତ ବରୁଣ ଚନ୍ଦ୍ର ମାଝୀ , ସ୍ୱେଚ୍ଛାସେବୀଙ୍କୁ ସଡ଼କ ଦୁର୍ଘଟଣାରେ ଆହତଙ୍କୁ କିପରି ପ୍ରାଥମିକ ଚିକିତ୍ସା ଦିଆଯିବ ତାହା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସମସ୍ତ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମକୁ ଆଗ୍ରହର ସହ ଗ୍ରହଣ କରିଥିଲେ। ଏବଂ ସଡ଼କ ଦୁର୍ଘଟଣାକୁ କିପରି ଏଡାଯାଇପାରିବ ତାହା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।ସଭା ଶେଷରେ କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ବିଦୁସି ମଧୁସ୍ମିତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଜ୍ୟ ସରପଂଚ ସଂଗଠନର ବୈଠକରେ ନିନ୍ଦା

Sunil Chandra Nayak

କୃଷିର ବିକାଶ ପାଇଁ ଜିନ୍ଦଲ ପକ୍ଷରୁ କଷ୍ଟମ ହାୟରିଂ ସେଣ୍ଟର ଉଦଘାଟିତ -ସିଆଳିଯୋଡ଼ା କୃଷକ କ୍ଲବକୁ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ପ୍ରଦାନ

masiha

ବିପିୟୁଟିରେ ଜାତୀୟ ମହାକାଶ ସପ୍ତାହ ୨୦୨୫ ପାଳିତ

Sunil Chandra Nayak

Leave a Comment

error: Content is protected !!